Pratidin TV

Odisha's Digital News Platform

ନୂଆ ସରକାର ଗଢ଼ିବ ଆପ , ୨୧ରେ ଶପଥ ନେଇପାରନ୍ତି ଆତିଶୀ…

 ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଦେଇଛନ୍ତି  ଇସ୍ତଫା  । ସେ ଗତକାଲି ଅପରାହ୍ନ ପ୍ରାୟ ୪.୩୦ ସମୟରେ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କୁ ତାଙ୍କ ବାସଭବନରେ ଭେଟି ଇସ୍ତଫାପତ୍ର ପ୍ରଦାନ କରିଥିଲେ । ଏହାପରେ  ଆତିଶୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିଲେ ବିଧାୟକ  । ଦିଲ୍ଲୀରେ ଏବେ ନୂଆ ସରକାର ଗଠନ କରିବାକୁ ଯାଉଛି ଆପ  ।  ସୂଚନାନୁସାରେ, ସେପ୍ଟେମ୍ବର ୨୧ (ଶନିବାର) ରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିପାରନ୍ତି ଆତିଶୀ।

 ଦିଲ୍ଲୀ ଉପରାଜ୍ୟପାଳ ବିନୟ ସାକ୍ସେନା ରାଷ୍ଟ୍ରପତି ଏବଂ ଗୃହ ମନ୍ତ୍ରଣାଳୟକୁ ଏକ ଚିଠି ପଠାଇଛନ୍ତି ଏବଂ ୨୧ ସେପ୍ଟେମ୍ବର ୨୦୨୪ରେ ଆତିଶୀଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର ତାରିଖ ଭାବରେ ପ୍ରସ୍ତାବ ଦେଇଛନ୍ତି। ତେବେ ଶପଥ ଗ୍ରହଣ କରିବାର କୌଣସି ତାରିଖ ଆତିଶୀଙ୍କ ଦ୍ୱାରା ପ୍ରସ୍ତାବ ଦିଆଯାଇ ନାହିଁ। ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ୧୫ ବର୍ଷ ଧରି ଏହି ପଦବୀରେ ରହି ଶିଲା ଦିକ୍ଷୀତ ଦିଲ୍ଲୀର ଅଧିକ ଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିଥିଲେ | ତେବେ ସବୁଠାରୁ କମ ସମୟ ପର୍ଯ୍ୟନ୍ତ ୧୯୯୮ରେ ସ୍ୱରାଜଙ୍କ କାର୍ଯ୍ୟକାଳ ୫୨ ଦିନ ଥିଲା। ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ପରେ ଆତିଶୀ (୪୩) ଦିଲ୍ଲୀର ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ହେବେ।

Leave a Reply

Your email address will not be published. Required fields are marked *