Pratidin TV

Odisha's Digital News Platform

ATM ରୁ ଟଙ୍କା ଉଠାଇଲେ ମାରୁଛି କରେଣ୍ଟ ….

ଭୁବନେଶ୍ୱର : ଏଟିଏମରୁ ଟଙ୍କା ଉଠାଇଲେ ମାରୁଛି କରେଣ୍ଟ । ସୁଇଚ୍‌କୁ ଛୁଇଁବା ମାତ୍ରେ ମାରୁଛି ଝଟକା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରର ଧଉଳି ଥାନା ଅଧିନ ଇନ୍ଦିରା କଲୋନୀ ଠାରେ। ଗତ କିଛିଦିନ ହେଲା ଏସବିଆଇ ଏଟିଏମରେ ଏଭଳି ଅବ୍ୟବସ୍ଥା ନେଇ ଅଭିଯୋଗ ହେଉଥିବା ବେଳେ କର୍ତ୍ତୃପକ୍ଷ ଶୁଣୁନାହାନ୍ତି।

ଏ ସମ୍ପର୍କରେ ଅଜ୍ଞ ଥିବା ଜଣେ ଯୁବକ ଆଜି ଟଙ୍କା ଉଠାଇବାକୁ ଏହି ଏଟିଏମକୁ ଯାଉଥିବା ସମୟରେ ହଠାତ କରେଣ୍ଟ ମାରିଥିଲେ। ଛିଟିକି ପଡିବା ପରେ ପକେଟରେ ଥିବା ଟେଷ୍ଟର ଯୋଗେ ଟେଷ୍ଟ କରିଥିଲେ ଯୁବକ ଜଣଙ୍କ । ଆଉ ଏ ହେଉଛି ଟେଷ୍ଟରକୁ କରେଣ୍ଟ ଆସୁଥିବାର ଦୃଶ୍ୟ। ଯଦି ଅସାବଧାନତାରୁ କରେଣ୍ଟ ଯୋଗେ କାହାର ଜୀବନ ଚାଲିଯାଏ ତେବେ ଏଥିପାଇଁ କିଏ ଦାୟୀ ରହିବ ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *