ବଜେଟ୍ ଘୋଷଣା ପରେ ଗ୍ରାହକଙ୍କୁ ବଡ ଆଶ୍ୱସ୍ତି : କମିଲା ଅଟା ଦର , ଜାଣନ୍ତୁ କେବେଠୁ ମିଳିବ ଶସ୍ତାରେ ..
1 min readନୂଆଦିଲ୍ଲୀ : ମହାଙ୍ଗା ମାଡ ଭିତରେ ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତୀ । ଆଜିଠୁ ଅମୁଲ କ୍ଷୀରର ମୂଲ୍ୟରେ ୩ ଟଙ୍କା ବୃଦ୍ଧି ହୋଇଥିବା ବେଳେ , ଶସ୍ତା ହେଲା ଅଟା । ତେବେ କେନ୍ଦ୍ର ସରକାର ଖୁବ ଶୀଘ୍ର ଏହି ଶସ୍ତା ଅଟାକୁ ସପ୍ଲାଇ କରିବା ଆରମ୍ଭ କରିବେ । ଦେଶରେ ଗହମ ଦର କ୍ୱିଣ୍ଟାଲ ପିଛା ୪ ହଜାର ଟଙ୍କା ଥିବା ବେଳେ ଅଟା ୩୮ ଟଙ୍କାରେ ବିକ୍ରି ହେଉଥିଲା । କିନ୍ତୁ ବର୍ତ୍ତମାନ
ଗ୍ରାହକମାନେ ଅଟାକୁ କିଲୋପିଛା ୨୯ ଟଙ୍କା ୫୦ ପାଇସା ମୂଲ୍ୟରେ ଖୋଲା ବଜାର ଅନ୍ତର୍ଗତ ଯୋଜନାରେ କିଣିପାରିବେ ।
ଏହି ଅଟାକୁ ସରକାର ଭାରତ ଅଟା ନାମରେ ବିକିବେ । ତେବେ ୬ ଫ୍ରେବୃଆରୀ ଠାରୁ NAFED ଓ NCCF ଶସ୍ତାରେ ଅଟା ବିକ୍ରି କରିବା ଆରମ୍ଭ କରିବ। । ଏହି ଅଟାକୁ ବିଭିନ୍ନ ଖୁଚୁରା ଦୋକାନ, ମୋବାଇଲ୍ ଭ୍ୟାନ୍ ଇତ୍ୟାଦି ମାଧ୍ୟମରେ ମଧ୍ୟ ସୁଲଭ ମୂଲ୍ୟରେ ବିକ୍ରି କରାଯିବ।
କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳର କୌଣସି ବି କର୍ପୋରେସନ/କୋ-ଅପରେଟିଭ୍ ସୋସାଇଟି/ଫେଡରେସନ/ସ୍ୱୟଂ ସହାୟକ ଗୋଷ୍ଠୀ କେନ୍ଦ୍ର ସରକାରଙ୍କ ଠାରୁ ପ୍ରତି କିଲୋ ଅଟାକୁ ୨୩ ଟଙ୍କା ୫୦ ପଇସା ହିସାବରେ କିଣିବେ। ଏହାକୁ ପ୍ରତି କିଲୋ ହିସାବରେ ୨୯ ଟଙ୍କା ୫୦ ପଇସା ହିସାବରେ ଉପଭୋକ୍ତାଙ୍କୁ ବିକ୍ରି କରିପାରିବେ।