ପଥରମାଡରେ ‘ପ୍ରତିଦିନ’ ସାମ୍ବାଦିକ ଆହତ , କଂଗ୍ରେସ ଭବନ ସାମ୍ନାରେ ବିଜେପି-ଛାତ୍ର କଂଗ୍ରେସ ମୁହାଁମୁହିଁ ।
1 min readପୁଣି ସାମ୍ବାଦିକଙ୍କୁ ଆକ୍ରମଣ । ମାଷ୍ଟରକ୍ୟାଣ୍ଟିନ୍ ଛକ କଂଗ୍ରେସ ଭବନ ସାମ୍ନାରେ ବିଜେପି ଓ ଛାତ୍ର କଂଗ୍ରେସ ମୁହାଁମୁହିଁ ହେବା ଫଳରେ ଟେକା ପଥର ମାଡ ଆରମ୍ଭ ହୋଇଯାଇଥିଲା । ଯାହାଦ୍ୱାରା ସେଠାରେ ଉପସ୍ଥିତ ଥିବା ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି ।
ସେମାନଙ୍କ ମଧ୍ୟରୁ ପ୍ରତିଦିନ ଟିଭି ଓ ଖବରକାଗଜ ସାମ୍ବାଦିକ ଅୟ କୁମାର ବେହେରାଙ୍କ କାନ ମୂଳରେ ଏକ ପଥର ବାଜିଥିଲା । ପରେ ସେହି ସ୍ଥାନରୁ ରକ୍ତ ବୋହିବାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତିକରାଯାଇଥିଲା । ତେବେ ଏସବୁ ଘଟଣା ପୋଲିସ ଉପସ୍ଥିତିରେ ଘଟିଥିବା ଯୋଗୁ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।