Pratidin TV

Odisha's Digital News Platform

ଯୁବକଙ୍କ ଯୌନାଙ୍ଗ ଉପରେ ଆକ୍ରମଣ ,ଅଭିଯୋଗ ଶୁଣୁନି ପୋଲିସ!

1 min read

ବଲାଙ୍ଗିର: କ୍ରାଇମ ସିଟି ପାଲଟିଗଲାଣି ବଲାଙ୍ଗିର ସହର । ପ୍ରତିଦିନ ସହରରେ କିଛି ନା କିଛି ଅପରାଧ ଘଟାଇ ବିନ୍ଦାସ ବୁଲୁଛି ଅପରାଧୀ । ପୋଲିସଙ୍କୁ ଖାତିର ନକରି ନିଜର ଗୁଣ୍ଡା ରାଜ ଚଳାଇଛନ୍ତି । ହେଲେ ବଲାଙ୍ଗିର ପୋଲିସ ଅପରାଧୀ କୁ ଧରୁଛି ନା ଅପରାଧୀଙ୍କ ଆକ୍ରମଣର ଶିକାର ହୋଇଥିବା ପୀଡ଼ିତ ଙ୍କ ମାମଲା ରୁଜୁ କରୁଛି । ଏକଥା ଆମେ କହୁନୁ ଏଭଳି ଏକ ଅଭିଯୋଗ ଆଣିକି ବଲାଙ୍ଗିର ଏସପି ଙ୍କ ଦ୍ୱାରସ୍ଥ ହୋଇଛନ୍ତି ବଲାଙ୍ଗିର ସହରର ତାଲପାଲି ପଡ଼ାର ଶ୍ରୀକାନ୍ତ ବଗର୍ତ୍ତି । ଶ୍ରୀକାନ୍ତ ଙ୍କ ଅଭିଯୋଗ ଅନୁସାରେ ଗତ ୨୩ ତାରିଖ ଦିନ ରାତି ପାଖାପାଖି ୧୦ ଟା ସମୟରେ ତକ୍ଷଲପାଲି ପଡ଼ାର ଭାଗବତ ମନ୍ଦିର ନିକଟରେ ଠିଆ ଉଠିଥିବା ସମୟରେ ସେହି ପଡ଼ାର ଚାରି ଜଣ ଯୁବକ ଆସି ତାଙ୍କୁ ଯୌନାଂଗ ରେ ଆକ୍ରମଣ କରିଥିଲେ ।

ଏହାବି ପଢନ୍ତୁ , https://www.pratidintv.com/arun-das-killed-rajesh-in-anger-for-commenting-on-his-sister/

Advertisement

ଶ୍ରୀକାନ୍ତ ଙ୍କୁ ବଞ୍ଚାଇବା ପାଇଁ ଆସିଥିବା ତାଙ୍କ ମାଆ ଓ ତାଙ୍କ ବଡ ଭାଇଙ୍କୁ ମଧ୍ୟ ଛାଡି ନଥିଲେ ଦୁବୃର୍ତ୍ତ । ସେମାନଙ୍କୁ ଆକ୍ରମଣ କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ତେବେ ଏହି ଘଟଣା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ ଶ୍ରୀକାନ୍ତ । ଆକ୍ରମଣ କରିଥିବା ଚାରି ଜଣ ଅଭିଯୁକ୍ତ ଯୁବକ ଅର୍ଥାତ ରାଜା, ଶେଖର, ଲିପୁ ଓ ସମୀର ବୋଲି ଶ୍ରୀକାନ୍ତ କହିଥିବା ବେଳେ ଏନେଇ ସେ ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଏବେ ପର୍ଯ୍ୟନ୍ତ ଟାଉନ ପୋଲିସ ନା ଆକ୍ରମଣ କାରୀ ଙ୍କୁ ଧରୁଛି ନା ତାଙ୍କ ନାମରେ କୌଣସି ମାମଲା ରୁଜୁ କରୁଛି । ଫଳରେ ବାଧ୍ୟ ହୋଇ ଶ୍ରୀକାନ୍ତ ବଲାଙ୍ଗିର ଏସପି ଙ୍କ ଦ୍ୱାରସ୍ଥ ହୋଇଥିବା ହୋଇଛନ୍ତି । ମାଆ ଭାଇଙ୍କ ସହ ବାଟ ଘାଟରେ ଯାଉଥିବା ବେଳେ ଏଭଳି ଆକ୍ରମଣ ହୋଇଥିବାରୁ ଶ୍ରୀକାନ୍ତ ଏବଂ ତାଙ୍କପରିବାର ଭୟଭୀତ ହୋଇ ପଡିଛି ।

Leave a Reply

Your email address will not be published. Required fields are marked *