Pratidin TV

Odisha's Digital News Platform

ସୋର ଷ୍ଟେସନ୍ ବାହାରୁ ଟଙ୍କା ଓ ମୋବାଇଲ୍ ଛଡାଇନେଲେ ଦୁର୍ବୃର୍ତ୍ତ: ଆକ୍ରମଣରେ ଯୁବକ ଗୁରୁତର

1 min read

ଭୁବନେଶ୍ୱର: ଷ୍ଟେସନରୁ ଫେରୁଥିବା ବେଳେ ଅଜଣା ବ୍ୟକ୍ତିଙ୍କ ଆକ୍ରମଣରେ ଯୁବକ ଆହତ । ବୁଧବାର ବିଳମ୍ବିତ ରାତିରେ ସୋର ରେଳ ଷ୍ଟେସନକୁ ସମ୍ପର୍କୀୟଙ୍କୁ ଆଣିବାକୁ ଯାଇଥିବା ବେଳେ ଷ୍ଟେସନ୍ ବାହାରେ ଜଣେ ଯୁବକକୁ ଦୁର୍ବୃତ୍ତ ମାନେ ଅଟକାଇବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ଟଙ୍କା ଓ ମୋବାଇଲ ଛଡାଇ ନେଇଥିବା ବେଳେ ଅକ୍ରକଣରେ ଯୁବକ ଗୁରୁତର ହୋଇଛନ୍ତି ।

ସୋର ପୌରପାଳିକା ମୋବାରକପୁର ଗ୍ରାମର ସେକ୍ ରାସିଦ ନାମକ ଯୁବକଙ୍କୁ ଦୁଇ ଜଣ ଦୁର୍ବୃତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ରାସିଦ ଠାରୁ ଟଙ୍କା ଏବଂ ମୋବାଇଲ ଛଡ଼ାଇ ଥିଲେ । ରାସିଦ ବିରୋଧ କରିବାରୁ ଦୁର୍ବୃତ ଦୁଇ ଜଣ ଗୋଡ଼ାଇ ଗୋଡ଼ାଇ ମରଣାସ୍ତ୍ର ଦ୍ଵାରା ରସିଦକୁ ଆକ୍ରମଣ କରି ଟଙ୍କା ଓ ମୋବାଇଲ ଛଡାଇ ନେଇ ଫେରାର ହୋଇଯାଇଥିଲେ ।

Advertisement

ଯୁବକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ସୋର ଡାକ୍ତର ଖାନା ରେ ଭର୍ତ୍ତ କରିଥିଲେ । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି । ଏନେଇ ସୋର ଥାନା ଅଭିଯୋଗ ହେବା ପରେ ପୋଲିସ୍ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *