Pratidin TV

Odisha's Digital News Platform

ପୋଲିସକୁ କାମୁଡି ଫେରାର ହେଲା ଆସାମୀ , ଅଭିଯୁକ୍ତ ମାଆ ହାତରେ ପଡିଲା ହାତକଡି …

ପୋଲିସକୁ ଗିରଫ କରିବାକୁ ଯାଇଥିଲେ ପୋଲିସ । ହେଲେ ପୋଲିସକୁ କାମୁଡି ରକ୍ତାକ୍ତ କରିଦେଲା ଅଭିଯୁକ୍ତ । ହତ୍ୟା ଉଦ୍ୟମ କରି ଦୀର୍ଘ ଦିନ ଧରି ଫେରାର ଥିବା ଅଭିଯୁକ୍ତକୁ ଗିରଫ କରିବା ସମୟରେ , ପୋଲିସକୁ କାମୁଡି ରକ୍ତାକ୍ତ କରି ଅଭିଯୁକ୍ତ ଫେରାର ହୋଇଯିବା ଘଟଣା କେନ୍ଦୁଝରରେ ଆଲୋଡନ ସୃଷ୍ଟି କରିଛି । ଅଭିଯୁକ୍ତ ଫେରାର ହୋଇଯିବା ପରେ ପରିବାର ଲୋକେ ପୋଲିସକୁ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିବା ଘଟଣାରେ ରାମଚନ୍ଦ୍ରପୁର ପୋଲିସ ଅଭିଯୁକ୍ତର ମା ଛବିଲତା ବରାଳଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ରାମଚନ୍ଦ୍ରପୁର ବାତୋ ପଞ୍ଚାୟତ କରାଡାପାଳ ଗାଁର ପ୍ରଦ୍ୟୁଷ ବରାଳ ଙ୍କ ନାମରେ ୩୦୭ ଧାରା ରେ ମକୋଦ୍ଦମା ହୋଇଥିଲା ।

ବହୁ ଦିନ ଧରି ଫେରାର ଥିଲେ । ବହୁଦିନ ପରେ ସେ ଗାଁକୁ ଆସିଥିବା ଖବର ପାଇ ସାଇଁକୁଳ ଫାଣ୍ଡି ଅଧିକାରୀ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଚଢ଼ାଉ କରି କାବୁ କରି ନେଇଥିଲେ । ପୋଲିସ କୁ ଆକ୍ରମଣ କରିବା ସହିତ ଫାଣ୍ଡି ଅଧିକାରୀଙ୍କ ଡାହାଣ ହାତକୁ କାମୁଡି ଦେଇ ରକ୍ତାକ୍ତ କରି ଫେରାର ହୋଇଯାଇଥିଲା ଅଭିଯୁକ୍ତ । ପରେ ପରିବାର ଲୋକେ ମଧ୍ୟ ପୋଲିସ ଉପରକୁ ସଂଘବଦ୍ଧ ଆକ୍ରମଣ କରିଥିବା ନେଇ ସୂଚନା ରହିଛି । ଏହାପରେ ଘରୁ ଅଭିଯୁକ୍ତ ବଦଳରେ ତାର ମାଆ ଛବିଲତା ବରାଳଙ୍କୁ ପୋଲିସ ଗିରଫ କରିଛି । ପରବର୍ତ୍ତୀ ସମୟରେ ଛବିଲତା ବରାଳଙ୍କୁ ପୋଲିସ ଆନନ୍ଦପୁର କୋର୍ଟକୁ ଚାଲାଣ କରିଛି । ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରହିଛି । ଏନେଇ କୌଣସି ପୋଲିସ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ଅନ୍ୟପଟେ ଏହି ଘଟଣା ପରେ ଆନନ୍ଦପୁର ଅଞ୍ଚଳରେ ବେଶ ଆଲୋଡନ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *