ବଢୁଛି ହିନ୍ଦୁଙ୍କ ଉପରେ ଆକ୍ରମଣ , ସୁରକ୍ଷା ପାଇଁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କଲେ ହିନ୍ଦୁ ସ୍ୱାଭିମାନ ମଞ୍ଚ ।
1 min readଭଦ୍ରକ : ହିନ୍ଦୁ ସ୍ୱାଭିମାନ ମଞ୍ଚ ପକ୍ଷରୁ ଭଦ୍ରକ ଜିଲ୍ଲାରେ ବିଶାଳ ପ୍ରତିବାଦ ଶୋଭାଯାତ୍ରା ଓ ସମାବେଶ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଭଦ୍ରକ ଜିଲ୍ଲାରେ ଦିନକୁ ଦିନ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ବଢ଼ି ଚାଲିଥିବା ବେଳେ ଉଭୟ ପୋଲିସ ପ୍ରଶାସନ ଚୁପ ରହୁଛି । ତେଣୁ ପ୍ରଶାସନର ଏପରି କାର୍ଯ୍ୟାକୁ ତୀବ୍ର ବିରୋଧ କରିଛନ୍ତି ହିନ୍ଦୁ ସ୍ୱାଭିମାନ ମଞ୍ଚ ।
ଏହି ଅବସର ରେ ଭଦ୍ରକ ସହରର ଗାନ୍ଧୀ ପଡିଆରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ପ୍ରତିବାଦ ସମାବେଶ ଆୟୋଜିତ କରିଥିଲେ । ଏଥିରେ ଭଦ୍ରକ ଜିଲ୍ଲା ର ଵିଭିନ୍ନ ଅଞ୍ଚଳରୁ ହଜାର ହଜାର ସଂଖ୍ୟକ ଭଦ୍ରକ ବାସି ମାନେ ଯୋଗଦାନ କରିଥିଲେ । ବାରମ୍ବାର ହିନ୍ଦୁ ମାନଙ୍କୁ ଆକ୍ରମଣ ପରେ ପ୍ରଶାସନର ନୀରବତାକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଓ କରାଯିବ ବୋଲି ସ୍ୱାଭିମାନ ମଞ୍ଚ ପକ୍ଷରୁ ଚେତାବନୀ ଦେଇଥିଲେ । ଏହି ଘେରାଓ କାର୍ଯ୍ୟାକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶହ ଶହ ସଂଖ୍ୟାରେ ବିଭିନ୍ନ ସାମାଜିକ ସଂଗଠନ ଓ ହିନ୍ଦୁ ସମାଜର ଲୋକମାନେ ଯୋଗଦାନ କରି ହାତରେ ପ୍ଲା କାର୍ଡ ଧରି ହିନ୍ଦୁଙ୍କ ସୁରକ୍ଷା ପାଇଁ ନାରାବାଜି କରିଥିଲେ ।
ଗତ ଦୁଇ ମାସ ଭିତରେ ଭଦ୍ରକ ଜିଲ୍ଲାର ୫ ଗୋଟି ସ୍ଥାନରେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ କରାଯାଉଥିବା ବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ କିନ୍ତୁ ହିନ୍ଦୁ ଲୋକମାନଙ୍କୁ ମାମଲାର ସମାଧାନ କରିବା ପାଇଁ ବାଧ୍ୟ କରାଯାଉଛି । ଏଥିରେ ଅତିଷ୍ଟ ହୋଇ ପଡିଲେଣି ହିନ୍ଦୁ ସମାଜ । ତେବେ ଏ ସମ୍ପର୍କରେ ହିନ୍ଦୁ ସ୍ୱାଭିମାନ ମଞ୍ଚ ଜିଲ୍ଲାପାଳ ଓ ଏସପି ଙ୍କୁ ଭେଟି ବିଭିନ୍ନ ସମୟରେ ଦାବିପତ୍ର ଦେଉଥିଲେ ମଧ୍ୟ ସେମାନେ ନୀରବତା ଅଵଲମ୍ବନ କରୁଛନ୍ତି । ତେଣୁ ପ୍ରଶାସନକୁ ଚେତାଇବା ସହିତ ହିନ୍ଦୁଙ୍କ ସୁରକ୍ଷା ପାଇଁ ଏହି ପ୍ରତିବାଦ ଓ ଘେରାଓ କରାଯାଇଥିଲା ।