ଲଣ୍ଡନ ଓ ଆମେରିକାରେ ଭାରତୀୟ ଦୂତାବାସଙ୍କୁ ଆକ୍ରମଣ ଘଟଣା, ଚିହ୍ନଟ ହେଲେ ୧୫ ଜଣ ଖଲିସ୍ତାନୀ ସମର୍ଥକ
1 min read
ଚଣ୍ଡିଗଡ: ଖଲିସ୍ତାନୀ ସମର୍ଥବାଦୀ ନେତାଙ୍କ ହତ୍ୟା ପରେ ଭାରତ ବିରୋଧି ହୋଇଥିିଲା ଖଲିସ୍ତାନୀ ଗୋଷ୍ଠୀ । ଅନ୍ୟ ଦେଶ ଗୁଡିକରେ ରହିଥିବା କେବଳ ଭାରତୀୟ ଦୂତାବାସଙ୍କୁ ହିଁ ଟାର୍ଗେଟ କରୁଥିଲା ଏହି ଗୋଷ୍ଟୀ । ଭାରତୀୟ ଦୂତାବାସଙ୍କୁ ଅତର୍କିତ ଆକ୍ରମଣ କରିବା ସହ ଘଟାଉଥିଲା ଭାରତ ବିରୋଧି କାର୍ଯ୍ୟ କଳାପ । ଏହି ଘଟଣାରେ ୧୫ଜଣ ଖଲିସ୍ତାନୀ ଆକ୍ରମଣକାରୀଙ୍କୁ ଚିହ୍ନଟ କଲା ଜାତୀୟ ତଦନ୍ତକାରୀ ସଂସ୍ଥା । ଖୁବଶୀଘ୍ର ସେମାନଙ୍କ ବିରୋଦ୍ଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ ।
ସୂଚନା ମୁତାବକ ପୂର୍ବରୁ କାନାଡାରେ ଖଲିସ୍ତାନୀ ସମର୍ଥବାଦୀ ନେତା ହରଦ୍ୱୀପ ସିଂ ନିଜହରଙ୍କ ହତ୍ୟା କରାଯାଇଥିଲା । ଯାହାକୁ ନେଇ ଭାରତକୁ ଦାୟୀ କରିଥିଲେ ଖଲିସ୍ତାନୀ ସପକ୍ଷବଦୀ । ଆଉ ଏହାକୁ ପ୍ରତିବାଦୀ କରି ବିଭିନ୍ନ ଦେଶଗୁଡିକରେ ରହିଥିବା ଖଲିସ୍ତାନୀ ସମର୍ଥକ ମାନେ ବିଭିନ୍ନ ନାରାବଜୀ ଦେବାସହ ଅପରାଧିକ କାଣ୍ଡ ଘଟାଇଥିଲେ । ମୁଖ୍ୟତଃ ବିଟ୍ରେନ ଓ ଆମେରିକାରେ ରହିଥିବା କେବଳ ଭାରତୀୟ ଦୂତାବାସଙ୍କୁ ହିଁ ଟାର୍ଗେଟ କରୁଥିଲେ ଖଲିସ୍ତାନୀ ଦଳ । ପରେ ଜୁଲାଇ ୯ତାରିଖରେ ଆମେରକାର ସାନଫ୍ରାନସିସକୋ ଏବଂ ମାର୍ଚ୍ଚ ୧୯ ତାରିଖରେ ଲଣ୍ଡନରେ ଥିବା ଭାରତୀୟ ଦୂତାବାସଙ୍କ ଉପରେ ଅଚାନକ ଆକ୍ରମଣ କରିଥିଲେ । ତେବେ ଉଭୟ ଦେଶରେ ହୋଇଥିବା ଆକ୍ରମଣ ଘଟଣାରେ ପ୍ରାୟ ୪୫ରୁ ଉର୍ଦ୍ଧ ଖଲିସ୍ତାନୀ ସମର୍ଥକ ସମ୍ପୃକ୍ତ ଥିବା ନେଇ ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଥିଲା । ସେଥିମଧ୍ୟରୁ ଆଜି ୧୫ ଜଣ ଖଲିସ୍ତାନୀ ସର୍ମଥକଙ୍କୁ ଚିହ୍ନଟ କରାଯାଇଥିବା ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ସୂଚନା ରହିଛି । ଏହି ୧୫ ଜଣ ଖଲିସ୍ତାନୀ ନାଗରୀକଙ୍କ ବିରୋଦ୍ଧରେ ସ୍ଥାନୀୟ ପ୍ରଶାସନ ସହାୟତାରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପଟେ ସେମାନଙ୍କ ମଧ୍ୟରୁ ଭାରତୀୟ ପାର୍ସପୋର୍ଟରେ ବିଦେଶ ଯାତ୍ରା କରିଥିବା ଖଲିସ୍ତାନୀ ସର୍ମଥକଙ୍କ ବିରୋଧରେ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ କୂଟନୈାତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବୋଲି ଜଣାପଡିଛି ।