କାନ୍ଦୁଛି ସମଗ୍ର ଅସ୍ତରଙ୍ଗ, ଲୁହରେ ଭିଜୁଛି ଗାଁ ମାଟି, ଆଉ ନାହାଁନ୍ତି ରୋହନ, ଆୟୁଷ୍ମାନ ଓ ରିତେଶ ବେହେରା
1 min readସରିଗଲା ରେସକ୍ୟୁ, କାଲି ହସ ଖୁସି ରେ ଡେଉଁଥିବା ପୁଅ ଏବେ ଗାଁ ମସାଣିର ପାଉଁଶ । କାନ୍ଦୁଚି ସାରା ସମଗ୍ର ଅସ୍ତରଙ୍ଗ, ଭିଜୁଛି ଗାଁ ମାଟି ।ମନକୁ ବୁଝାଇ ପାରୁନି ମା।ଶୂନସାନ ହୋଇପଡିଛି ବାଲିଡିଆ ଗ୍ରାମ । ୩ ପରିବାର ୩ନାବାଳକ ପୁଅକୁ ନେଇଗଲା ଦେବୀ ନଦୀ । ଅଗ୍ନିଶମ ଟିମ୍ ରେସକ୍ୟୁ ଅପରେସନ ଶେଷହୋଇଛି ।ହେଲେ ମାଆ ଆଖିରୁ ଲୁହ ଶୁଖୁନି । ଯେଉଁ ପଣତ କାନିଟାରେ ପିଲାକୁ ଛୋଟରୁ ବଡ଼ କରିଥିଲେ ସେ ପଣତ କାନି ଆଜି ଲୁହରେ ଭିଜୁଛି।
ଘଟଣାକୁ ଆଜି ହୋଇଗଲା ୨ଦିନ। ହେଲେ କାହିଁକି କେଜାଣି ନିଜ ମନକୁ ବୁଝାଇପାରୁନି ସ୍ନେହ କାଙ୍ଗାଳି ମା ଟିଏ।ବାରମ୍ବାର ଚେତା ହରାଇ ବସୁଛି।ପାଣି ଢୋକେ ବି ପେଟକୁ ଯାଉନି। ଏବେ ବି ଛାତି ଭିତରଟା ବିଧାରୀ ହେଉଛି। ଜନ୍ମ କଲା ପୁଅକୁ ଛାଡି ଆଉ କାହା ପାଇଁ ବଞ୍ଚିବ କହି ବାହୁନି ବାହୁନି କାନ୍ଦିଛନ୍ତି । ବଡ଼ କଥା ହେଉଛି ଘର ପାଖରେ ଘର ୩ଘରୁ ୩ସାଙ୍ଗ ୩ମା”ର କୋଳରୁ ଚାଲିଗଲେ ୩ପୁଅ। କେହି କାହାକୁ ବୁଝାଇପାରୁନାହାନ୍ତି |
ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ବାଲିଡିଆ ନିକଟ ଦେବୀ ନଦୀରେ ୩ସାଙ୍ଗ ରୋହନ ବେହେରା, ଆୟୁଷ୍ମାନ ବେହେରା ଓ ରିତେଶ ବେହେରା ଗାଧୋଉଥିବା ବେଳେ ପାଣିରେ
ବୁଡି ଚାଲିଗଲା ଜୀବନ। ମେଡିକାଲରେ ଡାକ୍ତର ମୃତ ଘୋଷଣା କଲେ। ଏହି ଘଟଣାକୁ ସ୍ଥାନୀୟ ଲୋକ ଭୁଲି ପାରୁନାହାନ୍ତି।କହିଛନ୍ତି ଏମିତି କିଛି ଦିନ ତଳେ ଏକ କୁନି ଝିଅ ବୁଡି ଯାଇଥିଵା ବେଳେ ଆଜି ୩ଜଣ ନାବାଳକଙ୍କ ମୁଣ୍ଡ ନେଇଛି ଦେବୀ ନଦୀ।