ବିଦ୍ୟୁତ ଵିଲ ଆଦାୟ ସମୟରେ ନିସ୍ତୁକ ମାଡ଼ଖାଇଲେ ବିଦ୍ୟୁତ କର୍ମଚାରୀ…
1 min readଆଳି : ବିଦ୍ୟୁତ ଵିଲ ଆଦାୟ କରିବାକୁ ଯାଇ ନିସ୍ତୁକ ମାଡ଼ ଖାଇଲେ ଆଳି ବିଦ୍ୟୁତ ବିଭାଜନର ଟାଟା ପାୱାର ବିଦ୍ୟୁତ କର୍ମଚାରୀ । ଆଜି କେନ୍ଦ୍ରାପଡ଼ା ଆଳି ବଡାମ୍ବିଳା ପଞ୍ଚାୟତର ମୁର୍ଗନୟନୀ ଗାଁକୁ ଟାଟାପାୱାରର ବିଦ୍ୟୁତ କର୍ମଚାରୀ ବିଦ୍ୟୁତ ଵିଲଆଦାୟ କରିବାକୁ ଯାଇ ଗାଁର ଜଣେ ଲୋକଙ୍କର ଆକ୍ରୋଶ ହୋଇଥିଲେ । ପରିବାର ଲୋକେ ସମସ୍ତ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରିବା ଫଳରେ ଦୁଇ ଜଣ ଟାଟା କର୍ମଚାରୀ ଆହତ ହୋଇ ଆଳି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ମଧ୍ୟରୁ ଜଣେ ହର ଥିବା ଜଣାପଡିଛି । ଏନେଇ ଆଳି ପୋଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଁଛି ତଦନ୍ତ କରୁଥିବା ଜଣାପଡୁଛି ।
ସୂଚନାଯୋଗ୍ୟ ଯେ ଶୁକ୍ରବାର ଆଳିରେ ଜୁନିଅର୍ ମ୍ୟାନେଜର ଭାବେ କାର୍ଯ୍ୟରତ ଥିବା ପ୍ରେମାନନ୍ଦ ବେହେରା ନିଜର କିଛି କର୍ମଚାରୀଙ୍କ ସହ ବିଦ୍ୟୁତ୍ ବକେୟ ବିଲ୍ ଆଦାୟ କରିବାକୁ ମୃର୍ଗନୟନୀ ଗାଁକୁ ଯାଇଥିଲେ । ସେଠାରେ ନବଘନ ମଲ୍ଲୀକ ନାମକ ଜଣେ ବ୍ୟକ୍ତିଙ୍କର ପାଖାପାଖି ୨୦ ହଜାର ଟଙ୍କାର ବିଲ୍ ବାକି ଥିବା ବେଳେ ସେମାନେ ଉକ୍ତ ଅର୍ଥରାଶୀକୁ ପୈଠ କରିବାକୁ ରାଜିନଥିଲେ । ଏନେଇ ବିଦ୍ୟୁତ୍ କର୍ମୀମାନେ ଜେଇଙ୍କ ନିର୍ଦ୍ଦେଶ କ୍ରମେ ନବଘନଙ୍କ ଘରୁ ବିଦ୍ୟୁତ୍ କାଟିଦେଇଥିଲେ । ଆଜି ନବଘନଙ୍କ ଘରକୁ ବିଦ୍ୟୁତ୍ ବିଲ୍ କାଟି ରସିଦ୍ ଦେବା ସମୟରେ ନବଘନଙ୍କ ସ୍ତ୍ରୀ ସେମାନଙ୍କୁ ଖରାପ୍ ଭାଷାରେ ଗାଲିଗୁଲଜ୍ କରିଥିଲେ । ଏହାପରେ ନବଘନ ଏବଂ ତାଙ୍କ ପୁଅ ଆସି ପ୍ରେମାନନ୍ଦଙ୍କ ସହ ଅନ୍ୟ କର୍ମଚାରିଙ୍କ ଉପରକୁ ଆକ୍ରମଣ କରିଥିଲେ ।
ତେବେ ଆଳିରେ ବିଦ୍ୟୁତ୍ କର୍ମୀଙ୍କ ସହ ଏଭଳି ଅଘଟଣ ପ୍ରଥମ ନୁହେଁ । ଆଗୁର ମଧ୍ୟ ଏଭଳି ଅନେକ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ଆଳି ବିଦ୍ୟୁତ୍ ବିଭାଗର କର୍ମଚାରୀ । ନିଜ ଜୀବନକୁ ବାଜି ଲଗାଇ ଏଭଳି ପରିସ୍ଥିତିରେ ଡିୟୁଟି କରୁଥିବା କର୍ମଚାରୀଙ୍କ ସୁରକ୍ଷା ଦାୟିତ୍ୱ କାହାର ? ଏନେଇ ଆଳି ଥାନାର ଦ୍ୱାରାସ୍ତ ହେବେ ବୋଲି ବିଦ୍ୟୁତ୍ କର୍ମୀ ବିଭୁଦତ ସାହୁ କହିଛନ୍ତି । ତେବେ ଦେଖିବା ବାକି ରହିଲା ଯେ ଆଳି ପୋଲିସ ସମୃକ୍ତ ଘଟଣାରେ କେଉଁଭଳି ପଦକ୍ଷେପ ଗ୍ରହଣ କରୁଛି ବା ଆହତ ବିଦ୍ୟୁତ୍ କର୍ମୀଙ୍କୁ କିଭଳି ନ୍ୟାୟ ଦେଉଛି ।