Pratidin TV

Odisha's Digital News Platform

ଆଳିରେ ଚାଞ୍ଚଲ୍ୟ : ଯୁବତୀଙ୍କ ବେକରୁ ଚେନ ଲୁଟ ବେଳେ ଗାଡ଼ିରୁ ପଡି ଯୁବତୀ ଗୁରୁତର …

1 min read

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ଦିନକୁ ଦିନ ଚୋରୀ ଡକାୟତି ଛୀନତାଇ ବୃଦ୍ଧି ପାଉଥିବା ବେଳେ, ସୋମବାର ସନ୍ଧ୍ୟାରେ ଭୁଇଁପୁର ରାସ୍ତାରେ ଜଣେ ଯୁବତୀଙ୍କ ବେକରୁ ଜଣେ ଦୁର୍ବୁତ୍ତ ଚେନ ଛିଡାଇ ନେବାକୁ ଉଦ୍ୟମ କରୁଥିଲା । କିନ୍ତୁ ଚେନ୍ ନଛିଡି ଓଲଟା ଯୁବତୀ ଜଣଙ୍କ ରାସ୍ତାରେ ଗାଡି ସହ ପଡିଯାଇଥିଲେ । ଏହାପରେ ଦୁର୍ବୁତ୍ତ ଚେନ ଲୁଟି ନପାରି ସେଠାରୁ ପଳାଇ ଯାଇଥିଲେ ।

ସୂଚନା ଯୋଗ୍ୟ ଯେ ଆଳି ଥାନା ମଙ୍ଗରାଜପୁର ଗ୍ରାମର ପୂଜାରାଣୀ ସେଠୀ ସଂସିଧା ପଞ୍ଚାୟତର ସିଆରପି ଭାବେ କାର୍ଯ୍ୟ କରିଥାନ୍ତି । ଆଜି ସେ ବ୍ଲକରୁ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ଭୂଇଁପୁର ତାରିଣୀ ଛକ ନିକଟରେ ଜଣେ ଦୁର୍ବୁର୍ତ୍ତ ବାଇକ ନେଇ ତାଙ୍କ ପଛପଟରୁ ଚେନ ଛିଡାଇ ବାକୁ ଉଦ୍ୟମ କରିଥିବା ବେଳେ ପୂଜା ଗାଡ଼ିରୁ ତଳେ ପଡି ଯାଇଥିଲା ।ଯାହା ଫଳରେ ଦୁର୍ବୁର୍ତ୍ତ ସେଠାରୁ ଖସି ପଳାଇ ଯାଇଥିଲେ । ତାଙ୍କୁ ଆଳି ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡିକାଲ ରେଫର କରାଯାଇଛି କ୍ଷ ତେବେ ପୂଜାଙ୍କ ଗୋଡ ଭାଙ୍ଗି ଯାଇଥିବା ବେଳେ ତାଙ୍କ ମୁହଁ ମଧ୍ୟ ଅନେକ ଜାଗାରେ କ୍ଷତାକ୍ତ ହୋଇଛି ।

Advertisement

Leave a Reply

Your email address will not be published. Required fields are marked *