Pratidin TV

Odisha's Digital News Platform

ଗରମକୁ ଖାତିର ନକରି ଧାଡିରେ ରହି , ଭୋଟ ଦେଲେ ପ୍ରତାପ ଦେବ …

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହେଇଛି ମତଦାନ ପ୍ରକ୍ରିୟା । ଆଜି ସରୁଛି ଓଡିଶାରେ ଶେଷ ପର୍ଯ୍ୟାୟ ଭୋଟ । ଆଉ ଦିନ କେଇଟାରେ ବାହାରିବ ୫ ବର୍ଷର ଫଳାଫଳ । ନେତାମାନଙ୍କ ଭାଗ୍ୟ ଚାଲିଛି ଶେଷ ପରୀକ୍ଷା । ଏଥିସହିତ ରାଜ୍ୟର ବିଭିନ୍ନ ବୁଥରେ ଆରମ୍ଭ ହେଇଛି ଭୋଟିଂ ।

ତେବେ ଆଜି ରାଜ୍ୟର ୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ପଡିବ ଭୋଟ୍ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହେଇଛି । ଏହି ପର୍ଯ୍ୟାୟରେ ୩୯୪ ବିଧାନସଭା ଓ ୬୬ ଲୋକସଭା ପ୍ରାର୍ଥୀଙ୍କ ପରୀକ୍ଷା ହେବ । ତେବେ ମିଳିଥିବା ସୂଚନା ମୁତାବକ, ଚତୁର୍ଥ ପର୍ଯ୍ୟାୟରେ ଅଛନ୍ତି ସବୁଠୁ ଅଧିକ ଭୋଟର । ଏହି ପର୍ଯ୍ୟାୟରେ ୯୯ ଲକ୍ଷ ୬୧ ହଜାର ମତଦାତା ରହିଛନ୍ତି ।

ଏହାରି ଭିତରେ ଆଳି ନିର୍ବାଚନ ମଣ୍ଡଳିର ବିଧାୟକ ପ୍ରାର୍ଥୀ ପ୍ରତାପ ଦେବ ଧାଡିରେ ରହି ଭୋଟ ଦେଇଛନ୍ତି । ସକାଳ ୭ ଟାରୁ ଆସି ସାଧାରଣ ଲୋକମାନଙ୍କ ସହ ଠିଆ ହୋଇ ଭୋଟ ଦେଇଛନ୍ତି ପ୍ରତାପ ଦେବ ।

Leave a Reply

Your email address will not be published. Required fields are marked *