Pratidin TV

Odisha's Digital News Platform

ଭାଲେଣ୍ଟାଇନ୍ ଡେ’ରେ ପ୍ରଧାନମନ୍ତ୍ରୀଙ୍କୁ ଛାତ୍ରଙ୍କ ନିଆରା ଉପହାର ; ମୋଦୀଙ୍କୁ ସୁନା ଗୋଲାପର ବୁକେ ଦେଲେ ସୁରତ ଛାତ୍ର ..

1 min read

ନୂଆଦିଲ୍ଲୀ : ଭାଲେଂଟାଇନ ଡେ’ ରେ ପ୍ରଧାନମନ୍ତ୍ରୀଙ୍କୁ ଉପହାର । ମୋଦୀଙ୍କୁ ସୁନା ଗୋଲାପର ବୁକେ ଦେଲେ ସୁରତ ଛାତ୍ର । ୨୪ କ୍ୟାରେଟର ପ୍ରାୟ ୧୫୧ଟି ସୁନା ଗୋଲାପ । ଆଜି ହେଉଛି ଭାଲେଂଟାଇନ୍ ଡେ’ । ପ୍ରେମ ପାଇଁ ଦିନଟିଏ । ପ୍ରେମୀ ଯୁଗଳ ମାନେ ନିଜ ନିଜର ପ୍ରେମୀକାଙ୍କୁ ଗିପ୍ଟ ଦେଇ ପ୍ରେମର ଭାବ ପ୍ରକାଶ କରିଥାଆନ୍ତି । ଏହି ଭ୍ୟାଲେଟାଇନ୍ ଡେ ଅବସରରେ ଗୁଜୁରାଟ ସୁରତର ଛାତ୍ରମାନେ ମୋଦିଙ୍କୁ ଦେଇଛନ୍ତି ଦାମୀ ଗିଫ୍ଟ ।

Advertisement

ପ୍ରଧାନମନ୍ତ୍ରୀଙ୍କ ଲାଗି ସୁନା ଗୋଲାପର ଏକ ବୁକେ ଉପହାର ଦେଇଛନ୍ତି । ଯେଉଁଥିରେ ୨୪ କ୍ୟାରେଟର ପ୍ରାୟ ୧୫୧ଟି ସୁନା ଗୋଲାପ ରହିଛି । ଛାତ୍ର ଜଣକ କହିବା ଅନୁଯାୟୀ, ପ୍ରଧାନମନ୍ତ୍ରୀ ସବୁବେଳେ ଆମର ଆଦର୍ଶ ରହି ଆସିଛନ୍ତି । ସେ ଆମର ଭାବନାକୁ ବୁଝିଥାଆନ୍ତି । ଭାଲେଂଟାଇନ୍ସ ଡେ’ ଅବସରରେ ଲୋକମାନେ ନିଜ ପ୍ରିୟ ଲୋକଙ୍କୁ ଗୋଲାପ ଫୁଲ ଉପହାର ଦିଆଯାଏ । ତେଣୁ ଏହି ବିଶେଷ ଦିନରେ ଆମେ ପ୍ରଧାନମନ୍ତ୍ରୀଙ୍କୁ ସୁନା ଗୋଲାପରେ ତିଆରି ପୁଷ୍ପଗୁଚ୍ଛ ଦେବାକୁ ଯାଉଛୁ । ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଆମ ପକେଟ ମନିରୁ ଅର୍ଥ ସଂଚୟ କରି ଏହି ପୁଷ୍ପଗୁଚ୍ଛକୁ କ୍ରୟ କରିଛୁ । ଛାତ୍ରଙ୍କ ଆଗ୍ରହ ଦେଖି ସୁନା ଦୋକାନୀ ମଧ୍ୟ ଶୀଘ୍ର ଏହି ପୁଷ୍ପଗୁଚ୍ଛକୁ ତିଆରି କରିବାରେ ଲାଗିପଡ଼ିଛନ୍ତି । ତେବେ ଏହି ପୁଷ୍ପଗୁଚ୍ଛର ମୂଲ୍ୟ ଲକ୍ଷାଧିକ ଟଙ୍କା ହୋଇଥିବା ଜଣାପଡ଼ୁଛି ।

ସବୁଠୁ ବଡ଼ କଥା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଛାତ୍ରମାନଙ୍କ ପ୍ରେମ ଭାବନା ସ୍ପଷ୍ଟ ବାରି ହୋଇପଡୁଛି । ତେବେ ଅରୋ ବିଶ୍ୱ ବିଦ୍ୟାଳୟର ଛାତ୍ରମାନେ ଗାନ୍ଧିନଗରର ଏକ ସୁନା ଦେକାନରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଶ୍ରଦ୍ଧାରେ ପୁଷ୍ପଗୁଚ୍ଛ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଥିଲା । ଛାତ୍ର ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ବନ୍ଧନ ରହିଛି । ପ୍ରଧାନମନ୍ତ୍ରୀଙ୍କ ପ୍ରତି ସୁରତର ଛାତ୍ରମାନେ ନିଜର ପ୍ରେମଭାବ ପ୍ରକାଶ କରିବା ଲାଗି ଭାଲେଂଟାଇନ ଡେ’କୁ ଚୟନ କରିଥିବା ବେଳେ ଗୋଲ୍ଡ ପ୍ଲେଟେଡ ପୁଷ୍ପଗୁଚ୍ଛ ଭେଟି ଦେଇଛନ୍ତି । କିନ୍ତୁ ଏଥର ଭାଲେଂଟାଇନ୍ସ ଡେ ଅବସରରେ ଛାତ୍ରଛାତ୍ରୀମାନେ ସେମାନଙ୍କ ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ପ୍ରତି ନିଜର ପ୍ରେମ ଭାବନା ଦେଖାଇବା ପାଇଁ ଏହି ସ୍ୱତନ୍ତ୍ର ପୁଷ୍ପଗୁଚ୍ଛ ଉପହାର ଭେଟି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *