Pratidin TV

Odisha's Digital News Platform

ଭାରତକୁ ୯ ୱିକେଟ୍‌ରେ ହରାଇ ବାଜି ମାରିଲା ଅଷ୍ଟ୍ରେଲିଆ : ହାତେଇଲା ୱାଲର୍ଡ ଟେଷ୍ଟ ଚାମ୍ପିୟନସିପ୍‌ର ଫାଇନାଲ ଟିକେଟ୍..

1 min read

ନୂଆଦିଲ୍ଲୀ : ହୋଲ୍କର୍ ଷ୍ଟାଡିୟମ୍ ରେ ଚାଲିଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟରେ ଭାରତକୁ ୯ ୱିକେଟ୍‌ରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଚାରି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟିମ ଇଣ୍ଡିଆକୁ ୯ ୱିକେଟ୍‌ରେ ପରାସ୍ତ କରିଛି । ଏହି ବିଜୟ ସହିତ ଅଷ୍ଟ୍ରେଲିଆ ସିରିଜରେ ପ୍ରତ୍ୟାବର୍ତନ କରିଛି । ପ୍ରଥମ ଦୁଇଟି ଟେଷ୍ଟ ଜିତିବା ପରେ ସିରିଜ୍‌ରେ ଭାରତ ୨-୧ରେ ଆଗୁଆ ରହିଥିଲା ।

Advertisement

ଦ୍ୱିତୀୟ ଇନିଂସରେ ଜିତିବା ପାଇଁ ଅଷ୍ଟ୍ରେଲିଆ ନିକଟରେ ୭୬ ରନର ଲକ୍ଷ୍ୟ ଥିଲା । ମ୍ୟାଚର ତୃତୀୟ ଦିନରେ ଗୋଟିଏ ୱିକେଟରେ ହରାଇ ଦଳ ଲକ୍ଷ୍ୟସ୍ଥଳରେ ପହଂଚିଥିଲା । ମାର୍ଚ୍ଚ ୯ରୁ ଅହମ୍ମଦାବାଦରେ ଦୁଇ ଦେଶ ମଧ୍ୟରେ ଚତୁର୍ଥ ଟେଷ୍ଟ ଖେଳାଯିବ । ତୃତୀୟ ଟେଷ୍ଟର ତୃତୀୟ ଦିନରେ ଲଂଚ୍ ପୂର୍ବରୁ ଅଷ୍ଟ୍ରେଲିଆ ମ୍ୟାଚ ଶେଷ କରିଥିଲା । ଅଷ୍ଟ୍ରେଲିଆ ୧୮.୧ ଓଭରରେ ୭୬ ରନ ଲକ୍ଷ୍ୟ ହାସଲ କରିଥିଲେ । କଙ୍ଗାରୁ ଦଳ ଗୋଟିଏ ୱିକେଟରେ ୭୮ ରନ ସଂଗ୍ରହ କରିଥିଲା ।

ଏହାପରେ ଅଷ୍ଟ୍ରେଲିଆର ଟ୍ରାଭିସ ହେଡ ୫୩ ବଲରୁ ୪୯ ରନରେ ମାର୍ଶ ଲାବୁଶେନ ୨୮ ରନରେ ଅପରାଜିତ ରହିଥିଲେ । ଉସମାନ ଖ୍ୱାଜା ଖାତା ଖୋଲିପାରି ନ ଥିଲେ । ପ୍ରଥମ ଇନିଂସରେ ଭାରତ ୧୦୯ ରନ ସଂଗ୍ରହ କରିଥିଲା । ଏଥି ସହିତ ଅଷ୍ଟ୍ରେଲିଆ ୧୯୭ ରନ ସଂଗ୍ରହ କରିଥିଲା । ଫଳରେ ଅଷ୍ଟ୍ରେଲିଆ ୮୮ ରନର ଅଗ୍ରଣୀ ହାସଲ କରିଥିଲା । ଏହା ପରେ ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ୧୬୩ ରନରେ ଅଲଆଉଟ୍ ହୋଇଥିଲା । ଫଳରେ ଅଷ୍ଟ୍ରେଲିଆକୁ ୭୬ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା ।

ତେବେ ବର୍ଡର୍‌-ଗାଭାସ୍କର୍‌ ଟ୍ରଫି ଟେଷ୍ଟ୍‌ ମ୍ୟାଚ୍‌ରେ ପୂର୍ବରୁ ୨ଟି ମ୍ୟାଚ୍‌ ଜିଣିଥିବା ଭାରତ ୨-୧ରେ ଅଗ୍ରଣୀ ରହିଛି।ଅହମଦାବାଦରେ ଚତୁର୍ଥ ନମ୍ବର ମ୍ୟାଚ୍‌ଟି ବାକି ରହିଛି। ସେଥିରେ ବିଜୟ ଲାଭ କଲେ ଭାରତ ‘ଡବ୍ଲୁଟିସି’ର ଫାଇନାଲ୍‌ରେ ପହଞ୍ଚିବ। 

Leave a Reply

Your email address will not be published. Required fields are marked *