Pratidin TV

Odisha's Digital News Platform

ଆଇସିସ ର଼୍ୟାଙ୍କିଙ୍ଗରେ ବାଜି ମାରିନେଲା କଙ୍ଗାରୁ ଦଳ , ପଛରେ ପଡିଲେ ରୋହିତ ବାହିନୀ …

1 min read

ବର୍ତ୍ତମାନ ଚାଲିଛି ଆଇପିଏଲର ମହାସମର । ଏହାକୁ ନେଇ ଏବେ ସମସ୍ତେ ବ୍ୟସ୍ତ । ହେଲେ ଏହାରି ଭିତରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ । ଆଉ ଏହି ବିଶ୍ୱକପ ଜିତିବାପାଇଁ ଭାରତ ପାଖରେ ରହିଛି ସୁଯୋଗ । ହେଲେ ଏହାପୂର୍ବରୁ ଭାରତୀୟ ଟିମ କୁ ଲାଗିଛି ଏକ ଶକ୍ତ ଝଟକା । ଆଇସିସି ରାଙ୍କିଙ୍ଗରେ ବାଜି ମାରିନେଇଛି କଙ୍ଗାରୁ ଦଳ ପଛରେ ପଡିଯାଇଛି ରୋହିତ ବାହିନୀ । ଆଇସିସି ଟେଷ୍ଟ ରାଙ୍କିଙ୍ଗ ମାନ୍ୟତାରେ ଟିମ ଇଣ୍ଡିଆକୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଛି ଅଷ୍ଟ୍ରେଲିଆ । ଆଜି ଆଇସିସି ତରଫରୁ ଟେଷ୍ଟ, ଦିନିକିଆ ଏବଂ ଟି-୨୦ ରାଙ୍କିଙ୍ଗ ଜାରି କରିଛି ଆଇସିସି । ନୂଆ ଭାବରେ ଜାରି ହୋଇଥିବା ଏହି ରାଙ୍କିଙ୍ଗରେ ଭାରତ ନିୀଜର ଶୀର୍ଷ ସ୍ଥାନ ହରାଇଛି ।

ଆଇସିସି ଟେଷ୍ଟ ମାନ୍ୟତାରେ ଟିମ ଇଣ୍ଡିଆକୁ ପଛରେ ପକାଇ ବିଶ୍ୱ ଟେଷ୍ଟ ଚମ୍ପିଆନ୍ ଅଷ୍ଟ୍ରେଲିଆ ବର୍ତ୍ତମାନ ପ୍ରଥମ ସ୍ଥାନ ଅଧିକାର କରିଛି । ତେବେ ଦିନିକିଆ ଏବଂ ଟି-୨୦ ଫର୍ମାଟରେ ଶୀର୍ଷ ସ୍ଥାନ ହାସଲ କରିଛି ରୋହିତ ସେନା । ବାର୍ଷିକ ଅପଡେଟ ଅନୁସାରେ, ଟେଷ୍ଟ କ୍ରିକେଟରେ ଅଷ୍ଟ୍ରେଲିଆ ୧୨୪ ପଏଣ୍ଟ ରେଟିଙ୍ଗ ସହ ଭାରତକୁ ଅତିକ୍ରମ କରିଛି ଟେବୁଲର ଶୀର୍ଷ ସ୍ଥାନ ହାସଲ କରିଛି । ତେବେ ୧୨୦ ପଏଣ୍ଟ ସହ ଦ୍ୱିତୀୟରେ ରହିଛି ଟିମ ଇଣ୍ଡିଆ । ଏହାପରେ ତୃତୀୟରେ ଇଂଲଣ୍ଡ(୧୦୫), ଚତୁର୍ଥରେ ଦକ୍ଷିଣ ଆଫ୍ରିକା(୧୦୩), ପଞ୍ଚମରେ ନ୍ୟୁଜିଲାଣ୍ଡ(୯୬) ଥିବା ବେଳେ ଷଷ୍ଠରେ ପାକିସ୍ତାନ(୮୯), ସପ୍ତମରେ ଶ୍ରୀଲଙ୍କା(୮୩), ଅଷ୍ଟମରେ ୱେଷ୍ଟଇଣ୍ଡିଜ(୮୨) ଏବଂ ନବମରେ ବାଂଲାଦେଶ(୫୩) ରହିଛି । ୨୦୨୧ ପରେ ଟେଷ୍ଟ କ୍ରିକେଟର ପ୍ରଦର୍ଶନ ଆଧାରରେ ଏହି ରାଙ୍କିଙ୍ଗ ଜାରି କରିଛି ଆଇସିସି ।

Leave a Reply

Your email address will not be published. Required fields are marked *