Pratidin TV

Odisha's Digital News Platform

ଇଡେନ ଗାର୍ଡେନ୍ସ ବାଛିବ ୨ୟ ଫାଇନାଲିଷ୍ଟ,ଆଜି ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା

1 min read

କୋଲକାତା: ନଭେମ୍ବର ୧୫ରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତର ଦମଦାର ବିଜୟ ହୋଇଥିଲା ଏଥିସହ ପ୍ରଥମ ଦଳ ଭାବେ ଭାରତ ଫାଇନାଲକୁ ପ୍ରବେଶ କରି ସାରିଛି। ତେବେ ଆଜି ୨ୟ ଫାଇନାଲିଷ୍ଟର ପାଳି । ଗୁରୁବାର ଅର୍ଥାତ ଆଜି ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ହେବ। କୋଲକାତାର ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମରେ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲ ଖେଳାଯିବ। ତେବେ ଆଜିର ମ୍ୟାଜରେ ୫ ଥର ବିଜେତା ଅଷ୍ଟ୍ରେଲିଆକୁ ଭେଟିବ ଦକ୍ଷିଣ ଆଫ୍ରିକା। ଦିନ ୨ଟାରେ କୋଲକାତାର ଇଡେନଗାର୍ଡେନ୍ସରେ ହେବ ମହାମୁକାବିଲା । ଲିଗ ପର୍ଯ୍ୟାୟରେ ୯ଟିରୁ ୭ଟିରେ ବିଜୟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଥିଲା ଦକ୍ଷିଣ ଆଫ୍ରିକା। ସମାନ ସଂଖ୍ୟକ ମ୍ୟାଚ ଜିତି ତୃତୀୟ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ। ବିଶ୍ୱକପରେ ଅଷ୍ଟ୍ରେଲିଆ ୫ ଥର ଟାଇଟଲ ଜିତିଥିବାବେଳେ ଦକ୍ଷିଣ ଆଫ୍ରିକା ସେମିଫାଇନାଲକୁ ଯାଇ ମଧ୍ୟ ଗୋଟେ ବି କପ ହାତେଇ ନାହିଁ। ଏଣୁ ପ୍ରଥମଥର କପ ଜିତିବାକୁ ଲକ୍ଷ୍ୟ ରଖିଛି ସାଉଥ ଆଫ୍ରିକା। ଅଷ୍ଟ୍ରେଲିଆକୁ ହରାଇ ଫାଇନାଲକୁ ଯିବାକୁ ଦଳ ରଣନୀତି ପ୍ରସ୍ତୁତ କରିଛି। ଅନ୍ୟପଟେ ଅଷ୍ଟ୍ରେଲିଆ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ମାତ ଦେବାକୁ ପ୍ରସ୍ତୁତ ରହିଛି। ଆଜି ମ୍ୟାଚରେ ଯେଉଁଦଳ ବିଜୟୀ ହେବ ଆସନ୍ତା ରବିବାର ଫାଇନାଲରେ ସେହି ଦଳ ଭାରତ ସହ ମୁକାବିଲା କରିବ ।

Advertisement

Leave a Reply

Your email address will not be published. Required fields are marked *