Pratidin TV

Odisha's Digital News Platform

କଙ୍ଗାରୁ ଟିମ ହାରିବା ପଛରେ କ’ଣ ରହିଛି କାରଣ, ଅଧିନାୟକ ନା ଭାରତ ପିଚ୍‌!

1 min read

କାହିିଁକି ହାରିଯାଉଛି ଅଷ୍ଟ୍ରେଲିଆ ଦଳ? ସେମାନେ ସଠିକ୍ ରଣନୀତି ପ୍ରସ୍ତୁତ କରିବାକୁ ସକ୍ଷମ ନୁହଁନ୍ତି କି? ଖେଳାଳିଙ୍କଠାରୁ ସର୍ବୋତ୍ତମ ପ୍ରଦର୍ଶନ ପାଇବାରେ ବିଫଳ ହୋଇଛନ୍ତି କି ଅଷ୍ଟ୍ରେଲିଆ? କି ଭାରତ ମାଟି ତାଙ୍କୁ ସୁହାଉନି ?ଏଭଳି ଅନେକ ପ୍ରଶ୍ନ ଏବେ ଲେକାଙ୍କ ମନରେ ଉଙ୍କି ମାରୁଛି । କାରଣ ୨୦୨୩ ବିଶ୍ୱକପରେ ଅଷ୍ଟ୍ରେଲିଆ ଏହାର ପ୍ରଥମ ଦୁଇଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି । ପରାଜୟର ମାର୍ଜିନ ଏତେ ବଡ ଯେ ଏହା ସ୍ପଷ୍ଟ ହୋଇଯାଏ ଯେ ଅଷ୍ଟ୍ରେଲିଆ ଦଳର ମ୍ୟାଚରେ କୌଣସି ସ୍ଥାନ ନଥିଲା । ଭାରତ ବିଶ୍ୱକପ ଅଭିଯାନରେ ମୈଦାନକୁ ଓହ୍ଲାଇଥିଲା ବେଳେ ତା ବିପକ୍ଷରେ ରହିଥିଲା ଅଷ୍ଟ୍ରେଲିଆ । ମ୍ୟାଚରେ ଇଶାନ କିଶନ, ରୋହିତ ଶର୍ମା ଏବଂ ଶ୍ରେୟସ ଆୟରଙ୍କ ତିନି ୱିକେଟ ସହ କିଛି ମିନିଟର ଖୁସି ବ୍ୟତୀତ କଙ୍ଗାରୁ ଉଭୟ ମ୍ୟାଚରେ କେବଳ ଚିନ୍ତା ଏବଂ ଚାପର ସମ୍ମୁଖୀନ ହୋଇଥିଲେ । ସେହିପରି ଦକ୍ଷିଣ ଆଫ୍ରିକା ବିପକ୍ଷରେ ପଚାଶ ଓଭର ପାଇଁ ଅଷ୍ଟ୍ରେଲିଆ ଦଳ ବ୍ୟାଟିଂ କରିପାରି ନଥିଲା । ଅଷ୍ଟ୍ରେଲିଆର ପରବର୍ତ୍ତୀ ମ୍ୟାଚ୍ ଶ୍ରୀଲଙ୍କା ବିପକ୍ଷରେ ।

କଙ୍ଗାରୁମାନେ ଏପର୍ଯ୍ୟନ୍ତ କରିଥିବା ପ୍ରଦର୍ଶନକୁ ଦେଖିଲେ ଏହା କୁହାଯାଇପାରେ ଯେ ଟୁର୍ନାମେଣ୍ଟରେ ପ୍ରଥମ ବିଜୟ ହାସଲ କରିବାକୁ ଶ୍ରୀଲଙ୍କା ମଧ୍ୟ ସେମାନଙ୍କୁ ଧରିବାକୁ ଚେଷ୍ଟା କରିବ । ୫ଥର ବିଶ୍ୱ ଚାମ୍ପିୟନ ଦଳରୁ ଏଭଳି ପ୍ରଦର୍ଶନକୁ କେହି ଆଶା କରନ୍ତି ନାହିଁ । ବର୍ତ୍ତମାନ ସମସ୍ତେ ଭାବୁଛନ୍ତି ଚଳିତ ବର୍ଷ ଭାରତରେ ବିଶ୍ୱକପ ଖେଳାଯାଉଥିବା ବେଳେ ଭାରତ ମାଟି ବୋଧେ କଙ୍ଗାରୁ ଟିମକୁ ସୁହାଉ ନାହିଁ ଯାହାଫଳରେ ସେ ବାରମ୍ବାର ପରାଜୟର ସ୍ୱାଦ ଚାଖୁଛନ୍ତି । ତେବେ ଆଗକୁ ଆଉ ମ୍ୟାଚ ରହିଥିବା ବେଳେ ଦେଖିବା ଚଳିତ ବର୍ଷ ଅଷ୍ଟ୍ରେଲିଆ ଟିମ ସେମିଫାଇନାଲରେ ନିଜ ଜାଗା ବନାଇ ପାରୁଛି ନା ଖାଲି ହାତରେ ନିଜ ଦେଶକୁ ଫେରଯିବ । ଏହା ବ୍ୟତୀତ ଅଷ୍ଟ୍ରେଲିଆର ଏଭଳି ପ୍ରଦର୍ଶନ ପାଇଁ ତାଙ୍କ ଅଧିନାୟକଙ୍କୁ ବି ଦାୟି କରାଯାଉଛି । କ୍ୟାପଟେନଙ୍କ ଖାମଖିଆଲି ପାଇଁ ଦଳ ହାରୁ ଥିବା କିଚଇ ଲୋକ ମନ୍ତବ୍ୟ ଦେଉଛନ୍ତି ।

Advertisement

Leave a Reply

Your email address will not be published. Required fields are marked *