Pratidin TV

Odisha's Digital News Platform

ପାରୁନାହାନ୍ତି ଭାରତୀୟ,ଏବେ ଟନେଲରୁ ଶ୍ରମିକଙ୍କୁ ଉଦ୍ଧାର କରିବେ ଅଷ୍ଟ୍ରେଲିଆ ଏକ୍ସପର୍ଟ ଆର୍ନାଲ୍ଡ ଡିକ୍ସ…

ଟନେଲରେ ଫସିରହିଛି ୪୧ ଶ୍ରମିକଙ୍କ ଜୀବନ । ଆଜିକୁ ୯ ଦିନ ହେଲା ଟନେଲ ଭିତରେ ବଂଚିବାର ଅହରହ ସଂଘର୍ଷ ଜାରି ରହିଛି । ଉତରାଖଣ୍ଡ ଉତରକାଶୀରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ବର୍ତ୍ତମାନ ଅଷ୍ଟ୍ରେଲିଅ ଜଣେ ଆନ୍ତର୍ଜାତୀୟ ଟନେଲିଂ ବିଶେଷଜ୍ଞ ଆର୍ନୋଲ୍ଡ ଡିକ୍ସ ବିପର୍ଯ୍ୟୟ ସ୍ଥଳରେ ପହଞ୍ଚିଛନ୍ତି । ଡିକ୍ସ ଜେନେଭା ଭିତ୍ତିକ ଆନ୍ତର୍ଜାତୀୟ ଟନେଲିଂ ଏବଂ ଅଣ୍ଡରଗ୍ରାଉଣ୍ଡ ସ୍ପେସ୍ ଆସୋସିଏସନର ମୁଖ୍ୟ ଅଟେ । ଯିଏକି ଅନେକ ଭୂତଳ ପ୍ରାସାଦ ଏବଂ ଟନେଲ ବନାଇଛନ୍ତି, ଯାହା ବିଶ୍ୱରେ ପ୍ରଶଂସିତ । ତେବେ ଟନେଲ ଭିତରେ ଫସି ରହିଥିବା ଶ୍ରମିକମାନଙ୍କୁ କିପରି ନିରାପଦରେ ସ୍ଥାନାନ୍ତର କରାଯିବ ବୋଲି ଡିକ୍ସ ଆଶା ପ୍ରକଟ କରିଛନ୍ତି । ଉଦ୍ଧାର କାର୍ଯ୍ୟ କରିବା ପାଇଁ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ସମସ୍ତ ଏଜେନ୍ସି ପରସ୍ପର ସହ ସମ୍ପୂର୍ଣ୍ଣ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି ବୋଲି ଡିକ୍ସ କହିଛନ୍ତି । ସେ ଉକ୍ତ ସ୍ଥାନ ଯାଞ୍ଚ କରି ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛନ୍ତି ।

Leave a Reply

Your email address will not be published. Required fields are marked *