Pratidin TV

Odisha's Digital News Platform

୪୧ ଶ୍ରମିକଙ୍କ ଜୀବନ ବଞ୍ଚାଇଥିବା ଆର୍ନୋଲ ଡିକ୍ସଙ୍କୁ ପ୍ରଶଂସାକଲେ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନି…

1 min read

ଉତ୍ତରକାଶୀ ଟନେଲ ଟ୍ରଜେଡି । ସୁଡଙ୍ଗ ଭିତରେ ଦୀର୍ଘ ୧୭ ଦିନର ସଂର୍ଘଷ କରୁଥରବା ଶ୍ରମିକ ମାନଙ୍କ ପାଇଁ ଭଗବାନ ପାଲଟିଥିଲେ ଆନୋଲ୍‌ଡ ଡିକ୍ସ । ଆଉ ଦିନ ରାତି ଅକ୍ଳାନ୍ତ ପରିଶ୍ରମ ଶ୍ରମିକ ମାନଙ୍କୁ ଦେଇଥିଲେ ନୂଆ ଜୀବନ । ସେଥିପାଇଁ ଶୁକ୍ରବାର ଦିନ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆର୍ନୋଲ୍ଡ ଡିକ୍ସଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ସଂସଦରେ କହିଛନ୍ତି ଯେ ଭାରତର ଉତ୍ତରାଖଣ୍ଡରେ ଏକ ଟନେଲରେ ୪୧ ଜଣ ଲୋକ ଫସି ରହିଥିଲେ । ସେହି ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସଂଗ୍ରାମରେ ତାଙ୍କର ଦକ୍ଷତା ସହିତ ପ୍ରଫେସର ଡିକ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ଯେଉଁଭଳି ଭାବରେ ଏକ କଠିନ ଅପରେସନ୍ କରି ଶ୍ରମିକଙ୍କୁ ଉଦ୍ଧାର କରି ସେମାନଙ୍କ ପରିବାର ପାଖକୁ ଫେରାଇଥିଲେ ତାହା ଏକ ଅସାଧାରଣ କାହାଣୀ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ ୪୧ ଜଣ ଜୀବନ ରକ୍ଷା ପାଇଥିବାରୁ ଭାରତ ଆନନ୍ଦିତ ହୋଇଛି । ଏହି ସହଯୋଗ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆର୍ନୋଲ୍ଡ ଡିକ୍ସଙ୍କ ସାହାଯ୍ୟରେ ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ ତାଙ୍କ ନିକଟରେ ଋଣୀ । ସେପଟେ ଅଷ୍ଟ୍ରେଲିଆରେ ଅବସ୍ଥିତ ‘ହାଇ କମିଶନ ଅଫ୍ ଇଣ୍ଡିଆ’ ସମାରୋହରେ ଆର୍ନୋଲ୍ଡ ଡିକ୍ସ କହିଛନ୍ତି ଯେ ଏହି ଉଦ୍ଧାର କାର୍ଯ୍ୟର ସାମିଲ କରିଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି । ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ଉଦ୍ଧାରକାରୀ ସଂସ୍ଥା ଏବଂ ସେନା ତାଙ୍କୁ ବହୁତ ସାହାଯ୍ୟ କରିଛନ୍ତି । ସେ କହିଛନ୍ତି, “୪୧ ଜଣ ଲୋକ ନିରାପଦରେ ନିଜ ଘରେ ପହଂଚିଥିଲେ । ସେମାନଙ୍କ ମଧ୍ୟରୁ କାହାରିକୁ ସାମାନ୍‌ଯତମ ଆଘାତ ମଧ୍ୟ ଲାଗିନଥିଲା । ମୋ ଜୀବନରେ ଯେ କୌଣସି ବି ଉଦ୍ଧାର କାର୍ଯ୍ୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କଠାରୁ ଏତେ ସାହାଯ୍ୟ ଆଶା କରି ନ ଥିଲି ଯାହା ଭାରତରୁ ପାଇଛି

Advertisement

Leave a Reply

Your email address will not be published. Required fields are marked *