Pratidin TV

Odisha's Digital News Platform

ଋଣ ସୁଝିବାକୁ ବିକିଲେ କିଡନୀ , ୩୦ ଲକ୍ଷ ବଦଳରେ ମିଳିଲା ଲକ୍ଷେ..

1 min read

ଋଣ ପରିଶୋଧ କରିବାକୁ  ବିକ୍ରି କରିଥିଲେ ଗୋଟିଏ କିଡନୀ । ହେଲେ ତାଙ୍କ ସବୁ ଆଶା ଆଶାରେ  ରହିଗଲା  । କାରଣ କିଡନୀ ବିକ୍ରି କରିବା ପରେ ଠକାମୀର ଶିକାର ହେଲେ ଜଣେ ଅଟୋ ଡ୍ରାଇଭର । କିଡନୀ ବଦଳରେ ତାଙ୍କୁ ୩୦ ଲକ୍ଷ ଟଙ୍କା ଦିଆ ଯିବାକୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ କିଡନୀ ନେବା ପରେ ମାତ୍ର ଏକ ଲକ୍ଷ ୧୦ ହଜାର ଟଙ୍କା ଦେଇ ତାଙ୍କୁ ଠକି ଦିଆଯାଇଛି । ଘଟଣା ଘଟିଛି ବିଜୟଓ୍ବାଡା ଅଞ୍ଚଳରେ । ଠକାମୀର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ମଧୁବାବୁ ଗାର୍ଲାପତି । ଠକାମୀ ନେଇ ସେ ଥାନାର ଦ୍ବାରସ୍ଥ ହେବା ପରେ ଏହି  ଘଟଣା ସାମ୍ନାକୁ ଆସିଛି  । ସୂଚନା ଅନୁସାରେ, ମଧୁବାବୁ ମୋବାଇଲ ଆପ୍ ଜରିଆରେ ଋଣ କରିବା ସହ ଅନେକ ଲୋକଙ୍କ ଠାରୁ ଧାର କରଜ କରିଥିଲେ । ଋଣ ଭାର ଚିନ୍ତାରେ ଥିବା ବେଳେ ସେ ଫେସବୁକରେ ଏକ ବିଜ୍ଞାପନ ଦେଖିଥିଲେ । ଏହି ବିଜ୍ଞାପନରେ କିଡନୀ ଦାନ ବଦଳରେ ଯଥେଷ୍ଟ ରୋଜଗାର କରିପାରିବେ ବୋଲି କୁହାଯାଇଥିଲା ।

ଏହାପରେ ସେ ବିଜ୍ଞାପନ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିଥିଲେ । ପରେ ବିଜୟୱାଡାର ଜଣେ ବ୍ୟକ୍ତି ମଧୁବାବୁଙ୍କ ସହ ଯୋଗାଯୋଗ କରି କିଡନୀ ଦାନ ଏବଂ ଏହା ବଦଳରେ ତାଙ୍କୁ ୩୦ ଲକ୍ଷ ଟଙ୍କା ଦିଆଯିବ ବୋଲି କହିଥିଲେ । ଯେଉଁ ବ୍ୟକ୍ତି କିଡନୀ ଗ୍ରହଣ କରିଥିଲେ ସେମାନଙ୍କ ସହ ମଧ୍ୟ ପରିଚିତ କରାଇଥିଲେ । କିନ୍ତୁ କିଡନୀ ଦାନ ପରେ ତାଙ୍କୁ ୩୦ ଲକ୍ଷ ଟଙ୍କା ଦିଆଯାଇ ନଥିବା ସେ ଅଭିଯୋଗ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ତାଙ୍କୁ ଡାକ୍ତରଖାନା ଯିବା ଆଓିବା ପାଇଁ ୫୦ ହଜାର ଟଙ୍କା ଏବଂ ପରେ ୬୦ ହଜାର ଟଙ୍କା ଦିଆଯାଇଥିବା ବେଳେ ବାକି ଟଙ୍କା ଦିଆ ଯାଉନଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସେ ଗୁଣ୍ଟର ଏସପିଙ୍କ ଦ୍ୱାରସ୍ଥ ହେବା ସହ କିଡନୀ ଦାନର ସମସ୍ତ କାଗଜପତ୍ର ଦାଖଲ କରିଥିଲେ । ତଦନ୍ତ ପରେ ସଙ୍ଗୀନ ଘଟଣା ସାମ୍ନାକୁ ଆସିଛି । ମଧୁବାବୁ ଏବଂ କିଡନୀ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ ଥିବାର ନକଲି କାଗଜରେ ତାଙ୍କ ଦସ୍ତଖତ ନିଆ ଯାଇଥିବା ଜଣାପଡ଼ିଛି । ଏପରିକି ସେ ସ୍ୱଇଚ୍ଛାରେ କିଡନୀ ଦାନ କରିଥିବା ସେଥିରେ ଉଲ୍ଲେଖ କରାଯାଇଛି ।

Advertisement

ଅସ୍ତ୍ରୋପଚାର କରିଥିବା ଡାକ୍ତର ତାଙ୍କ ବାମ କିଡନୀ ପରିବର୍ତ୍ତେ ଡାହାଣ କିଡନୀ କାଢି ନେଇଥିବା ମଧ୍ୟ ଜଣାପଡିଛି । ଏହାକୁ ନେଇ ବିଜୟ ସୁପର ସ୍ପେଶାଲିଟି ହସ୍ପିଟାଲର ଡାକ୍ତର ଏବଂ ତାଙ୍କ ଟିମ୍ ବିରୋଧରେ ବେଆଇନ ଅଙ୍ଗ କାରବାର ଅଭିଯୋଗ ହୋଇଛି । ସେପଟେ ଏହି ଅଭିଯୋଗକୁ ହସ୍ପିଟାଲ ମୁଖପାତ୍ର ଖଣ୍ଡନ କରିଛନ୍ତି । ମୁଖପାତ୍ର କହିଛନ୍ତି, ‘ଡାକ୍ତରଖାନା ଆଇନ ଅନୁଯାୟୀ ଉଚିତ ପ୍ରକ୍ରିୟା ଅନୁସରଣ କରାଯାଇଛି । ଆମ ଡାକ୍ତରଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ ।’

Leave a Reply

Your email address will not be published. Required fields are marked *