Pratidin TV

Odisha's Digital News Platform

ଚର୍ଚ୍ଚାରେ ଅଟୋ ଡ୍ରାଇଭର ଜିତେନ୍ଦ୍ର : ନିଜର ବୁଦ୍ଧି ଖଟାଇ ଯାତ୍ରୀମାନଙ୍କ ପାଇଁ କଲେ ଏଭଳି ସୁବିଧା …

1 min read

ଗଞ୍ଜାମ : ଖରା ଗରମରୁ ଯାତ୍ରୀଙ୍କୁ ଆସ୍ଵସ୍ଥି ଦେବା ପାଇଁ ଅଟୋ ଚାଳକ ଙ୍କ ନିଆରା ପଦକ୍ଷେପ । ନିଜ ଅଟୋରେ ଯାତ୍ରୀଙ୍କ ପାଇଁ କୁଲର୍ ବ୍ୟବସ୍ଥା କରି ଚର୍ଚ୍ଚାରେ ରହିଛନ୍ତି ଅଟୋ ଚାଳକ । କମ୍ପାନୀ ପ୍ରସ୍ତୁତ କରିଥିବା ଅଟୋରେ ନିଜ ଜ୍ଞାନ କୌଶଳ ଖଟାଇ ନିଜ ପୁରୁଣା ଅଟୋକୁ ଏବେ ଲକଜରି ଅଟୋ ଭଳି ସଜାଇ ଗ୍ରାହକଙ୍କୁ ସୁବିଧା ପ୍ରଦାନ କରିବା ସହ ନିଜ ରୋଜଗାରକୁ ଦ୍ବିଗୁଣିତ କରି ପାରିଛନ୍ତି । ଗଂଜାମ ଜିଲା ବେଲଗୁଣ୍ଠାର ଜିତେନ୍ଦ୍ର ବରାଡ ।

ଗତ ୬ ବର୍ଷ ହେବ ଅଟୋ ଚଳାଇ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । ଏବେ ବେଲଗୁଣ୍ଠା ସହରରେ ଅଟୋ ସଂଖ୍ୟା ବୃଦ୍ଧି କାରଣରୁ ବ୍ୟବସାୟ କମିଗଲାଣି ଏଭଳି ପରିସ୍ଥିତିରେ ନିଜ ବ୍ୟବସାୟକୁ ବଢ଼ାଇବା ସହିତ ଲୋକଙ୍କୁ ଅସହ୍ୟ ଗୁଲଗୁଳିରୁ ସାମନ୍ୟ ଆସ୍ୱସ୍ତି ପାଇଁ ନିଜ ଅଟୋକୁ ଟିକିଏ ବଦଳାଇଛନ୍ତି । ନିଜ ଜ୍ଞାନ କୌଶଳ ବ୍ୟବହାର କରି ଏକ ବଡ଼ ପ୍ଲାଷ୍ଟିକ ଜାରକୁ କାଟି ପାଖରେ ବେଣା ଚେର ମାଧ୍ୟମରେ ସଜାଇ ବ୍ୟାଟେରୀ ସଂଯୋଗ କରି ପ୍ରସ୍ତୁତ କରିଛନ୍ତି ହ୍ୟାଣ୍ଡମେଡ୍ କୁଲର । ପାଣି ପକାଇ ଏହା ଚଳାଇ ଦେଲେ ଅଟୋରେ ଯାତ୍ରା କରୁଥିବା ଯାତ୍ରୀ ମାନେ ଖୁବ ଆସ୍ବସ୍ତି ଅନୁଭବ କରୁଛନ୍ତି । ଏହାଛଡା ଅଟୋରେ ସେ ସାଧାରଣ ସିଟ୍ ପରିବର୍ତ୍ତେ କାର ଗାଡିର ସିଟ ଲଗାଇଛନ୍ତି । ଯାହାଦ୍ୱାରା ଯତ୍ରୀ ମାନେ ବେଶ୍ ଆରାମରେ ବସି ଯାଇପାରିବେ । ଖାଲି ସେତିକି ନୁଁହ ତାଭିତରେ ଏଲଇଡି ଟିଭିର ସୁବିଧା ମଧ୍ୟ କରିଛନ୍ତି ଜିତନ୍ଦ୍ରେ । ଯାହାଦ୍ୱାରା ଯାତ୍ରୀ ମାନେ ଯଦି ଦୂର ସ୍ଥାନକୁ ଯାଆନ୍ତି ତେବେ ବୋର ନହୋଇ ଆରମରେ ମନୋରଞ୍ଜନ କରିପାରିବେ ।

Advertisement

ବେଲଗୁଣ୍ଠା ଅଞ୍ଚଳରେ ଏବେ ଜିତେନ୍ଦ୍ରଙ୍କ ଅଟୋ କୁ ନେଇ ଚର୍ଚ୍ଚା । ଅସହ୍ୟ ଗରମ ଓ ଗୁଳଗୁଳି ବେଳେ ଶୀତଳ ପବନ ପ୍ରଦାନ କାରୀ ଅଟୋ ସମସ୍ତଙ୍କ ଆବଶ୍ୟକ । ଜିତେନ୍ଦ୍ର ଜଣେ ଶାନ୍ତ ସ୍ଵଭାବ ର ବ୍ୟକ୍ତି । ସେ ଗରିବ ଅସହାୟ ଲୋକ ଦେଖିଲେ ଭଡା ଟଙ୍କା ପାଇଁ ଜୋର ଧରନ୍ତିନି ଏବଂ ନିଜର ମଧୁର ବଚନ ଓ ବ୍ୟବହାର ତାଙ୍କ ବ୍ୟବସାୟ କୁ ଏବେ ଦ୍ଵି ଗୁଣିତ କରିଦେଇଛି । ବିଭିନ୍ନ ସମୟରେ ବୟସ୍କ ଓ ରୋଗୀ ମାନେ ମଧ୍ୟ ସୁବିଧାରେ ଏହି ଅଟୋରେ ଯିବା ଆସିବା କରି ପାରୁଥିବାରୁ ଜିତେନ୍ଦ୍ରଙ୍କ ଅଟୋର ଚାହିଦା ବଢି ଯାଇଛି । ନିଜର ଜ୍ଞାନ କୌଶଳ ଖଟାଇ ଏଭଳି ଵ୍ୟଵସ୍ଥା କରିଥିବାରୁ ଅନ୍ୟ ଅଟୋ ଚାଳକ ମାନେ ମଧ୍ୟ ତାଙ୍କୁ ଭୁୟସୀ ପ୍ରଶଂସା କରିଛନ୍ତି । ଜିତେନ୍ଦ୍ର ମଧ୍ୟ ଲୋକଙ୍କ ଏଭଳି ପ୍ରଶଂଶା ପାଇ ଖୁବ ଖୁସି ବ୍ୟକ୍ତ କରିବା ସହ ଗ୍ରାହକଙ୍କ ସୁବିଧା ପାଇଁ ସେହି ଦରରେ ଏଭଳି ସାହାଯ୍ୟ କରୁଥିବା ପ୍ରକାଶ କରିବା ସହ ଅନ୍ୟମାନେ ମଧ୍ୟ ଏଭଳି ଲୋକଙ୍କ ସୁବିଧା ଚିନ୍ତା କଲେ ନିଶ୍ଚୟ ଅଧିକ ରୋଜଗାର ଆପେ ପାଇ ପାରିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *