Pratidin TV

Odisha's Digital News Platform

‘ଭାୟା’ ଡାକରେ ଚିଡି ନିଜ ଅଟୋରେ ଲେଖିଲେ ଏପରି କିଛି…..ଲୋକେ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ

1 min read

ଅଟୋରେ ବହୁତ ପ୍ରକାର ଲେଖା କିମ୍ବା ଚିତ୍ର ଦେଖିବାକୁ ମିଳିଥାଏ | ଅଟୋ ଡ୍ରାଇଭର ଯାତ୍ରୀଙ୍କୁ ଆକର୍ଷିତ କରିବା ପାଇଁ ଏପରି କରିଥାନ୍ତି | କିଏ ଅଟୋ ପଛରେ ଲେଖିଥାଏ, ତ କିଏ ଅଟୋ ଭିତରେ କିମ୍ବା ଆଗରେ ଲେଖିଥାଏ | ଯାହା ଦ୍ୱାରା ଲୋକଙ୍କୁ ଆକର୍ଷିତ ସହ ଖୁସି ଲାଗିଥାଏ | ସେହିପରି ଏଥରେ ମଧ୍ୟ କିଛି ଅନନ୍ୟ ଶୈଳୀରେ ଅଟୋରେ ଲେଖିଛନ୍ତି | ଯାହା ବର୍ତ୍ତମାନ ଏବେ ବହୁତ ଭାଇରାଲ ହେବାରେ ଲାଗିଛି | ଜଣେ ଅଟୋ ଡ୍ରାଇଭର ତାଙ୍କ ଅଟୋରେ ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି | ଜଣେ ଯାତ୍ରୀ ଏହାର ଫଟୋ ଉଠାଇ ସୋସିଆଲ ମିଡିଆରେ କରିଛନ୍ତି ସେୟାର |

ତେବେ ଅଟୋ ଡ୍ରାଇଭର ଜଣକ ନିଜ ଅଟୋରେ ଲେଖିଛନ୍ତି କି, ତାଙ୍କୁ ‘ଭାୟା’ ବୋଲି ନ କହିବା ପାଇଁ ନିବେଦନ କରିଛନ୍ତି ଏବଂ ଭାଈ,ଦାଦା,ବସ ,ବ୍ରଦର ବୋଲି ଡାକିବାକୁ କହିଛନ୍ତି (keep safe distance..pls…? don’t say bhayya call me bhai..dada…boss..brother) | ଲୋକମାନେ ପ୍ରାୟତଃ ଭାଈ ପରିବର୍ତ୍ତେ ଭାୟା ବୋଲି ଡାକିଥାନ୍ତି | ତେଣୁ ସେ ଏପରି କିଛି ଲେଖିଥିଲେ | ଯାହା ଲୋକଙ୍କୁ ବହୁତ ଆକର୍ଷିତ କରିଛି |

ଜଣେ ଯାତ୍ରୀ ଏହି ଲେଖାର ଫଟୋ ପୋଷ୍ଟ କରି ନିଜ ସୋସିଆଲ ମିଡିଆରେ କରିଥିଲେ ସେୟାର | ସୋସିଆଲ ମିଡିଆ ବ୍ୟବହାରକାରୀମାନେ କହିଛନ୍ତି ଯେ ଏହି ଆବେଦନ ବିଶେଷ କରି ଝିଅମାନଙ୍କ ପାଇଁ କରାଯାଇଛି | ତାଙ୍କୁ ଭାୟା ବୋଲି ଝିଅମାନେ ଡ଼ାକିଥିବେ | ନୟା ନାମକ ଜଣେ ଏହି ଫଟୋକୁ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ସେୟାର କରିଥିଲେ | ସେ ତାଙ୍କ ପୋଷ୍ଟରେ କ୍ୟାପସନରେ ଲେଖିଥିଲେ,’ଆଜି ମୁଁ ଏହାକୁ ଅଟୋରେ ଦେଖିଲି |’ ଏହା ପୋଷ୍ଟ ହେବା ପରେ ଏହାକୁ ୧.୫ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି |

ଏହା ପୋଷ୍ଟ ହେବାପରେ ଉପଭୋକ୍ତାମାନେ ନିଜ ମନ୍ତବ୍ୟ ମଧ୍ୟ ଦେଇଥିଲେ | ଜଣେ ଉପଭୋକ୍ତା ଲେଖିଥିଲେ ଯେ, ‘ଭାୟାର କିଛି ଷ୍ଟାଣ୍ଡାର୍ଡ ଅଛି |’ ଅନ୍ୟ ଜଣ ଉପଭୋକ୍ତା ଲେଖିଥିଲେ, ‘ବସ ଟା କିଛି ପର୍ଶନାଲ ଥିଲା |’ ଆଉ ଜଣେ ଉପଭୋକ୍ତା ଲେଖିଥିଲେ,’ଝିଅମାନଙ୍କ ଦ୍ୱାରା ଏପରି ଶୁଣି ଶୁଣି ବିରକ୍ତ ହୋଇଯାଇଛନ୍ତି |’

Leave a Reply

Your email address will not be published. Required fields are marked *