ଅଟୋ ଚାଳକ ବିଶ୍ଵନାଥଙ୍କ ହତ୍ୟା ଘଟଣା , ପାଞ୍ଚ ଦିନ ପରେ ଗିରଫ ହେଲା ଅଭିଯୁକ୍ତ ..
1 min readବରଗଡ଼ ଜିଲାରେ ଗତ ସୋମବାର ସାଧାରଣ ନିର୍ବାଚନ ନେଇ ମତଦାନ ଚାଲିଥିବାଳେ ବରଗଡ଼ ସଦର ଥାନା ଅର୍ନ୍ତଗତ ସରସରା ଗ୍ରାମରେ ଘଟିଥିଲା ଲୋମହର୍ଷଣକାରୀ ଘଟଣା । ଯେଉଁଥିରେ ଜଣେ ନିରୀହ ଲୋକର ଜୀବନ ଚାଲିଯାଇଥିଲା । ଆଜି ସେହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ । ହତ୍ୟାକାଣ୍ଡର ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସରସରା ଗ୍ରାମର ମନୋଜ ଓରଫ ଦୁର୍ବାଦଳ ନାଗ। ତାଙ୍କୁ ପଡ଼ୋଶୀ ଛତିଶଗଡ଼ରୁ ଗିରଫ କରାଯାଇଛି l ଏନେଇ ଜିଲା ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ପି.ଏସ୍ ମୀନା କହିଛନ୍ତି। ସେହିପରି ଅନ୍ୟ ଅଭିଯୁକ୍ତ ଅଶୋକ ମହାନନ୍ଦ ଏବେ ମଧ୍ୟ ଫେରାର ଅଛନ୍ତି। ତାଙ୍କୁ ଧରିବା ପାଇଁ ବ୍ୟାପକ ତନାଘନା ଚାଲିଛି ବୋଲି ଏସ୍ପି ମୀନା କହିଛନ୍ତି।
ପୋଲିସର ସ୍ବତନ୍ତ୍ର ଟିମ୍ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଛାନଭିନ କରୁଛି । ସୂଚନାନୁଯାୟୀ ବରଗଡ଼ ଜିଲ୍ଲା ସରସରା ଗାଁ ରେ ଦିନ ଦ୍ବିପହରେ ଯୁବକଙ୍କୁ ଛୁରୀରେ ଆକ୍ରମଣ କରି ହତ୍ୟା କରାଯାଇଥିଲା । ମୃତକ ହେଲେ ସରସରା ଗାଁର ୩୫ ବର୍ଷୀୟ ଯୁବକ ବିଶ୍ୱନାଥ ମିର୍ଧା । ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଗାଁ ରାସ୍ତାକଡ଼ରେ ପଡ଼ିଥିଲା ଯୁବକଙ୍କ ଶରୀର l ଭୋଟ ପାଇଁ ସେ ଅଟୋ ରେ ଲୋକଙ୍କୁ ନେବା ଆଣିବା କରୁଥିବା ସମୟରେ ଗାଁ ମୁଣ୍ଡରେ ତାଙ୍କୁ ଆକ୍ରମଣ କରିଥିବା ସୂଚନା ମିଳିଥିଲା । ଗୁରୁତର ଅବସ୍ଥାରେ ଉଦ୍ଧାର କରି ବରଗଡ଼ ଟାଉନ ହସ୍ପିଟାଲ ଆଣିଥିଲେ ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ତେବେ ଏହି ଘଟଣାକୁ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଆଜି ସେହି ହତ୍ୟାକାଣ୍ଡରେ ଜଣଙ୍କୁ ଗିରଫ କରିଛି ପୋଲିସ ।