Pratidin TV

Odisha's Digital News Platform

ଓଲା ଚାଳକଙ୍କୁ ନିର୍ଦ୍ଧୁମ ଛେଚିଲେ ରସୁଲଗଡ ଅଟୋ ଡ୍ରାଇଭର ….

1 min read

ଭୁବନେଶ୍ୱର ; ଏବେ ଅନଲାଇନ୍ ଅଟୋ କିମ୍ବା ବାଇକ୍ ଯୋଗୁ ଯାତ୍ରୀମାନେ ଯେକୌଣସି ସ୍ଥାନରୁ ସୁବିଧାରେ ଏବଂ କମ୍ ମୂଲ୍ୟରେ ନିଜ ଗନ୍ଥବ୍ୟ ସ୍ଥଳକୁ ଯାଇପାରୁଛନ୍ତି । କିନ୍ତୁ ଅନଲାଇନ୍ ଅଟୋ କିମ୍ବା ବାଇକ୍ ପାଇଁ ମାନ୍ଦା ପଡୁଛି ଅଟୋ ଡ୍ରାଇଭରଙ୍କ ବେପାର । ଏବେ ଲୋକମାନେ ରାସ୍ତା କଡରେ ଆଉ ଅଟୋକୁ ଅପେକ୍ଷା ନକରି ନିଜ ମନମୁତାବକ ଜାଗାରୁ ସୁବିଧାରେ ଓଲା ବୁକ୍ କରି ଚାଲିଯାଉଛନ୍ତି । ଏନେଇ ଅନେକ ସମୟରେ ଓଲା ଚାଳକ ଓ ଅଟୋ ଡ୍ରାଇଭରଙ୍କ ମଧ୍ୟରେ ବିବାଦ ଦେଖାଦେଇଛି ।

ସେହିପରି ଆଜି ସ୍ମାର୍ଟସିଟି ରେ ଜଣେ ଅନଲାଇନ ଅଟୋ ଡ୍ରାଇଭରଙ୍କୁ ପିଟିଛନ୍ତି ରସୁଲଗଡ ଅଟୋ ଡ୍ରାଇଭର। ଯାତ୍ରୀ ଭଡାକୁ ନେଇ ଡ୍ରାଇଭରଙ୍କୁ ନିର୍ଦ୍ଧୁମ ଛେଚିଛନ୍ତି । ଏମିତିକି ରସୁଲଗଡ ରୁ କଳ୍ପନା ପର୍ଯ୍ୟନ୍ତ ପିଛା କରି କଳ୍ପନାରେ ମଧ୍ୟ ମାଡ ମାରିଥିବା ଅଭିଯୋଗ ହୋଇଛି। ଆହତ ଡ୍ରାଇଭର ସୁଶାନ୍ତ ପଣ୍ଡା , ବର୍ତ୍ତମାନ ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ । କାହିଁକି ରସୁଲଗଡ ଛକରୁ (ଓଲା /ଅନଲାଇନ ଅଟୋ )ଚାଳକ ସୁଶାନ୍ତ ଯାତ୍ରୀଙ୍କୁ ଉଠାଇଲେ ବୋଲି ତାଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ ରସୁଲଗଡ ଅଟୋ ଡ୍ରାଇଭର । ଏନେଇ ଅନଲାଇନ ଅଟୋ ସଂଘର ଡ୍ରାଇଭର ଏକାଠି ହୋଇ ବଡଗଡ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *