Pratidin TV

Odisha's Digital News Platform

ରାଜଧାନୀରେ ବଢିଲା ଅଟୋ- ଟ୍ୟାକ୍ସି ଭଡା , ଚିନ୍ତାରେ ସାଧରଣ ଜନତା ..

1 min read

ନୂଆଦିଲ୍ଲୀ : ରାଜଧାନୀ ସହ ପୁରା ଦେଶରେ ବର୍ତ୍ତମାନ CNG ର ମୂଲ୍ୟରେ କ୍ରମାଗତ ବୃଦ୍ଧି ଦେଖାଦେଇଛି । ଏନେଇ ନିକଟରେ ଅଟୋ ଏବଂ ଟ୍ୟାକ୍ସି ଡ୍ରାଇଭରମାନେ ଭଡା ସଂଶୋଧନ ଦାବିରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାପରେ ଦିଲ୍ଲୀ ସରକାର ଭଡା ବୃଦ୍ଧି ପାଇଁ ଏକ କମିଟି ଗଠନ କରିଥିଲେ । ଯାହାର ରିପୋର୍ଟ ମୁତାବକ ବର୍ତ୍ତମାନ ଅଟୋ-ଟ୍ୟାକ୍ସି ଭଡାକୁ ବଢାଇ ଦିଆଯାଇଛି ।

ଏହା କେବଳ CNG ଦ୍ୱାରା ଚାଲୁଥିବା ଅଟୋ-ଟ୍ୟକ୍ସି ପାଇଁ ହିଁ ମୂଲ୍ୟର ବୃଦ୍ଧି ହୋଇଛି । ତେବେ କ୍ରେଜିୱାଲ ସରକାର ଏନେଇ ଏକ କମିଟି ଗଠନ କରିଥିଲେ । ଉକ୍ତ କମିଟିର ନିଷ୍ପତ୍ତି ଅନୁଯାୟୀ ବର୍ତ୍ତମାନ ଅଟୋ ମିଟର ଦେଢ କିଲୋମିଟର ପରେ ୨୫ ଟଙ୍କା ବଦଳରେ ୩୦ ଟଙ୍କା ଦେଖାଇବ । ଏହାପରେ ପ୍ରତି କିଲୋମିଟର ପିଛା ୯.୫ ଟଙ୍କା ବଦଳରେ ବର୍ତ୍ତମାନ ୧୧ ଟଙ୍କା ଦେବାକୁ ପଡିବ ।

ଅନ୍ୟପଟେ ସର୍ବନିମ୍ନ ଭଡା ୪୦ ଟଙ୍କା ପରେ ଯାତ୍ରୀ ମାନଙ୍କୁ ନନ୍‌ଏସି ବା ଏସି ନଥିବା ଟ୍ୟାକ୍ସି ପାଇଂ କିଲୋମିଟର ପିଚା ୧୭ ଟଙ୍କା ଦେବାକୁ ହେବ । ପୂର୍ବରୁ ଏହି ଭଡା ୧୪ ଟଙ୍କା ଥିଲା ଯାହା ବର୍ତ୍ତମାନ ୩ ଟଙ୍କା ବୃଦ୍ଧି ହୋଇ ୧୭ ରେ ପହଞ୍ଚିଛି । ସେହିଭଳି ଏସି ଟ୍ୟାକ୍ସି ପୂର୍ବରୁ ପ୍ରତିକିଲୋମିଟର ପିଛା ୧୬ ଟଙ୍କା ନେଉଥିବା ବେଳେ ବର୍ତ୍ତମାନ ଏହାକୁ ୨୦ କୁ ବୃଦ୍ଧି କରାଯାଇଛି।

Leave a Reply

Your email address will not be published. Required fields are marked *