Pratidin TV

Odisha's Digital News Platform

ଦିନେ ଅକ୍ଷୟ କୁମାରଙ୍କ ସହ କରୁଥିଲେ ଅଭିନୟ , ଏବେ କରୁଛନ୍ତି ସିକ୍ୟୁରିଟି ଗାର୍ଡ ଚାକିରୀ ..

ମାୟାନଗରୀ ମୁମ୍ବାଇ । କୁହାଯାଏ ଏଠି ଯିଏ ପାଦ ଦିଏ ଷ୍ଟାର ପାଲଟିଯାଏ । ବଲିଉଡର ଚକାଚକ ଦୁନିଆରେ ଯେଉଁମାନେ ପାଦ ଦିଅନ୍ତି ସେମାନେ ପ୍ରସିଦ୍ଧି ଲାଭ କରନ୍ତି ଆଉ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଯାନ୍ତି । ତେବେ ବଲିଉଡର ଦୁନିଆ ଯେତେ ଚମକପ୍ରଦ ଦେଖାଯାଇଥାଏ, ସେତେ ଅଧିକ ଯନ୍ତ୍ରଣା ମଧ୍ୟ ଲୁଚି ରହିଥାଏ । ଯେଉଁଠି କିଛି ଲୋକ ରାତାରାତି ଷ୍ଟାର ହୋଇଯାଆନ୍ତି ତ ଆଉ କାହାକୁ ବର୍ଷ ବର୍ଷ ସମୟ ଲାଗିଥାଏ ନିଜ ସ୍ୱପ୍ନ ପୂରଣ କରିବା ପାଇଁ । ଆଉ କେହି କେହି ତ ବଡ ବଡ ଷ୍ଟାରଙ୍କ ସହ କାମ କରିବାର ସୁଯୋଗ ପାଇଥାନ୍ତି, ସତ ପୁଣି ପରେ ସେମାନେ କୁଆଡେ ଅଭିନୟ ଜଗତରୁ ଲିଭି ଯାଆନ୍ତି । ସେ ଦିନେ ବଡ଼ ପରଦାରେ ଅଭିନୟର ଯାଦୁ ଦେଖାଇଥିଲେ । ଅକ୍ଷୟ କୁମାରଙ୍କ ସହିତ ମଧ୍ୟ କାମ କରିଛନ୍ତି । ମାତ୍ର ଆଜି ଭାଗ୍ୟର ବିଡମ୍ବନା ଏମିତି ଯେ ଅର୍ଥ ଅଭାବରେ ସିକ୍ୟୁରିଟି ଗାର୍ଡ କାମ କରୁଛନ୍ତି ।କଥାରେ ଅଛି ସମୟ ବହୁତ ବଳବାନ କେତେବେଳେ କାହାକୁ କେଉଁଠି ପହଞ୍ଚାଇବ ତାହା କହିବା ବା କଳ୍ପନା କରିବା ମଧ୍ୟ ଅସମ୍ଭବ । ଦିନେ ସେ ବଡ଼ ପରଦାରେ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିଲେ ।

ଅକ୍ଷୟ କୁମାର ଏବଂ ଆୟୁଷ୍ମାନ ଖୁରାନାଙ୍କ ସହ କାମ କରିଥିଲେ । ମାତ୍ର ଏବେ ସେ ସିକ୍ୟୁରିଟି ଗାର୍ଡ କାମ କରୁଛନ୍ତି । ଇଏ ହେଉଛନ୍ତି ଅଭିନେତା ସବି ସିଦ୍ଧୁ । ଯିଏ ଦିନେ ଅକ୍ଷୟ କୁମାର ଏବଂ ଆୟୁଷ୍ମାନ ଖୁରାନାଙ୍କ ସହ କାମ କରିଥିଲେ । ଆଜି ସିଏ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଛନ୍ତି । ସବି ସିଦ୍ଧୁ ନିଜ ସ୍କୁଲ କ୍ୟାରିୟର ଲକ୍ଷେ୍ନାରେ କରିଥିଲେ ଏବଂ ପରେ ଚଣ୍ଡିଗଡ ଚାଲିଯାଇଥିଲେ । ଏହି ସମୟରେ ସେ ମଡେଲିଙ୍ଗ କରିବା ଆରମ୍ଭ କରିଦେଇଥଇଲେ । ପରେ ପୁଣି ଥରେ ଲକ୍ଷେ୍ନା ଆସି ଲ ପାଠ ପଢ଼ା ଆରମ୍ଭ କରିଥିଲେ । ଏବଂ ଥିଏଟରରେ ସାମିଲ ହୋଇଥିଲେ । ସବି ନିଜ କ୍ୟାରିୟର ଆରମ୍ଭ ଅକ୍ଷୟ କୁମାରଙ୍କ ପରି ବଡ ବଡ ଷ୍ଟାରଙ୍କ ସହ କରିଥିଲେ । କେବଳ ସେତିକି ନୁହେଁ, ସୁବାଷ ଘଇ ଏବଂ ୟଶରାଜ ଫିଲ୍ମ ପରି ପ୍ରସିଦ୍ଧ ବ୍ୟାନରେ ନିର୍ମିତ ଫିଲ୍ମରେ ମଧ୍ୟ କାମ କରିଛନ୍ତି । କିନ୍ତୁ ଭାଗ୍ୟ ତାଙ୍କ ପାଇଁ କିଛି ଅଲଗା ଲେଖିଥିଲା । ସମୟ ଏମେତି ବଦଳିଗଲା ଯେ, ସେ ସିକ୍ୟୁରିଟି ଗାର୍ଡ ଚାକିରି କରିବା ପାଇଁ ବାଧ୍ୟ ହେଲେ ।

ସବି ସିଦ୍ଧୁଙ୍କ ଭାଇଙ୍କୁ ଏୟାର ଇଣ୍ଡିଆରେ ଚାକିରି ମିଳିଗଲା । ସେପଟେ ଅଭିନେତା ହେବାର ସ୍ୱପ୍ନ ପୂରଣ କରିବା ପାଇଁ ସିଦ୍ଧୁ ମୁମ୍ୱାଇରେ ଯାଇ ପହଞ୍ଚିଲେ । ପ୍ରଥମେ ପ୍ରଥମେ ତାଙ୍କ ପାଖରେ କାମ କରିବାକୁ ପାଇଁ ବହୁତ ଅଫର ଥିଲା । ପରେ ହଠାତ୍ ତାଙ୍କ ଦେହ ଖରାପ ହୋଇଗଲା । ପରେ ସେ ନିଜକୁ କାମଠୁ ଦୂରରେ ରଖିଲେ । ଥରେ ସିଦ୍ଧୁ ନିଜେ କହିଥିଲେ ଯେ ତାଙ୍କୁ ପରେ ବଲିଉଡରେ କାମ ନମିଳିବା କାରଣରୁ କେତେ ହଇରାଣ ହେବାକୁ ପଡିଥିଲା । ପରେ ନିଜ ପରିବାର ପୋଷିବା ପାଇଁ ସିକ୍ୟୁରିଟି ଗାର୍ଡ ଚାକିରିକୁ ଆପଣାଇଥିଲେ । ତେବେ ଏଭଳି ଦୁଃଖଦ ସମୟରେ ତାଙ୍କୁ ପୁଣି ଥରେ ଅଭିନୟ ଜଗତରେ କାମ ମିଳିବ ବୋଲି ସେ ଆଶା ରଖିଛନ୍ତି । ନିଶ୍ଚିତ କେହି ଜଣେ ତାଙ୍କୁ ଇଣ୍ଡଷ୍ଟ୍ରିରେ କାମ ଦେବେ ବୋଲି ସେ ଆଶା ରଖିଛନ୍ତି ।

Leave a Reply

Your email address will not be published. Required fields are marked *