Pratidin TV

Odisha's Digital News Platform

ହିନ୍ଦୁମାନେ କାହିଁକି ପାଳନ୍ତି ଧନତେରସ୍ : ଜାଣନ୍ତୁ ଏହି ଦିନ କେଉଁ ସମୟରେ କିଣିବେ ନାହିଁ ସୁନା , ପଡିପାରେ ରାହୁକାଳର ନଜର

1 min read

ଭୁବନେଶ୍ୱର : ହିନ୍ଦୁ ଧର୍ମଶାସ୍ତ୍ରରେ ଅନୁସାରେ କାର୍ତ୍ତିକ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥିକୁ ଧନତେରସ୍ ଭାବେ ପାଳନ କରାଯାଏ । ଏହିଦିନ ଧନର ପ୍ରଭୁ ଭଗବାନ କୁବେର , ଧନବଂତରୀ ଓ ମାତା ଲକ୍ଷ୍ମୀକୁ ପୂଜା କରାଯାଏ । କୁହାଯାଏ କି ଏହି ଦିନ ପୂଜା କରିବା ଦ୍ୱାରା ଘରେ ଧନ , ସମ୍ପତି ବୃଦ୍ଧିପାଇବା ସହ ପରିବାର ଲୋକଙ୍କ ଦୀର୍ଘାୟୁର ବରଦାନ ମିଳିଥାଏ ।
ତେବେ ଚଳିତବର୍ଷ ଧନତେରସ୍ ଅକ୍ଟୋବର ୨୨ ଏବଂ ୨୩ ଦିନ ପଡୁଛି । ଏହି ଦିନ ଶୁଭ ମୁହୁର୍ତ୍ତରେ ପୂଜା କରିବା ଦ୍ୱାରା ଘରର ଆର୍ଥିକ ସ୍ଥିତି ମଦ୍ୟ ସୁଦୃଢ ହୋଇଥାଏ । ଧନତେରସ୍ ପୂଜା ୨୨ ତାରିଖ ସନ୍ଧ୍ୟାରେ ପଡୁଥିବା ବେଳେ, ଲୋକମାନେ ୨୨ଓ୨୩ ଦୁଇଦିନ କିଣାକିଣି କରିପାରିବେ ।

ଧନତେରସ୍‌ରେ ଏହି ସମୟରେ କରନ୍ତୁ ନାହିଁ କିଣାକିଣି –
ଚଳିତବର୍ଷ ଧନତେରସ୍‌ରେ ରାହୁକାଳ ପଡୁଥିବାରୁ , ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ କିଣାକିଣି କରିବାର କିଛି ଶୁଭ ଏବଂ ଅଶୁଭ ମୁହୁର୍ତ୍ତ ରହିଛି । ତେବେ ଚାଲନ୍ତୁ ଜାଣିନେବା କେଉଁ ସମୟରେ କରିବେ ନାହିଁ କିଣା କିଣି । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ରାହୁକାଳ ୨୩ ଅକ୍ଟୋବର ସଂନ୍ଧ୍ୟା ୪ଟା୧୯ମିନିଟ୍‌ରୁ ଆରମ୍ଭ ହୋଇ ୫.୪୪ ଯାଏ ରହିବ । ଏହି ସମୟରେ କୌଣସି ଜିନିଷ କିଣାକିଣି କରି ଘରକୁ ଆଣନ୍ତୁ ନାହିଁ । ନହେଲେ ଲାଭ ବଦଲରେ ପଡିଯିବେ କ୍ଷତିରେ । ସେହିଭଳି ସକାଳ ୯ଟାରୁ ୧୦.୩୦ ଭିତରେ ମଧ୍ୟ କୌଣସି କିଣାକିଣି କରନ୍ତୁ ନାହିଁ । କାରଣ ଏହି ସମୟରେ ଆପଣଙ୍କ ଜିନିଷ ଉପରେ ପଡିପାରେ ରାହୁ ନଜର ।

ଧନତେରସ୍‌ରେ କଣ କଣ କିଣିପାରିବେ ଯାହାଦ୍ୱରା ଘରେ ଧନର ବୃଦ୍ଧି ହେବ । ଏହିଦିନ ଲୋକମାନେ ନିଜ ଘରପାଇଁ ସୁନା-ରୂପା କିଣିବା ସହ ଝାଡୁ,ଧନିଆ,ବାସନକୁସନ,ଜମିବାଡି ସହ ନୂଆ ପୋଷାକ ମଧ୍ୟ କିଣିଥାନ୍ତି । କାରଣ ଘରକୁ ଏସବୁ ଜିନିଷ ଆଣିବା ଦ୍ୱରା ଧନ ଦାତା/ଦାତ୍ରୀ ପ୍ରଶନ୍ନ ହୋଇ ଧନର ବୃଦ୍ଧିର ବରଦାନ ଦେଇଥାନ୍ତି ।

Leave a Reply

Your email address will not be published. Required fields are marked *