ପ୍ରଥମ ଥର ବାଚସ୍ପତିଙ୍କ ଆସନରେ ବସିଲେ ଅବଦେଶ୍
1 min readବାଚସ୍ପତିଙ୍କ ଆସନରେ ବସିଲେ ଫୈଜାବାଦ ଏମପି ଅବଦେଶ୍ । ଗୃହକାର୍ଯ୍ୟ ଚାଲିଥିବାବେଳେ ଅବଦେଶ୍ଙ୍କ ଭିଡିଓ ଭାଇରାଲ ହୋଇଛି। ପ୍ରଥମଥର ଲୋକ ସଭାର ବେଜଟ୍ ଅଧିବେଶନରେ ସାଂସଦ ଅବଦେଶ୍ ବାଚସ୍ପତି ଆସନରେ ବସି ଗୃହର ଅଧ୍ୟକ୍ଷତା କରିଛନ୍ତି , ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଫୈଜାବାଦ ଏମପି କିପରି ଗୃହକାର୍ଯ୍ୟ ପରିଚାଳନା କରିପାରିବେ, ଏହା ତ ଲୋକ ସଭା ସ୍ପିକରଙ୍କ କାର୍ଯ୍ୟ।
ତେବେ ଲୋକ ସଭା ଗୃହରେ ଅନୁଷ୍ଠିତ ସମସ୍ତ ଅଧିବେଶନରେ ଅଧ୍ୟକ୍ଷତା କରିବା ଲୋକ ସଭା ବାଚସ୍ପତିଙ୍କ ଦାୟିତ୍ୱ ଅଟେ। କିନ୍ତୁ କିଛି ଏପରି ସ୍ଥିତିରେ ବାଚସ୍ପତିଙ୍କ ଅନୁପସ୍ଥିତିରେ ଲୋକ ସଭା ସଦସ୍ୟଙ୍କ ମଧ୍ୟରେ ଏକ ପ୍ୟାନେଲ ଗଠନ କରାଯାଇଥାଏ। ଯେଉଁଥିରୁ ଜଣେ ସଦସ୍ୟ ଗୃହର ପ୍ରକ୍ରିୟା ପରିଚାଳନା କରନ୍ତି। ଯେଉଁଥି ପାଇଁ ଅବଦେଶ୍ ପ୍ରସାଦ ଗୃହର ଅଧ୍ୟକ୍ଷତା ନେଇଥିଲେ। ଭାଇରାଲ ଭିଡିଓରେ ଗୃହକାର୍ଯ୍ୟ ଚାଲିଥିବାବେଳେ ଅବଦେଶ୍ ଏମପିମାନଙ୍କୁ ଗୃହରେ ଶାନ୍ତ ବଜାୟ ରଖିବାକୁ ଦେଖିବାକୁ ମିଳିଥିଲା।