(video)ସମ୍ପୂର୍ଣ୍ଣ ରୂପେ ଦେଖାଦେଲେ ପ୍ରଭୁ ଶ୍ରୀରାମ , ଜାଣନ୍ତୁ ମୂର୍ତ୍ତିରେ ରହିଛି କେଉଁ କେଉଁ ଚିହ୍ନ ?
1 min readଆଉ ମାତ୍ର ୩ ଦିନ , ଅଯୋଧ୍ୟାରେ ରାମଲଲାଙ୍କୁ ନେଇ ଭକ୍ତମାନଙ୍କ ଭିତରେ ବଢୁଛି ଉତ୍କଣ୍ଠା । ତେବେ ଏସବୁ ଭିତରେ ସାମ୍ମାକୁ ଆସିଛି ରାମଲଲାଙ୍କର ସ୍ପଷ୍ଟ ଫଟୋ । ଏହା ପୂର୍ବରୁ ମଧ୍ୟ ଫଟୋ ସାମ୍ନାକୁ ଆସିଥିଲା । କିନ୍ତୁ ବର୍ତ୍ତମାନ ସମ୍ୂର୍ଣ୍ଣ ମୂର୍ତ୍ତିଟି ସାମ୍ନାକୁ ଆସିଛି । ଯାହା ଭକ୍ତ ମାନଙ୍କୁ ବିଭୋର କରିଦେଇଛି । ଶ୍ୟାମଳ ରଙ୍ଗର ପ୍ରସ୍ତରରେ ନିର୍ମିତ ହୋଇଛି ଏହି ମୂର୍ତ୍ତି । ଗତକାଲି ରାମ ମନ୍ଦିର ଗର୍ଭଗୃହରେ ବିରାଜମାନ ହୋଇଛନ୍ତି ରାମଲଲା । ୪ ଘଂଟା କାଳ ପୂଜାପାଠ ପରେ ବିଗ୍ରହଙ୍କୁ ସ୍ଥାପନା କରାଯାଇଛି । ଆସନ୍ତାକାଲି ୮୧ କଳସ ଜଳଦ୍ୱାରା ଗର୍ଭଗୃହକୁ ଶୁଦ୍ଧିକରଣ କରାଯିବ । ୨୧ ତାରିଖରେ ୧୨୫ କଳସ ଜଳରେ ରାମଲଲାଙ୍କୁ ସ୍ନାନ କରାଯିବା ସହ ସ୍ୱତନ୍ତ୍ର ପୂଜା କରାଯିବ । ରାମଲଲାଙ୍କ ମୂର୍ତି ପ୍ରାଣପ୍ରତିଷ୍ଠାର ବିଧିବଦ୍ଧ କର୍ମକାଣ୍ଡ ଗୁରୁବାର ଗଣେଶ ପୂଜନରୁ ଆରମ୍ଭ ହୋଇଯାଇଛି ।
ତେବେ ଏହି ମୂର୍ତ୍ତିଟି ସମ୍ପୂର୍ଣ୍ଣ ରୂପେ ଭିନ୍ନ , ପ୍ରଭୁଙ୍କ ସୌନ୍ଦର୍ଯ୍ୟପୂର୍ଣ୍ଣ ମୂର୍ତ୍ତିରେ କେଉଁଠି ରହିଛି କଣ ତାହା ଜାଣନ୍ତୁ ? ଜୟ ବିଜୟ , ନବଗ୍ରହ ସହ ଭଗବାନଙ୍କ ସହ ସ୍ଥାନ ପାଇଛନ୍ତି ଏହି ସବୁ ଦେବାଦେବୀ । ଆଉ ଏହି ୫୧ ଇଞ୍ଚିର ମୂତ୍ତିକୁ ତିଆରି କରିଛନ୍ତି ସୁନାମଧନ୍ୟ ଶିଳ୍ପୀ ଅରୁଣ ଯୋଗୀରାଜ୍ ।