Pratidin TV

Odisha's Digital News Platform

ମନ୍ଦିରରୁ ଚୋରୀ ହେଲା ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମୂର୍ତ୍ତି , ପ୍ରଶାସନ ଏବଂ ପୋଲିସ କର୍ମଚାରୀଙ୍କ ନାରେ ଆସିଲା ଅଭିଯୋଗ

1 min read

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଅଯୋଧ୍ୟାରେ ତିଆରି ହୋଇଥିବା ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀଙ୍କ ପ୍ରତିମା ମନ୍ଦିରରୁ ଚୋରୀ ହୋଇଯାଇଛି । ତେବେ ଯୋଗୀଙ୍କ ମନ୍ଦିର ତିଆରି କରିଥିବା ପ୍ରଭାକର ଏବଂ ତାଙ୍କ ବନ୍ଧୁଙ୍କ କହିବା ଅନୁଯାୟୀ ପୋଲିସ ଗତକାଲି ମନ୍ଦିରର ତାଲା ଭାଙ୍ଗି ମୂର୍ତ୍ତି ସହ ଯୋଗୀଙ୍କୁ ଦିଆଯାଇଥିବା ରୂପା ଛତ୍ର ଆଉ କିଛି ଦକ୍ଷିଣାକୁ ମଧ୍ୟ ଉଠାଇନେଇଛି । ଅନ୍ୟପଟେ ଲୋକମାନଙ୍କର ଏଭଳି ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାକ୍ଷନ କରିଛି ପ୍ରସାଶନ ଓ ପୋଲିସ ।

ସୂଚନା ଅନୁଯାୟୀ ଅଯୋଦ୍ଧ୍ୟାର କଲ୍ୟାଣ ଭଦରସାରେ ତିଆରି କରାଯାଇଥିବା ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ମୂର୍ତ୍ତିକୁ ଆଜି ସକାଳୁ ମନ୍ଦିରରେ ନପାଇ , ମନ୍ଦିରର ନିର୍ମାଣ କର୍ତ୍ତା ପ୍ରଭାକର ମୌର‌୍ୟ ଦାଦା ରାମନାଥ ମୌର‌୍ୟ ଏନେଇ ଅଭିଯୋଗ ଆଣିଛନ୍ତି । ଦାଦା ରାମନାଥ ମୌର‌୍ୟ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହିତ ଅଯୋଧ୍ୟାର ପ୍ରଶାସନ ଆଗରେ ଏକ ଅଭିଯୋଗ କରିଥିଲେ କି ଯେଉଁ ଜାଗାରେ ଯୋଗୀଙ୍କର ମନ୍ଦିର କରାଯାଇଛି ସେହି ଜାଗାଟି ସରକାରଙ୍କର ନୁହେଁ ବରଂ ତାଙ୍କ ପୈତୃକ ସମ୍ପତ୍ତି ସେଟା । ଏହାପରେ ସେହି ସ୍ତାନରେ ପ୍ରଭାକର ମୌର‌୍ୟ ଯୋଗୀଙ୍କର ମନ୍ଦିର ନିର୍ମାଣ କରି ସେହି ସ୍ତାନଟିକୁ ନିଜ କବ୍ଚାରେ ରଖିଛନ୍ତି । ଏନେଇ ପ୍ରଶାସନ ବେଳେ ବେଳେ ସେହି ସ୍ଥାନକୁ ଚେକିଂରେ ଆସେ ।

Advertisement
yogi aaditya nath mandir

ତେବେ ଦାଦା ରାମନାଥ ଏବଂ ପୁତୁରା ପ୍ରଭାକରଙ୍କ କହିବା ଅନୁଯାୟୀ ପୋଲିସ ଆମ ଉପରେ ରାଗ ରଖି ଏପରି କରିଛି । କିନ୍ତୁ ପ୍ରସାସନ ଓ ପୋଲିସ ବିଭାଗ ଏହି ଯୁକ୍ତି କୁ ସମ୍ପୂର୍ଣ୍ଣ ଭୁଲ କହିଛନ୍ତି । ଏବଂ ସେମାନେ ଆଉ ମଧ୍ୟ କହିଛନ୍ତି ଯେ ମନ୍ଦିରରେ ଏକ ସିସିଟିଭି ମଧ୍ୟ ରହିଛି ।ତାକୁ ଯାଞ୍ଚ କରାଯାଉ ସବୁ ସତ୍ୟ ଜଣାପଡିଯିବଧେଯ ପୋଲିସ ଏଥିରେ ସାମିଲ ଅଛିକିନାହିଁ । ସେହିଭଳି ଅନ୍ୟପଟେ କୌଣସି ସିସିଟିଭି କ୍ୟାମେରାରେ ପୋଲିସର ଦେଖାନାହିଁ । କିନ୍ତୁ ହଁ ପ୍ରଶାସନ ଏହା ମାନିଛି ଯେ ଜାଗାର ଛାନ ଭିନ୍ ପାଇଁ ପୋଲିସ ସେଠାକୁ ଯାଇଥିଲା କିନ୍ତୁ ମନ୍ଦିର ସହ ପୋଲିସର କୌଣସି ସାମଞ୍ଜସ୍ୟ ନାହିଁ ।

ଅନ୍ୟପଟେ ପ୍ରଭାକରର ଜଣେ ସାଙ୍ଗ ଅମରଜୀତଙ୍କ କହିବା ଅନୁଯାୟୀ ଉକ୍ତ ଘଟଣାଦିନ ବହୁତ ଜଣ ପୋଲିସ କର୍ମଚାରୀ ସେହି ଜାଗା ଉପରକୁ ଆସି ଥିଲେ । ଏବଂ ସ୍ଥାନଟିକୁ ସମ୍ପୂର୍ଣ୍ଣ ଭାବେ ଦେଖିବାପରେ ମନ୍ଦିର ଭିତରେ ପଶି ମନ୍ଦିରର ତାଲାକୁ ଭାଙ୍ଗିଦେଇଥିଲେ । ଏହାପରେ ମୂର୍ତ୍ତିକୁ ମନ୍ଦିର ଭିତରୁ ଉଠାଇ ଆଣିବା ସହ ରୂପାର ଛତ୍ର ଆଉ କିଛି ଥୁଆହୋଇଥବା ଦକ୍ଷିଣା ମଧ୍ୟ ନେଇଯାଇଥିଲେ । ଯେତେବେବେଳେ ଆମେ ଏହାକୁ ବିରୋଧ କରିବାକୁ ଗଲୁ ସେଠାରେ ଭିତର ପଟରୁ ଏକ ତାଲା ପକାଇଦେଇଥିଲେ ପୋଲିସ କର୍ମଚାରୀ ଯାହାଫଳରେ ଆମେ ଯୋଗୀଙ୍କ ମର୍ତ୍ତିକୁ ବଞ୍ଚାଇପାରିଲୁନି ।

Leave a Reply

Your email address will not be published. Required fields are marked *