Pratidin TV

Odisha's Digital News Platform

ମିଳିଲା ନିମନ୍ତ୍ରଣ ପତ୍ର, ପ୍ରାଣପ୍ରତିଷ୍ଠା ସମାରୋହକୁ ଆସିବେ ରଜନୀକାନ୍ତ…

1 min read

ଚଳିତ ମାସ ଜାନୁଆରୀ ୨୨ରେ ଆଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଉଦ୍ଘାଟନ ପାଇଁଁ ଚାଲିଛି ପ୍ରସ୍ତୁତି । ରାମ ଲଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହ ପାଇଁ ଦେଶର ଜଣାଶୁଣା ତଥା ପ୍ରତିଷ୍ଠିତ ବ୍ୟକ୍ତି ମାନଙ୍କୁ ପଠାଯାଉଛି ନିମନ୍ତ୍ରଣ ପତ୍ର । ଏହି ଅବସରରେ କେବଳ ରାଜନୈତିକ ଜଗତରୁ ନୁହେଁ ବରଂ ଚଳଚ୍ଚିତ୍ର ଜଗତରୁ ମଧ୍ୟ ଅନେକ ବ୍ୟକ୍ତିତ୍ୱଙ୍କୁ ନିମନ୍ତ୍ରଣ ପଠାଯାଇଛି । ସେହିପରି ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ମଧ୍ୟ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ପତ୍ର ଦିଆଯାଇଛି । ନିକଟରେ ବିଜେପି ନେତା ରା ଅର୍ଜୁନମୂର୍ତ୍ତି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ ମାଧ୍ୟରେ ଏହି ସୂଚନା ଦେଇଛନ୍ତି । ଏକ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି । ପୋଷ୍ଟର କ୍ୟାପସନରେ ଲେଖିଛନ୍ତି ଯେ ମୁଁ ଶ୍ରୀ ରାମମନ୍ଦିର ତିର୍ଥ ଟ୍ରଷ୍ଟ ତରଫରୁ ତାଙ୍କୁ ନିମନ୍ତ୍ରଣ କରି ବହୁତ ଖୁସି ।

ଅପରପକ୍ଷେ କୁହାଯାଉଛି ଯେ ବଲିଉଡର ଶହେନ୍ସା ଅମିତାଭ ବଚ୍ଚନ, ମାଧୁରୀ ଦୀକ୍ଷିତ, ରଣବୀର କପୁର, ଆଲିଆ ଭଟ୍ଟ, ଟାଇଗର ଶ୍ରଫ, ଆୟୁଷ୍ମାନ ଖୁରାନା, ସନ୍ନି ଦେଓଲ ଏବଂ ଅଜୟ ଦେବଗନଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି । ଏମାନଙ୍କ ବ୍ୟତୀତ ସାଉଥ ସୁପରଷ୍ଟାର ୟଶ ଏବଂ ପ୍ରଭାସଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଥିବା ଖବର ରହିଛି ।ରାମ ମନ୍ଦିରର ପ୍ରାଣ ପ୍ରତୀଷ୍ଠା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଜାନୁଆରୀ ମାସରେ ସମଗ୍ର ବିଶ୍ୱରୁ ଲକ୍ଷ ଲକ୍ଷ ଭକ୍ତ ଅଯୋଧ୍ୟା ଆସିବେ । ଏହାବ୍ୟତୀତ ୪ ହଜାର ସାଧୁଙ୍କୁ ଆମନ୍ତ୍ରିତ କରାଯାଇଛି । ଏଭଳି ପରିସ୍ଥିତିରେ ଭକ୍ତମାନଙ୍କୁ ଅଯୋଧ୍ୟାରେ ତୀର୍ଥସ୍ଥାନ ପରିଦର୍ଶନ କରିବା ସହିତ ସମୃଦ୍ଧ ଐତିହ୍ୟର ସମୀକ୍ଷା ପାଇଁ ଉଦ୍ୟମ କରାଯାଇଛି ।

Leave a Reply

Your email address will not be published. Required fields are marked *