Pratidin TV

Odisha's Digital News Platform

ଜାରି ହେଲା ରାମଲଲାଙ୍କର ନୀତି ନିର୍ଘଣ୍ଟ , ଜାଣନ୍ତୁ କେଉଁ ସମୟରେ କରି ପାରିବେ ରାମଲଲାଙ୍କର ଦର୍ଶନ ..

1 min read

ସରିଛି ରାମଲଲାଙ୍କର ପ୍ରାଣ ପ୍ରତିଷ୍ଠା । ରାମଲଲାଙ୍କୁ ଦର୍ଶନ କରିବା ପାଇଁ ସମସ୍ତେ ବ୍ୟାକୁଳ । ତେବେ ଏହାରି ମଧ୍ୟରେ ଶ୍ରୀରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ରାମ ମନ୍ଦିରର ସମ୍ପୂର୍ଣ୍ଣ କାର୍ଯ୍ୟ ସୂଚୀ ବିଷୟରେ ସୂଚନା ଦେଇଛି । ପ୍ରାଣ ପ୍ରତିଷ୍ଠା ପର ଠାରୁ ମନ୍ଦିରରେ ଭକ୍ତ ମାନଙ୍କର ଭିଡ ଲାଗି ରହିଛି । ତେବେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଟ୍ରଷ୍ଟ ସମୟ ତାଲିକା ପ୍ରକାଶ କରିଛି । ଏଥିରେ ପ୍ରଭୁ ରାମ ଲଲାଙ୍କର ଶୃଙ୍ଗାର ଆରତୀ ଠାରୁ ଶୟନ ଆରତୀ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଛି ।

Advertisement

ବିଶ୍ୱ ହିନ୍ଦୁ ପରିଷଦର ପ୍ରାଦେଶିକ ମୁଖପାତ୍ର ତଥା ଗଣମାଧ୍ୟମ ଦାୟୀତ୍ୱରେ ଥିବା ଶରଦ ଶର୍ମାଙ୍କ ସୂଚନାନୁଯାୟୀ ଶ୍ରୀ ରାମ ଲଲାଙ୍କର ଶୃଙ୍ଗାର ଆରତୀ ସକାଳ ୪.୩୦ ରେ ଏବଂ ମଙ୍ଗଳ ଆରତୀ ୬.୩୦ ରେ ହେବ । ଏହା ପରେ ରାମଲଲାଙ୍କୁ ଭକ୍ତ ମାନେ ଦର୍ଶନ କରିପାରିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ରାମ ଲଲାଙ୍କ ଭୋଗ ଆଉ ଆରତୀ ଦିନ ବାରଟାରେ ହେବ । ଏହାପରେ ସନ୍ଧ୍ୟା ଆରତୀ ସନ୍ଧ୍ୟା ୭.୩୦ ଏବଂ ଭୋଗ ଆରତୀ ରାତି ଆଠଟା ଏବଂ ଶୟନ ଆରତୀ ରାତି ଦଶଟାରେ ସମ୍ପନ ହେବ । ତେବେ କହିରଖିବାକୁ ଚାହିଁବୁୁ ଯେ ରାମ ଲଲାଙ୍କ ପ୍ରତିଷ୍ଠା ପରଠାରୁ ମନ୍ଦିରରେ ପ୍ରତିଦିନ ଭକ୍ତ ମାନଙ୍କର ଗହଳି ଦେଖିବାକୁ ମିଳିଛି । ଯେଉଁଥିପାଇଁ ମନ୍ଦିର ଟ୍ରଷ୍ଟ କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।

Leave a Reply

Your email address will not be published. Required fields are marked *