କଳିଯୁଗର ରାମରାଜ୍ୟ ; ରାମଲଲା ଙ୍କ ମନ୍ଦିରରୁ ଚୋରି କରିନେଲେ ୫୦ ଲକ୍ଷ ଲାଇଟ ..
1 min readଏ ହେଉଛି କଳିଯୁଗର ରାମରାଜ୍ୟ। ରାମଲଲାଙ୍କ ପ୍ରତିଷ୍ଠା ହେବାର ଏକ ବର୍ଷ ନପୂରୁଣୁ ଲୁଟିନେଇଗଲେ ୫୦ ଲକ୍ଷ ଟଙ୍କାରୁ ଅଧିକ ବ୍ୟୟରେ ଅଯୋଧ୍ୟାରେ ଲଗାଯାଇଥିବା ଆଲୋକ ମାଳା । ଯାହାକୁ ଦେଖିବା ପରେ ଭକ୍ତଙ୍କ ମଧ୍ୟରେ ହାହାକାର ପଡିଛି । ୫୦ ଲକ୍ଷ ଟଙ୍କାରୁ ଅଧିକ ବ୍ୟୟରେ ଅଯୋଧ୍ୟାରେ ଲଗାଯାଇଥିବା ଆଲୋକ ମାଳା ଚୋରି ହୋଇଯାଇଛି। ଅଯୋଧ୍ୟାରେ ନିର୍ମାଣ ହୋଇଥିବା ରାମ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳ ହାଇସିକ୍ୟୁରିଟୀ ଜୋନ ମଧ୍ୟରେ ରହିଛି।
ତଥାପି ସେଠାରେ ଆଲୋକ ମାଳା ଚୋରି ହେବା ସମସ୍ତଙ୍କୁ ଚକିତ କରିଛି। ପୁଲିସ୍ କହିଛି ଯେ ଭକ୍ତି ପଥ ଓ ରାମ ପଥରୁ ୩୮ ଶହ ବାମ୍ବୋ ଲାଇଟ୍ ଓ ୩୬ଟି ପ୍ରୋଜେକ୍ଟର ଲାଇଟ ଚୋରି ହୋଇଯାଇଛି। ଏହାର ଦାମ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ। ଏଗୁଡ଼ିକୁ ଦୁର୍ବୃତ୍ତମାନେ ଚୋରି କରି ନେଇ ଯାଇଛନ୍ତି। ଲାଇଟ ଲଗାଇବା ଦାୟିତ୍ୱ ୟଶ ଏଣ୍ଟରପ୍ରାଇଜେସ ଓ କ୍ରିଷ୍ଣା ଅଟୋମୋବାଇଲ୍ସକୁ ଦିଆଯାଇଥିଲା। ଅଯୋଧ୍ୟା ଡେଭଲପମେଣ୍ଟ ଅଥୋରିଟୀ ଉକ୍ତ ସଂସ୍ଥା ସହ ଲାଇଟ ଲଗାଇବା ନେଇ ଚୁକ୍ତି କରିଥିଲା। ଏହି ସଂସ୍ଥାର ପ୍ରତିନିଧି ଅଗଷ୍ଟ ୯ରେ ଚୋରି ନେଇ ରାମ ଜନ୍ମଭୂମି ପୁଲିସ୍ ଷ୍ଟେସନରେ ଅଭିଯୋଗ କରିଥିଲେ। ଏହାପରେ ମାମଲା ରୁଜୁ କରାଯାଇଛି।