Pratidin TV

Odisha's Digital News Platform

ରାମମନ୍ଦିର ଗର୍ଭଗୃହକୁ ଓହ୍ଲାଇ ଆସିବେ ସୂର୍ଯ୍ୟ..ରାମ ନବମୀରେ ହେବ ବାଳକ ରାମଙ୍କ ‘ସୂର୍ଯ୍ୟ ତିଳକ’

1 min read

ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଲାଲାଙ୍କ ରାମ ମନ୍ଦିର ନିର୍ମାଣ ପରେ ପ୍ରଥମ ଥର ପାଇଁ ରାମ ନବମୀ ପାଳନ ହେବାକୁ ଯାଉଛି | ଏନେଇ ଭକ୍ତମାନେ ଉତ୍ସାହର ସହିତ ରାମ ନବମୀକୁ କରିଛନ୍ତି ଅପେକ୍ଷା | ଦୀର୍ଘ ୫ ଶହ ବର୍ଷ ପରେ ଏହା ସମ୍ଭବ ହୋଇପାରିଛି | କିନ୍ତୁ ଏଥର ରାମ ନବମୀ ଅଲୌକିକ ହେବାକୁ ଯାଉଛି |କାରଣ ଏହି ଦିନରେ ରାମଲାଲାଙ୍କ ହେବ ସୂର୍ଯ୍ୟ ତିଳକ | ଅର୍ଥାତ ସୂର୍ଯ୍ୟଙ୍କ ମସ୍ତକରେ ପଡିବ ସୂର୍ଯ୍ୟ କିରଣ | ଅଯୋଧ୍ୟାରେ ନିର୍ମିତ ମହାନ ରାମ ମନ୍ଦିର ଏପରି ଭାବରେ ନିର୍ମାଣ କରାଯାଇଛି ଯେ ରାମ ନବମୀ ଦିନ ରାମଲାଲାଙ୍କ ସୂର୍ଯ୍ୟ ତିଳକ କରାଯାଇପାରିବ | ରାମ ନବମୀ ଦିନ, ମଧ୍ୟାହ୍ନ ୧୨ଟା ସମୟରେ ରରାମଲାଲାଙ୍କ ମୁଣ୍ଡରେ ସୂର୍ଯ୍ୟ କିରଣ ପଡିବ | ଯାହା ତାଙ୍କର ସୁଯ୍ୟ ତିଳକ ସୃଷ୍ଟି କରିବ |

ରାମ ନବମୀରେ ଆୟୋଜିତ ହେବାକୁ ଥିବା ରାମଲାଲାଙ୍କ ସୂର୍ଯ୍ୟ ଅଭିଷେକରେ ସୂର୍ଯ୍ୟ କିରଣ ରାମଲାଲାଙ୍କ ମସ୍ତକରେ 4 ମିନିଟ ପର୍ଯ୍ୟନ୍ତ ଆଲୋକିତ କରିବ | ତେବେ ୭୫ ମିଲିମିଟର ଆକାରର ଏକ ଗୋଲାକାର କିରଣ, ତିଳକ ଭାବେ ଶୋଭା ପାଇବ । ରାମଙ୍କ ମସ୍ତକରେ ସୂର୍ଯ୍ୟ କିରଣ ପଡି ମୁଖମଣ୍ଡଳକୁ କିଭଳି ଦୀପ୍ତିମାନ କରିବ, ସେଥିପାଇଁ ଯୋଜନା ହୋଇଛି। ଏହି ବୈଜ୍ଞାନିକ ପଦ୍ଧତି ପାଇଁ ଉନ୍ନତ ଦର୍ପଣ, ଲେନ୍ସ ଓ ଅଷ୍ଟଧାତୁ ନିର୍ମିତ ସ୍ୱତନ୍ତ୍ର ପାଇପ ସହାୟତା ନିଆଯାଇଛି।

Advertisement

ଅପଟି-ମେକାନିକାଲ ସିଷ୍ଟମର ପ୍ରୟୋଗରେ କରାଯାଇ ଏହି ସୂର୍ଯ୍ୟ ତିଲକ ପାଇଁ ପ୍ରୟାସ କରାଯାଇଛି। ତେବେ ଓଡିଶା ପାଇଁ ଗୌରବର କଥା ହେଉଛି ଏହି ପ୍ରୋଜେକ୍ଟର ମୁଖ୍ୟ ବିନ୍ଧାଣୀ ହେଉଛନ୍ତି ଜଣେ ଓଡିଆ ବୈଜ୍ଞାନିକ ଡକଟର ସରୋଜ ପାଣିଗ୍ରାହୀ। ସୂଚନା ଅନୁସାରେ, ଏହି ଅପ୍ଟି-ମେକାନିକାଲ୍ ସିଷ୍ଟମରେ ସୂର୍ଯ୍ୟାଲୋକକୁ ଗର୍ଭଗୃହ ଯାଏଁ ପଠାଇବାକୁ, ତୃତୀୟ ମହଲା ଉପରେ ଏକ ବଡ଼ ରିଫ୍ଲେକ୍ଟର ବକ୍ସ ଲାଗିଛି ।

ପ୍ରତି ସେକେଣ୍ଡରେ ପୃଥିବୀର ଚଳନ ଅନୁସାରେ ଦର୍ପଣ ଓ ଲେନ୍ସର ଦିଗ ବଦଳାଇବାକୁ ୧୯ଟି ଗିୟର ଲାଗିଛି । ଏହା ବିନା ବିଜୁଳିରେ କାମ କରିପାରିବ । ସେଠାରୁ ସୂର୍ଯ୍ୟ କିରଣ ପିତ୍ତଳ ଅଥବା ଅଷ୍ଟଧାତୁ ପାଇପ ଭିତରେ ୨ଟି ଦର୍ପଣ ଓ ୩ଟି ଲେନ୍ସ ଦେଇ ଗର୍ଭଗୃହ ଯାଏଁ ଆସିବ । ମଧ୍ୟାହ୍ନ ଆକାଶରେ ସୂର୍ଯ୍ୟ ଯେତେବେଳେ ଠିକ୍ ମୁଣ୍ଡ ଉପରେ ଥିବେ, ସେତେବେଳେ ଦିବ୍ୟ ଆଭା ପ୍ରତିଫଳିତ ହେବ ବାଲକ ରାମଙ୍କ ଲଲାଟ ମଧ୍ୟସ୍ଥଳରେ । ଏହି ଅଲୌକିକ ଦୃଶ୍ୟ ପୂରା ଅଯୋଧ୍ୟା ନଗରୀରେ ଶହେ ଏଲଇଡି ସ୍କ୍ରିନ ଦ୍ୱାରା ପ୍ରଦର୍ଶିତ ହେବ ।

Leave a Reply

Your email address will not be published. Required fields are marked *