Pratidin TV

Odisha's Digital News Platform

ବଦଳିଲା ରାମଲଲ୍ଲାଙ୍କ ମନ୍ଦିରର ଦର୍ଶନ ସମୟ , ଜାଣନ୍ତୁ କେଉଁ ସମୟରେ କରିପାରିବେ ଦର୍ଶନ …

1 min read

ବଦଳିଲା ରାମଲଲ୍ଲାଙ୍କ ମନ୍ଦିରର ଦର୍ଶନ ସମୟ । ଏବେ ଦିନ ଦ୍ୱିପହର ୧୨ଟାରେ ଆଳତି ପରେ ଗୋଟାଏ ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିବ । ଆଳତି ସମୟରେ ଦର୍ଶନ କରି ପାରିବେ ଶ୍ରଦ୍ଧାଳୁ । କିନ୍ତୁ ଆଳତି ପରେ କବାଟ ବନ୍ଦ କରି ଦିଆଯିବ । ପ୍ରାୟ ୫୦ ମିନିଟ୍ ପର୍ଯ୍ୟନ୍ତ ଶ୍ରୀରାମ ଜନ୍ମଭୂମି ମନ୍ଦିର କବାଟ ଭକ୍ତଙ୍କ ଲାଗି ବନ୍ଦ ରହିବ । ଆଳତି ସହ ଏବେ ବିଶେଷ ଦର୍ଶନ ଲାଗି ଲୋକ ଅନଲାଇନ୍ ଆବେଦନ କରିପାରିବେ । ଦ୍ୱିପହର କବାଟ ବନ୍ଦ ରହିବା ସହ ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରତି ୨ଘଣ୍ଟାରେ ସ୍ଲଟ ଅନଲାଇନ୍ ପାଇଁ ଦିଆଯିବ ।

ପ୍ରତି ଘଣ୍ଟାରେ ଅନଲାଇନ୍ ଦର୍ଶନ ସ୍ଲଟ ଲାଗି ୩୦୦ ଲୋକ ଆବେଦନ କରିପାରିବେ । ପ୍ରତ୍ୟକ ସ୍ଲଟରେ ୧୫୦ ଲୋକ ରାମଲଲ୍ଲାଙ୍କ ଦର୍ଶନ ସୁବିଧାରେ କରିପାରିବେ । ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାକୁ ଭକ୍ତ ମାନଙ୍କର ସୁଅ ଛୁଟୁଛି । ସେଥିପାଇଁ ରାମ ଲଲ୍ଲାଙ୍କୁ ରାତି ୪ଟାରୁ ଉଠାଯାଇ ପୂଜାବିଧି କରାଯାଉଥିଲା । ଏସବୁ ଦେଖି ମନ୍ଦିରର ମୁଖ୍ୟ ପୂଜକ ଚିନ୍ତା ପ୍ରକଟ କରି କହିଛନ୍ତି ଯେ ରାମଲଲ୍ଲା ୫ ବର୍ଷର ବାଲକ । ୧୮ ଘଣ୍ଟା ଧରି ଭାରାକ୍ରାନ୍ତ ହୋଇ ରହି ପାରିବେ ନାହିଁ । ତେଣୁ ରାମଲଲ୍ଲାଙ୍କର ସ୍ୱାସ୍ଥ୍ୟବସ୍ଥାକୁ ଧ୍ୟାନରେ ରଖି ୧୨.୩୦ ରୁ ୧.୩୦ ପର୍ଯ୍ୟନ୍ତ ମନ୍ଦିରର ଦ୍ୱାର ବନ୍ଦ ରହିବ । ସେହି ସମୟରେ ମନ୍ଦିରର ଦ୍ୱାର ବନ୍ଦ ରହିବ ।

Advertisement

Leave a Reply

Your email address will not be published. Required fields are marked *