Pratidin TV

Odisha's Digital News Platform

ଦିଆସିଲି କାଠିରେ ଅଯୋଧ୍ୟା ରାମ ମନ୍ଦିର ଓ ପୁରୀ ଜଗନ୍ନାଥ ମନ୍ଦିର ଗଢିଦେଲେ ମନୋଜ୍…

1 min read

କଟକ : ପୁଣି ଚର୍ଚ୍ଚାରେ କଟକର ଚିତ୍ରଶିଳ୍ପୀ ମନୋଜ୍ କୁମାର ସାହୁ । ଅନେକ ସମୟରେ ବିଭିନ୍ନ ଅଦରକରୀ ବର୍ଜ୍ୟବସ୍ତୁକୁ ନେଇ ଚିତ୍ରକରିବା ସହ ସମାଜ ପାଇଁ ଦେଇଥାନ୍ତି ନୂତନ ବାର୍ତ୍ତା । ଆଉ ଏଥର ମନୋଜ୍ ପ୍ରସ୍ତୁତ କରିଛନ୍ତି ପୁରୀ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଅଯୋଧ୍ୟାର ଶ୍ରୀ ରାମ ଙ୍କ ମନ୍ଦିର । ତେବେ ଆସନ୍ତା ୧୭ ତାରିଖରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ହେବାକୁ ଥିବାବେଳେ ସେହିଭଳି ଆସନ୍ତା ୨୨ରେ ରାମ ମନ୍ଦିର ପ୍ରତିଷ୍ଠା ହେବାର କାର୍ଯ୍ୟକ୍ରମ ରହିଛି ।

ଏହାରି ଭିତରେ ମନୋଜ୍ ପାଞ୍ଚ ହଜାର ଡ଼ିଆସିଲି କାଠି ଓ ଅଳ୍ପ କିଛି ଡ଼ିଆସିଲି ଖୋଳକୁ ନେଇ ପ୍ରସ୍ତୁତ କରିଛନ୍ତି ପୁରୀ ଶ୍ରୀ ମନ୍ଦିର ଓ ଅଯୋଧ୍ୟା ଶ୍ରୀ ରାମଙ୍କ ମନ୍ଦିର । ପୁରୀ ଶ୍ରୀ ମନ୍ଦିର ର ଉଚ୍ଚତା ୧୦ ଇଞ୍ଚ୍ ଥିବାବେଳେ ଚଉଡ଼ା ରହିଛି ୩ଇଞ୍ଚ୍ ।

Advertisement

ସେହିପରି ଅଯୋଧ୍ୟାର ଶ୍ରୀରାମ ମନ୍ଦିର ର ଉଚ୍ଚତା ୧୨ ଇଞ୍ଚ୍ ରହିଥିବା ବେଳେ ଚଉଡ଼ା ରହିଛି ୨ଇଞ୍ଚ୍ । ଯାହାକୁ ପ୍ରସ୍ତୁତ କରିବାକୁ ୫ ଦିନ ସମୟ ଲାଗିଛି । ଏବଂ ଏଥିରେ ୫ଶହ ରୁ ୬ଶହ ଟଙ୍କା ଖର୍ଚ୍ଚ ହୋଇଛି ବୋଲି କହିଛନ୍ତି ମନୋଜ୍ । ଆଶା ରଖିଛନ୍ତି ତାଙ୍କର ଏ ଚିତ୍ରକଳା ପ୍ରଧାନମନ୍ତ୍ରୀ ଓ ଓଡ଼ିଆ ର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଗୋଚର ହେଲେ ତାଙ୍କ ଏ କଳା ସାର୍ଥକତା ପାଇବ ।

Leave a Reply

Your email address will not be published. Required fields are marked *