Pratidin TV

Odisha's Digital News Platform

କେନ୍ଦ୍ର ସରକାରଙ୍କ ବଡ ଯୋଜନା : ଏଣିକି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ମାଗଣା ଚିକିତ୍ସା

1 min read

ନୂଆଦିଲ୍ଲୀ : ଭାରତ ସରକାର ଦେଶର ଗରିବ ଲୋକଙ୍କ ପାଇଁ ଏକ ମାଗଣା ଚିକିତ୍ସା ଯୋଜନା କରିଛନ୍ତି । ଯାହର ନାଁ ଆୟୁଷ୍ମାନ ଭାରତ ଯୋଜନା । ଏପର୍ଯ୍ୟନ୍ତ ଦେଶବ୍ୟାପି ୪.୫ କୋଟି ଲୋକ ଏହି ସ୍କିମ ସହ ଯୋଡି ହୋଇଗଲେଣି । ଯଦି ଆପଣ ମାନେ ଏହି ସ୍କିମ୍ ବିଷୟରେ ଜାଣି ନାହନ୍ତି । ତେବେ ସମ୍ପୃକ୍ତ ଖବର ପଢି ଶୀଘ୍ର ଆବେଦନ କରନ୍ତୁ । ଯାହାର ଲାଭ ଆପଣ ନିଜ ପାଇଂ ଏବଂ ନିଜ ପରିବାର ପାଇଁ ମଧ୍ୟ ଉଠାଇପାରିବେ । ଏହି ଯୋଜନାର ସାହର୍ଯ୍ୟରେ ଦେଶର ଗରିବ ଲୋକମାନେ ବଞ୍ଚିତ ହେଉଥିବା ଚିକିତ୍ସା ବା ଅର୍ଥ ଅଭାବରୁ ହୋପାରୁନଥିବା ଚିକିତ୍ସାରୁ ଆଉ ବଞ୍ଚିତ ହେବେ ନାହିଁ । ଏହି ସ୍କିମ୍ ବା ଯୋଜନା ଅନୁ୍‌ଯାୟୀ ସରକାର ଜନସାଧାରଣଙ୍କୁ ୫ ଲକ୍ଷ ଟଙ୍କାଯାଏ ହେଉଥିବା ଚିକିତ୍ସାକୁ ମାଗଣାରେ ଯୋଗାଇଦେବ । ଏହି ଯୋଜନାଟି କେନ୍ଦ୍ର ସରକାର ୨୦୧୮ ରୁ ଆରମ୍ଭ କରିଥିବା ବେଳେ , ଅନେକ ଲୋକ ଅଜଣାତରେ ଏହାର ଲାଭ ଉଠାଇବାରୁ ବଞ୍ଚିତ ହୋଇଛନ୍ତି ।

କିଭଳି କରିବେ ଆବେଦନ ?
ଏହି ସ୍କିମ୍‌କୁ ଲୋକମାନେ ଅନଲାଇନ ଏବଂ ଅଫ୍‌ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ଏହାପରେ ଭାରତ ସରକାରଙ୍କ ପକ୍ଷରୁ ଆୟୁଷ୍ମନା ଗୋଲ୍ଡ କାର୍ଡ ପ୍ରଦାନ କରାଯିବ । ଯାହାଦ୍ୱାରା ଆର୍ଥିକ ସ୍ତରରେ କମଜୋର ବା ଗରିବ ବ୍ୟକ୍ତି ନିଜର ସ୍ୱାସ୍ଥଗତ ସମସ୍ୟ ସମୟରେ ଏହି କାର୍ଡକୁ ବ୍ୟବହାର କରି ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସିତ ହୋଇପାରିବେ ।
ଏହି ଯୋଜନାକୁ ଆବେଦନ କରିବା ପାଇଁ ବ୍ୟକ୍ତିର ବୟସ କମସେକମ୍ ୧୮ ବର୍ଷ ହେବା ନିହାତି ଜରୁରି । ଏହା ସହ ଯଦି ବ୍ୟକ୍ତି ଜଣଙ୍କ ନିଜ ତରଫରୁ ଏହି ଯୋଜନାକୁ ଆବେଦନ କରିବାକୁ ଚାହିଁବ ତେବେ ସେହି ବ୍ୟକ୍ତିର ନାମ ୨୦୧୧ ମସିହା ଜନଗଣନାରେ ଥିବା ନିହାତି ଆବଶ୍ୟକ । ଏହି ଯୋଜନା ବିଷୟରେ ଅଧିକ ଜାଣିବା ପାଇଁ ଆପଣମାନେ mere.pmjay.gov.in ୱେବସାଇଟ୍ କୁ ଯାଇ ତଥ୍ୟ ପାଇପାରିବେ ।

Advertisement

କେମିତି କରିବେ ଅନଲାଇନ ଆବେଦନ ?
-ସର୍ବପ୍ରଥମେ ଆପଣଙ୍କୁ mere.pmjay.gov.in ୱେବସାଇଟ୍‌ରେ ଲଗ୍‌ଇନ କରିବାକୁ ପଡିବ ।
-ଏହାପରେ ଆପଣଙ୍କ ମୋବାଇଲ ସ୍କ୍ରିନରେ ନିଜ ରେଜିଷ୍ଟର ମୋବାଇଲ ନମ୍ବର ଫିଲଅଫ୍ କରିବେ ।
-ଏହାପରେ ଆପଣ ଦେଇଥିବା ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ । ଓଟିପି ଦେବା ପରେ ସ୍କ୍ରିନ ଉପରେ ଆଉ ଏକ ନୂଆ ପେଜ୍ ଆସିଯିବ ।
-ସେଠାରେ ଆପଣଙ୍କୁ ଗୋଟେ ରାଜ୍ୟ ବା ଷ୍ଟେଟ୍‌ର ଚୟନ କରିବାକୁ ହେବ । ଯେଉଁଠାରୁ ଆପଣ ଆବେଦନ କରୁଥିବେ ।
-ଏହାପରେ ଆପଣଙ୍କୁ ନିଜ ମୋବାଇଲ ନଂ, ରାଶନ କାର୍ଡ ନମ୍ବର ସେଥିରେ ଭରିବାକୁ ହେବ ।

ଯଦି ଆପଣଙ୍କ ଏହି ସ୍ୱାସ୍ଥ କାର୍ଡପାଇଁ ଯୋଗ୍ୟ ହୋଇଥିବେ ତେବେ ଆପଣଙ୍କ ନାମ ସମ୍ପୂର୍ଣ୍ଣ ବିବରଣୀ ସହ ବାପ ପଟରେ ଦେଖାଇବ ।

Leave a Reply

Your email address will not be published. Required fields are marked *