Pratidin TV

Odisha's Digital News Platform

(ଭିଡିଓ)ଚର୍ଚ୍ଚାରେ ବି.ଟେକ୍ ଛାତ୍ରୀ : ବିନା ତେଲରେ ତିଆରି କଲେ ଗୁପଚୁପ୍ , ଚାକିରୀ ପଛରେ ନଗୋଡାଇ କଲେ ଗୁପଚୁପ୍ ବ୍ୟବସାୟ ..

1 min read

ନୂଆଦିଲ୍ଲୀ : ବୁଲେଟ୍‌ରେ ଉପରେ ପରିବାର ଭାର । ଗୁପଚୁପ୍ ଷ୍ଟଲ ନେଇ ଆସୁଛନ୍ତି ୨୧ ବର୍ଷୀୟ ବି.ଟେକ୍ ଛାତ୍ରୀ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ରାଜଧାନୀ ଦିଲ୍ଲୀର ରାଜରାସ୍ତାରେ ଗୁପଚୁପ ବିକୁଛନ୍ତି ଜଣେ ୨୧ ବର୍ଷିୟ ଛାତ୍ରୀ ।
ନିକଟରେ ରାଜଧାନୀ ଦିଲ୍ଲୀରେ ‘ବିଟେକ୍ ଗୁପ୍‌ଚୁପ୍ ବାଲୀ’ ନାମକ ଷ୍ଟଲ ଲଗାଇ ଜଣେ ଯୁବତୀ ଚର୍ଚ୍ଚାକୁ ଆସିଛନ୍ତି । ସେ ବୁଲେଟ୍ ଚଳାଇ ନିଜର ଷ୍ଟଲ ନେଇ ଆସୁଛନ୍ତି । ତାଙ୍କର ସ୍ୱାଗ୍‌କୁ ଲୋକେ ପସନ୍ଦ କରୁଛନ୍ତି ।

ତାପସୀ ତାଙ୍କ ଗୁପଚୁପ ଷ୍ଟଲକୁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରିଛନ୍ତି । ଏଥିରେ ସେ ଗୁପଚୁପ ସହିତ ଜଳ ରଖିବା ପାଇଁ ଏକ ସ୍ଥାନ ମଧ୍ୟ ପ୍ରସ୍ତୁତ କରିଛନ୍ତି, ଯାହା ଦ୍ୱାରା ଗ୍ରାହକମାନଙ୍କୁ ସୁବିଧାରେ ଗୁପଚୁପ ଖାଇବାକୁ ଦିଆଯାଇପାରିବ । ଯେତେବେଳେ କି, ସେ ବୁଲେଟ୍ ଚଳାଇ ତାଙ୍କ ଷ୍ଟଲ ଆଣିଥାନ୍ତି । ଏଭଳି ପରିସ୍ଥିତିରେ ଲୋକ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଯୁବତୀ ଜଣଙ୍କ ହେଲେ ୨୧ ବର୍ଷୀୟ ତାପସୀ ଉପାଧ୍ୟାୟ । ବିଟେକ୍ ଶେଷ ହେବା ପରେ ସେ ନିଜର ଗୁପ୍‌ଚୁପ୍ ବ୍ୟବସାୟ ଆରମ୍ଭ କରିଛନ୍ତି । ତେବେ ନିଜର ଏହି ଅଭିନବ ଶୈଳୀକୁ ନେଇ ସେ କୁହନ୍ତି, ମୋର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସୁସ୍ଥ ଖାଦ୍ୟ ଖୁଆଇବା । ତାପସୀଙ୍କ କହିବା ମୁତାବକ, ସେ ପ୍ରସ୍ତୁତ କରୁଥିବା ଗୁପଚୁପ ତେଲରେ ଛଣାଯାଏନି । ସେ ପ୍ରସ୍ତୁତ କରୁଥିବା ଗୁପଚୁପ୍ ହେଉଛି ସ୍ୱାସ୍ଥ୍ୟକର ଗୁପଚୁପ୍ । ସେ ନିଜ ହାତରେ ସେ ସବୁକୁ ପ୍ରସ୍ତୁତ କରୁଛନ୍ତି । 

Advertisement

ଆଗାମୀ ଦିନରେ ତାଙ୍କ ଷ୍ଟଲ୍‌ରେ ଗୁପ୍‌ଚୁପ୍ ବ୍ୟତିତ ଅନ୍ୟାନ୍ୟ ସାମଗ୍ରୀ ରହିବ । ସୋସିଆଲ ମିଡିଆରେ ତାପସୀଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ତାପସୀ ତାଙ୍କ ଷ୍ଟଲକୁ ଏକ ବୁଲେଟ୍‌ରେ ନେଉଥିବା ଦେଖାଯାଉଛି । are_you_hungry007 ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହାକୁ ଶେୟାର କରାଯାଇଛି । ଏହାକୁ ଦେଖିବା ପରେ ଲୋକ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *