Pratidin TV

Odisha's Digital News Platform

(ଭିଡିଓ) ମଲ୍ଟି -ନ୍ୟାସନାଲ କମ୍ପାନୀ ଛାଡି ଗୁପ୍‌ଚୁପ୍ ବେପାର କରୁଛନ୍ତି ଈ.ଞରମଷ ଛାତ୍ର ବିଭୂତି …

ଭୁବନେଶ୍ୱର : ନିଜ ପିଲାମାନଙ୍କୁ ନେଇ ବାପାମାଁଙ୍କର ଅନେକ ଭରସା, ବିଶ୍ୱାସ ଓ ସ୍ୱପ୍ନ ଥାଏ । ଛୋଟରୁ ବଡ କରାଇବେ ଳାଳନ ପାଳନ କରିବେ , ଭଲ ପାଠ ପଢାଇବେ ,ଭଲ ପାଠ ପଢି ପୁଅ ଉଚ୍ଚପଦସ୍ଥ ଅଧିକାରୀ ହେଉ ବା /ବଡ ଚାକିରୀ କରୁ ବୋଲି ବାପାମାଁଙ୍କର ଆଶାଥାଏ । ଆଉ ଏହି ଆଶା ଭରସାରେ ପୁଅକୁ ବଡ କରି ଲକ୍ଷାଧିକ ଟଙ୍କା ଖର୍ଚ୍ଚକରି ବାପାମାଁ ପାଠ ପଢେଇଥାନ୍ତି ।କିନ୍ତୁ ବେଳେ ବେଳେ ପରିସ୍ଥିତିର ଦୋ ଛକିରେ ଠିଆ ହୋଇ ବାଟବଣା ହୋଇଯାଏ ମଣିଷ । କିନ୍ତୁ ସେଥିରୁ କିଛି ନିଦ୍ଦିଷ୍ଟ ପର୍ବତ ଶିଖରରେ ପହଞ୍ଚି ନିଜ ପରିବାର ପାଇଁ ମାଇଲଖୁଣ୍ଟ ପାଲଟିଯ।ଆନ୍ତି ।ଆଜି ଆମେ ଏମିତି ଜଣେ ପ୍ରତିଭାଙ୍କୁ କଥା କହୁଛୁ ଯିଏକି ଇଞ୍ଜିନିୟରିଂ /ବି ଟେକ୍ ପାଠ ପଢି ମଧ୍ୟ ରାସ୍ତା କଡରେ ଗୁପଚୁପ୍ ବେପାର କରୁଛନ୍ତି ଡ଼ିଏସ୍ଏସ ନଗରର ବିଭୂତି ଭୂଷଣ ସାହୁ । ତାଙ୍କର ବି ସ୍ୱପ୍ନ ଥିଲା ମଲଟିନ୍ୟସନାଲ କମ୍ପାନୀରେ ଚାକିରୀ କରିବେ ସେଥିପାଇଁ ନିଜ ସ୍ୱପ୍ନ ଆଊ ବାପାମାଙ୍କ ଆଶା ପୂରଣ କରିବାକୁ ଚାଲିଯାଇଥିଲେ ଦିଲ୍ଲୀ । ସେଠି ବଡ ଚାକିରୀ ବି କରିଥିଲେ କିନ୍ତୁ ସେଠିକା ମାହୋଲରେ ଢଳିପାରିଲେନି ବିଭୂତି । ସେଠି ପରିସ୍ତିତି ବାଧ୍ୟ କଲା ଫେରିଆସିବାକୁ ..

ବାପ। ଚାଟ୍ ବେପାର କରି ପିଲାଙ୍କୁ ପାଠ ପଢାଇଉଥିଲେ । ଅନେକ ପରିଶ୍ରମ କରି ତୁଣ୍ଡର ଛାଳ ମୁଣ୍ଡରେ ମାରି ଛୁଆଙ୍କ ପାଇଁ ବଡ ବଡ ସ୍ୱପ୍ନ ଦେଖୁଥିଲେ । ପୁଅ ଚାକିରୀ କରୁଛି ବୋଲି ଖୁସି ସହ ଗର୍ବ ଅନୁଭବ କରିଥିଲେ । କିନ୍ତୁ ତାହାବେସି ଦିନ ତିଷ୍ଟି ନଥିଲା । ପୁଅ ଦିଲ୍ଲୀରୁ ଭୁବନେଶ୍ୱର ଫେରିଆସିବା ପରେ ବାପାଙ୍କ ସବୁ ସ୍ୱପ୍ନ ଫିକା ପଡିଯାଇଥିଲା /ଭାଙ୍ଗି ଚୁରମାର ହୋଇଥିଲା । ବାପାଙ୍କୁ ଏମିତି ଅବସ୍ଥାରେ ଦେଖି ସହିପାରିନଥିଲା ପଢୁଆ ବିଟେକ୍ ପୁଅ । ଦିନବେଳା ଇଣ୍ଟରଭ୍ୟୁ ପାଇଁ ପଢାପଢି କରୁଥିଲେ ସନ୍ଧ୍ୟା ହେଲେ ବାପାଙ୍କ କାମରେ ସାହାର୍ଯ୍ୟ କରୁଥିଲେ ।

ଦୀର୍ଘ ୬ ବର୍ଷ ହେବ ବିଭୂତିଙ୍କ ବାପା ଭାସ୍କର ଚନ୍ଦ୍ର ସାହୁ ଚାଟ୍ ବ୍ୟବାସାୟ କଲେନି । କିନ୍ତୁ ପୁଅ ବାପାଙ୍କର ଏହି ଚାଟ୍ ୍ ବେପାରକୁ ଆଗକୁ ବଢାଇବା ପାଇଁ ଦହି ଗୁପଚୁପ୍ ବେପାର ଆରମ୍ଭ କରିଥିଲେ । ଯାହା ବେସ୍ ଭଲ ଚାଲିଛି । ଚାକିରୀ ପାଇଁ ପ୍ରିପେୟାର ହେବା ସହ ସନ୍ଧ୍ୟାରେ ଗପଚୁପର ଛୋଟିଆ ର୍ଷ୍ଟାଟଅପ୍ ଆରମ୍ଭ କରିଛନ୍ତି ବିଭୂତି । ଯିଏକି ଆଜିର ଯୁବ ସମାଜ ପାଇଁ ଏକ ବଡ ପ୍ରେରଣା ପାଲଟିଯାଇଛନ୍ତି । କୌଣସି ଚାକିରୀ ଛୋଟ କିମ୍ବା ବଡ ହୋଇନଥାଏ , କି ବଡ ଚାକିରୀ ସମ୍ମାନ ଦିଏନି ଛୋଟ ଚାକିରୀ ସମ୍ନା ନିଏନି ବୋଲି ପ୍ରାମଣ କରିଛନ୍ତି ବିଟେକ୍ ଛାତ୍ର ବିଭୂତି ।

ଆପଣ ଶୁଣୁଥିଲେ ଗୁପଚୁପ୍ ବିକ୍ରି କରି ତାଙ୍କ ମନରେ ଯେଉଁ କଷ୍ଟ ରହୁଥିଲା କିନ୍ତୁ ବାପାଙ୍କ ସାହାର୍ଯ୍ୟ କରି ସେତିକି ଖୁସି ଅଛନ୍ତି । ଅଯଥା ଚାକିରୀ ପଛରେ ସମୟ ନଷ୍ଟ ନକରି , ବା କାହା ଅଧୀନରେ ନରହି ନିଜେ ନିଜର ମାଲିକ ସାଜିଛନ୍ତି । ଆଜିର ଯୁବ ସମାଜ ରେ ଚାଲିଥିବା ବେକାରୀ ସମସ୍ୟାକୁ ରୋକିବା ପାଇଁ ବିଭୂତି ଏକ ବଡ ଉଦାହରଣ ପାଲଟିଛନ୍ତି ।

Leave a Reply

Your email address will not be published. Required fields are marked *