Pratidin TV

Odisha's Digital News Platform

ବାବା ବାଗେଶ୍ୱରଙ୍କ ଚତ୍ମକାର ; ସତ୍ୟ ନା ମାୟାଜାଲ ! ବିଧାନ ସଭାରେ ଉଠିଲା ପ୍ରଶ୍ନ ?

1 min read

ନୂଆଦିଲ୍ଲୀ : ସାରା ଦେଶରେ ଜଣେ ସାଧୁଙ୍କୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ଯିଏ ମନ ପଢ଼ି ସବୁ କହୁଛନ୍ତି ବୋଲି ଦାବି କରାଯାଉଛି । ଏହି ଆତ୍ମଘୋଷିତ ବାବାଙ୍କ ନାଁ ହେଉଛି ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ । ବାବା ଧୀରେନ୍ଦ୍ର ବାଗେଶ୍ୱର ଧାମ୍‌ର ସାଧୁ । ତାଙ୍କ ପାଖକୁ ହଜାର ହଜାର ଲୋକ ତାଙ୍କ ଭବିଷ୍ୟତ ଜାଣିବା ପାଇଁ ଯାଉଛନ୍ତି ।

baba bageswar

ଭକ୍ତ ମାନଙ୍କ କହିବା ଅନୁ୍‌ଯାୟୀ ବାବା ମନକଥା ପଢିପାରନ୍ତି । ଅନେକ ଦୂରରେ ଭକ୍ତମାନେ ଲାଇନ୍ ଲଗାଇ ଛିଡା ହୋଇଥିଲେ ମଧ୍ୟ । ବାବା ସେମାନଙ୍କ ମନପଢି ତାଙ୍କୁ ପାଖକୁ ପ୍ରଥମେ ଆସିବାକୁ ସୁଯୋଗ ଦିଅନ୍ତି । କାହାର ଚାକିରି ହେବ କି ନାହିଁ ? ତାର ପୂର୍ବ କର୍ମଫଳ ଏଭଳି ଅନେକ କଥା କୁହନ୍ତି । ତେବେ ବାଗେଶ୍ୱର ଧାମର ପୀଠାଧିସ୍ୱର ଧିରେନ୍ଦ୍ର କୃଷ୍ଣ ସ୍ୱାମୀ ଏବେ ବିବାଦରେ ଫସି ଯାଇଛନ୍ତି । ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଉପରେ ଅବିଶ୍ୱାସର ପ୍ରଚାର ପ୍ରସାର କରିବା ଓ ଏହାକୁ ପ୍ରୋତ୍ସାହନ ଦେବାର ଅଭିଯୋଗ ହୋଇଛି । ତାଙ୍କ ବିରୋଧରେ ପୋଲିସରେ ଅଭିଯୋଗ ବି ହୋଇଛି । ଏବେ ମଧ୍ୟପ୍ରଦେଶ କଂଗ୍ରେସ ନେତା ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ।

DR govind sing

ମଧ୍ୟପ୍ରଦେଶ ବିଧାନସଭାରେ ବିରୋଧି ଦଳ ନେତା ଡା. ଗୋବିନ୍ଦ ସିଂ କହିଛନ୍ତି, ଧିରେନ୍ଦ୍ର ସିଂଙ୍କୁ ତାଙ୍କ ଶକ୍ତିର ପ୍ରମାଣ ଦେବାକୁ ପଡିବ । ଗୋବିନ୍ଦ ସିଂ କହିଛନ୍ତି ଯଦି ତାଙ୍କ ନିକଟରେ ଚମତ୍କାରୀ ଶକ୍ତି ରହିଛି ତେବେ ଏହାକୁ ପ୍ରମାଣ କରିବାକୁ ପଡିବ । ସେ କହିଛନ୍ତି, ମୁଁ ସନାତନ ଧର୍ମରେ ବିଶ୍ୱାସ କରେ, ହେଲେ ସେ କପଟ ଓ କପଟତାକୁ ବିଶ୍ୱାସ କରନ୍ତି ନାହିଁ । ଦେଶରେ ବହୁ ସଂଖ୍ୟାରେ ହିନ୍ଦୁ ରହିଛନ୍ତି, ସେମାନେ ବି କପଟତାକୁ ବିଶ୍ୱାସ କରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *