Pratidin TV

Odisha's Digital News Platform

ସୁପ୍ରିମକୋର୍ଟରୁ ବାବା ରାମଦେବଙ୍କୁ ମିଳିଲା ଆଶ୍ୱସ୍ତି ..

1 min read

ସୁପ୍ରିମକୋର୍ଟରୁ ବାବା ରାମଦେବଙ୍କୁ ମିଳିଲା ଆଶ୍ୱସ୍ତି।  ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଆଚାର୍ଯ୍ୟ ବାଲକ୍ରିଷ୍ଣା ଏବଂ ବାବା ରାମଦେବ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇଛନ୍ତି। ସୁପ୍ରିମକୋର୍ଟ ପତଞ୍ଜଳିକୁ କହିଛନ୍ତି ଯେ, ଯେଉଁ ଔଷଧ ଗୁଡ଼ିକର ଲାଇସେନ୍ସ ସ୍ଥଗିତ ରଖାଯାଇଛି, ସେଗୁଡିକୁ ଦୋକାନରେ ବିକ୍ରି କରିବାରୁ ରୋକିବା ଏବଂ ଫେରାଇ ଆଣିବା ପାଇଁ ଆୁଣଙ୍କ ପକ୍ଷରୁ କେଉଁ ପଦକ୍ଷେପ ନିଆଯାଇଛି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ଏହାକୁ ନେଇ ଏକ ଆଫିଡେଭିଟ୍ ଦାଖଲ କରିବାକୁ କହିଛନ୍ତି । ଆସନ୍ତା ତିନି ସପ୍ତାହ ମଧ୍ୟରେ ସୁପ୍ରିମକୋର୍ଟ ଏହାର ଜବାବ ମାଗିଛନ୍ତି ।

ଏହାସହ  ଯୋଗ ଗୁରୁ  ବାବା ରାମଦେବ ଏବଂ ବାଲକ୍ରିଷ୍ଣାଙ୍କୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଛାଡ କରିଛନ୍ତି।  କେବଳ ଏତିକି ନୁହେଁ ଯୋଗ କ୍ଷେତ୍ରରେ ବାବା ରାମଦେବଙ୍କ ଅବଦାନକୁ କୋର୍ଟ ମଧ୍ୟ ପ୍ରଶଂସା କରିଛନ୍ତି। ତେବେ ସୁପ୍ରିମକୋର୍ଟରେ ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ବେଞ୍ଚ ଦ୍ୱାରା କରାଯାଇଛି ।   ପତଞ୍ଜଳି ମାମଲାର ଶୁଣାଣି ସମୟରେ ଉଭୟ ଆଚାର୍ଯ୍ୟ ବାଲକ୍ରିଷ୍ଣା ଏବଂ ବାବା ରାମଦେବ କୋର୍ଟରେ ହାଜର ହୋଇଥିଲେ। ଏହା ପରେ ସୁପ୍ରିମକୋର୍ଟ କହିଥିଲେ ଲୋକମାନେ ବାବା ରାମଦେବଙ୍କ ଉପରେ ବିଶ୍ୱାସ କରନ୍ତି । ସେ ସେମାନଙ୍କୁ ସକାରାତ୍ମକ ବ୍ୟବହାର କରିବା ଉଚିତ୍‌। ସୁପ୍ରିମକୋର୍ଟରେ ବାବା ରାମଦେବ ମଧ୍ୟ ସହଯୋଗ କରିଛନ୍ତି  । 

Advertisement

Leave a Reply

Your email address will not be published. Required fields are marked *