Pratidin TV

Odisha's Digital News Platform

ବାବା ସିଦ୍ଦିକୀଙ୍କ ସହ ଗୁଳି ଲାଗିଥିବା ଯୁବକ ବଖାଣିଲେ ସେଦିନର ପୁରା ଘଟଣା..

1 min read

ମୁମ୍ବାଇର ଏନସିପି ବିଧାୟକ ବାବା ସିଦ୍ଦିକିଙ୍କୁ ଗୁଳିକରି ହତ୍ୟା କରାଯିବା ସମୟ‌ରେ ଜଣେ ଯୁବକ ବି ଏଥିରେ ଆହତ ହୋଇଥିଲେ। ଏବେ ସେହି ଆହତ ଯୁବକଙ୍କ ହତ୍ୟା କରାଯିବା ସମୟ‌ରେ ଜଣେ ଯୁବକ ବି ଏଥିରେ ଆହତ ହୋଇଥିଲେ।ଆହତ ଯୁବକଙ୍କ ନାମ ରାଜ କନୌଜିୟା ବୟସ ୨୨ବର୍ଷ ଥିବା ଜଣାପଡ଼ିଛି।ଏହି ଘଟଣାରେ ସେ ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଏହି ଘଟଣାରେ ସେ ଦୁଃଖିତ। ଗୁଳି ବାଜିଥିବାରୁ ଆସନ୍ତା ଦୁଇ ମାସ ପାଇଁ ସେ କୌଣସି ପ୍ରକାର କାମ କରିପାରିବେ ନାହିଁ ବୋଲି କହିଛନ୍ତି।

ଯେଉଁଥିପାଇଁ ଆସନ୍ତା ବର୍ଷ ଫେବୃଆରୀରେ ହେବାକୁ ଥିବା ଭଉଣୀଙ୍କ ବିବାହରେ ଯୋଗଦାନ କରିବା କଷ୍ଟକର ହେବ। କାନୋଜିଆ କହିଛନ୍ତି ଯେ ମୁଁ ରାସ୍ତାରେ ଯାଉଥିବା ସମୟରେ ହଠାତ ବାଣଫୁଟିଲା ଭଳି ଶବ୍ଦ ‌ହୋଇଥିଲା। ମୁଁ ଭାବିଲି ଦୀପାବଳି ଆଗକୁ ଥିବାରୁ ପିଲାମାନେ ବାଣଆଣି ଫୁଟାଉଛନ୍ତି। କିଛି ସମୟ‌ରେ ପରେ ଗୁଳି ଫୁଟୁଛି କହିକହି ଲୋକେ ରାସ୍ତାରେ ଦୌଡ଼ାଦୌଡ଼ି ହେବା ଆରମ୍ଭ କଲେ। ଏତିକି ବେଳେ ମୋ ଗୋଡ଼ରେ ଏକ ଗୁଳି ଆସି ବାଜିଥିଲା। ଜୀବନ ବିକଳରେ ଘୁଶୁଡ଼ି ଘୁଶୁଡ଼ି ପାଖ ମନ୍ଦିରକୁ ଚାଲି ଯାଇଥିଲି। ସେଠାରେ ଲୋକେ ମୋର ପ୍ରାଥମିକ ଚିକିତ୍ସା ପରେ ହସ୍ପିଟାଲରେ ଆଣି ଭର୍ତ୍ତି କରିଛନ୍ତି। ’

Advertisement

ବାବା ସିଦ୍ଦିକୀଙ୍କ ମୃତ୍ୟୁ ପରେ ପୋଲିସ ତାଙ୍କୁ ବାନ୍ଦ୍ରାସ୍ଥିତ ଭାଭା ହସ୍ପିଟାଲରେ ଭର୍ତ୍ତି କରିଥିଲା, ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି। ଡାକ୍ତରମାନେ ତାଙ୍କର ଅସ୍ତ୍ରୋପଚାର କରିଛନ୍ତି। ରାଜଙ୍କ ଅନୁଯାୟୀ, ଦଶହରା କାରଣରୁ ତାଙ୍କ ଛୁଟି ଅପରାହ୍ନ ୫ଟାରେ ଥିଲା। ସେ ଟେଲରିଂ କାମ କରନ୍ତି। ସେ ଦେବୀ ମା’ଙ୍କ ଦର୍ଶନ କରିବାକୁ ଏଠାକୁ ଆସିଥିଲେ ଏବଂ ଜୁସ୍‌ ଦୋକାନରେ ଠିଆ ହୋଇ ଜୁସ୍‌ ପିଉଥିଲେ। ତା’ପରେ ହଠାତ୍‌ ଲୋକମାନେ ଭୟରେ ଦୌଡିବାକୁ ଲାଗିଲେ। ଏହି ସମୟରେ ରାଜଙ୍କ ଗୋଡରେ କିଛି ଲାଗିଲା।ସେ ଦେଖିଲେ  ଗୋଡ଼ରୁ ରକ୍ତ ବାହାରୁଛି। ପ୍ରଥମେ ରାଜ ଭାବିଥିଲେ ଯେ ବାଣ ଫୁଟାଯାଉଛି। ସେଠାରେ ଅନ୍ୟ କେତେକ ଲୋକ ମଧ୍ୟ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ମୁମ୍ବାଇର ବାନ୍ଦ୍ରା ଇଷ୍ଟ ଅଞ୍ଚଳରେ ସିଦ୍ଦିକି ତାଙ୍କ ବିଧାୟକ ପୁଅ ଜିଶାନ ସିଦ୍ଦିକି ସହିତ କାର୍ଯ୍ୟାଳୟରୁ ଘରକୁ ଫେରୁଥିବା ବେଳେ ଗୁଳିକାଣ୍ଡର ଶିକାର ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ଅଣାଯାଇଥିଲେ ହେଁ ସିଦ୍ଦିକି ସବୁଦିନ ପାଇଁ ଆଖିବୁଜି ଦେଇଥିଲେ। ସିଦ୍ଦିକିଙ୍କ ଉପରେ ଗୁଳିମାଡ଼ ହେବା ସମୟରେ ରାଜ କନୌଜିୟା ‌ଉକ୍ତ ରାସ୍ତା ଦେଇ ଯାଉଥିବା ବେଳେ ଆହତ ହୋଇଥି‌ଲେ। ସ୍ଥାନୀୟଲୋକେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

Leave a Reply

Your email address will not be published. Required fields are marked *