Pratidin TV

Odisha's Digital News Platform

ପୁଣି ଥରେ ପଡିଆ ମଝିରେ କମେଡି କଲେ ବାବର ଆଜମ୍‌: ପାକିସ୍ତାନକୁ ଲାଗିଲା ୫ ରନର ପେନାଲ୍ଟି

1 min read

ନୂଆଦିଲ୍ଳୀ: ପାକିସ୍ତାନୀ କ୍ରିକେଟର ମାନେ ପଡିଆ ମଝିରେ ନିଜର ଆଚରଣ ପାଇଁ ସର୍ବଦା ହାସ୍ୟାସ୍ପଦ ହୋଇଥାନ୍ତି । କମ୍ରାନ୍ ଆକମଲଙ୍କ ୱିକେଟ୍ କିପିଂ ହେଉ କି ହସନ ଅଲୀଙ୍କ ସେଲିବ୍ରେସନ୍ ହେଉ । ଏହି ଧାରାରେ ସାମିଲ ହୋଇଛନ୍ତି ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜମ୍ । ମୁଲତାନରେ ଖେଳା ଯାଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବାବରଙ୍କ ମୂର୍ଖାମି କାରଣରୁ ଦଳକୁ ୫ ରନର ପେନାଲ୍ଟି ମିଳିଥିଲା । ଅନ୍ୟ କୌଣସି ଖେଳାଳିଙ୍କ ଅପେକ୍ଷା ଅଧିନାୟକଙ୍କୁ ନିୟମ ଭଲ ଭାବରେ ଜଣାଥାଏ । ତେବେ ଅଧିନାୟକଙ୍କ ବ୍ରେନ୍‌ଫେଡ୍ ବେଶ ହାସ୍ୟରୋଳ ସୃଷ୍ଟି କରିଥିଲା ।

ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ ଦିନିକିଆକୁ ପାକିସ୍ତାନ ସହଜରେ ଜିତି ନେଇଥିଲା । ତେବେ ମ୍ୟାଚର ୨୯ତମ ଓଭରରେ ବାବରଙ୍କ ବ୍ରେନ୍‌ଫେଡ୍ ମୋମେଣ୍ଟ ଘଟିଥିଲା । ୱିକେଟ୍ କିପର ମହମ୍ମଦ ରିଜୱାନଙ୍କ ଗ୍ଲୋଭସ୍ ପିନ୍ଧି ଫିଲ୍ଡିଂ କରିବାକୁ ଚେଷ୍ଟା କରିଥିଲେ ବାବର । ବାବରଙ୍କ ଏହି ମୋମେଣ୍ଟ ପରେ ଫିଲ୍ଡ ଅମ୍ପାୟାର ୫ ରନର ପେନାଲ୍ଟି ଦେଇଥିଲେ । ଥ୍ରୋ କରିବା ପାଇଁ ୱିକେଟ୍ କିପର ନିଜ ଗ୍ଲୋଭସ ଓହ୍ଲାଇ ଦେଇଥାନ୍ତି । ସେହି ସମୟରେ ଫାଷ୍ଟ ସ୍ଲିପରେ ଫିଲ୍ଡିଂ କରୁଥିବା ବାବର ଗ୍ଲୋଭସ ବ୍ୟବହାର କରି ଫିଲ୍ଡିଂ କରିଥିଲେ ।

Advertisement

ଆଇସିସିର ଧାରା ୨୮.୧ ଅନୁସାରେ ୱିକେଟ୍ କିପରଙ୍କ ବ୍ୟତିତ ଅନ୍ୟ କୌଣସି ଖେଳାଳି ଗ୍ଲୋଭସ ଅଥବା କୌଣସି ଲେଗ୍‌ଗାର୍ଡ ପରିଧାନ କରି ପାରିବେ ନାହିଁ । ଏପରି କରିବାକୁ ଦଣ୍ଡନୀୟ ଅପରାଧ ବର୍ଗରେ ଗଣାଯାଏ । ଏହା ସହିତ ଅମ୍ପାୟାର ଚାହିଁଲେ ଏହାକୁ ନୋ ବଲ୍ ମଧ୍ୟ ଦେଇ ପାରିବେ । ତେବେ ୫ ରନର ପେନାଲ୍ଟି ମିଳିଥିଲେ ହେଁ ଏହା ମ୍ୟାଚର ଫଳାଫଳ ଉପରେ କିଛି ପ୍ରଭାବ ପକାଇ ନଥିଲା । ୨୭୬ ରନର ପିଛା କରୁଥିବା ଇଣ୍ଡିଜ୍ ଦଳ ମାତ୍ର ୧୫୫ ରନରେ ଅଲଆଉଟ ହୋଇଥିଲା । ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ବାବର ଚମତ୍କାର ୭୨ ରନ କରିଥିଲେ । ତେବେ ପେସ୍ ବୋଲର ମହମ୍ମଦ ନୱାଜଙ୍କ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ ୧୯/୪ ବଳରେ ପାକିସ୍ତାନ ୧୨୦ ରନରେ ମ୍ୟାଚକୁ ଜିତି ନେଇଥିଲା ।

Leave a Reply

Your email address will not be published. Required fields are marked *