Pratidin TV

Odisha's Digital News Platform

ଧର୍ମେନ୍ଦ୍ରଙ୍କୁ ବବି ଦାସ କହିଲେ ଭାଇ ଭୁଲ୍ ମାଗନ୍ତୁ।

1 min read

ଭୁବନେଶ୍ୱର ; ୫ ବର୍ଷର ନାବାଳିକା ପରୀ ହତ୍ୟା ଘଟଣାର ଦୀର୍ଘ ୪ ବର୍ହ ପରେ ଗୋଟେ ପଟେ ରାୟ ପ୍ରକାଶିତ ହୋଇଥିବା ପରେ ଅନ୍ୟପଟେ ସମୃକ୍ତ ଘଟଣାକୁ ନେଇ ରାଜନୀତି ସରଗରମ ରହିଛି । ବିଜେଡିର ସାଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ( ବବି ଦାସ ) ଏନେଇ ଆଜି ବିଜେପିକୁ ଟାର୍ଗେଟ୍ କରିଛନ୍ତି ।

ସେ ସିଧାସଳଖ ଧମେନ୍ଦ୍ର ପ୍ରଧାନଙ୍କୁ ଟ୍ୱିଟ୍ କରି ପ୍ରଶ୍ନ ପଚାରିଛିନ୍ତି । ବବି ଦାସ ନିଜ ଟ୍ୱିଟ୍‌ରରେ ଧମେନ୍ଦ୍ର ପ୍ରଧାନଙ୍କୁ ଲେଖିଛନ୍ତି ଯେ .@dpradhanbjp ଭାଇ, ପରୀ ହତ୍ୟାକାରୀକୁ ବଞ୍ଚାଇବାକୁ ଆପଣ ଯେଉଁ ହୀନ ଉଦ୍ୟମ କଲେ ଏବଂ ହାଇକୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ନାମୀଦାମୀ ଓକିଲ ଲଗାଇ ମାମଲାକୁ ବିଳମ୍ବିତ ଆଉ ଦିଗହରା କରି ନିଜ ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ପାଇଁ ଯେଉଁ କାର୍ଯ୍ୟ କଲେ ତାକୁ ଓଡ଼ିଶାବାସୀ ଦେଖିଛନ୍ତି । ଓଡ଼ିଶା ଇତିହାସରେ ଏଭଳି ନିମ୍ନସ୍ତରର ରାଜନୀତି କେବେ ଦେଖାଯାଇନଥିଲା। ଆପଣ ଓଡ଼ିଶାର ରାଜନୀତିକୁ ବହୁ ତଳସ୍ତରକୁ ନେଇଗଲେ। ଗତକାଲିର ରାୟ ପରେ ଆପଣଙ୍କ ଅନ୍ତରାତ୍ମା ଆପଣଙ୍କୁ କିଭଳି ଶାନ୍ତିରେ ରଖାଇ ଦେଉଛି? ନିଜେ ଆଇନା ସାମ୍ନାରେ ଠିଆ ହୋଇ ନିଜର ଅନ୍ତରାତ୍ମାକୁ ପଚାରନ୍ତୁ, ଆପଣ ଠିକ୍ କରିଛନ୍ତି ନା ଭୁଲ୍? ଶେଷରେ ଏତିକି କହିବାକୁ ଚାହିଁବି, ନୀରିହ, ନିଷ୍ପାପ, କୋମଳମତି ପରୀର ହତ୍ୟାକାରୀକୁ ବଞ୍ଚାଇବାକୁ ଆପଣ ଯେଉଁ ମହାପାପ କରିଛନ୍ତି, ସେଥିପାଇଁ ଓଡ଼ିଶାବାସୀ ବିଶେଷତଃ ଓଡ଼ିଶାର ମା’ମାନଙ୍କ ପାଖରେ କ୍ଷମା ମାଗନ୍ତୁ ଓ ନିଜ ପାପର ପ୍ରାୟଶ୍ଚିତ କରନ୍ତୁ।

 ୨୦୨୦ ମସିହା ପରୀ ହତ୍ୟା ମାମଲା କେବଳ ଓଡିଶା ସାରା ଦେଶରେ ଚହଳ ପକାଇଥିଲା । ଘର ଆଗଣାରେ ଖେଳୁଥିବା ବେଳେ ୫ ବର୍ଷର ପରୀ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରି ଝିଅକୁ ନପାଇବାପରେ ସଦର ଥାନାରେ ଏନେଇ ଅଭିଯୋଗ କରିଥିଲେ ।ପୋଲିସ ଟିମ୍ ଗଠନ କରି ତଦନ୍ତ କରିବା ସହ ଡଗ୍ ସ୍କ୍ୱାଡ଼ ଆଣି ଖୋଳତାଡ କରିଥିଲା । ହେଲେ କିଛି ସୁଫଳ ମିଳିନଥିଲା । ଦଶଦିନ ପରେ ତାଙ୍କ ଘର ବାଡିପଟେ ଥିବା ପୋଖରୀ ନିକଟରୁ ବସ୍ତାରେ ବନ୍ଧା ଅବସ୍ଥାରେ ଝିଅର ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହକୁ ଉଦ୍ଧାର କରା ଯାଇଥିଲା । ପୂର୍ବ ଶତୃତା କାରଣରୁ ଝିଅକୁ ହତ୍ୟା କରି ଫିଙ୍ଗି ଦେଇଥିବା ନାବାଳିକାର ବାପା ଅଭିଯୋଗ କରିବା ସହ ଦୋଷୀଙ୍କୁ ଧରି କଠୋର ଦଣ୍ଡ ଦେବାକୁ ସେ ଦାବି କରିଥିଲେ । ବରିଷ୍ଠ ଆଇପି.ଏସ୍ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଏହାର ତଦନ୍ତ କରି ସେହି ଗାଁର ସରୋଜ ସେଠୀକୁ ଡିସେମ୍ବର ୨୦ତାରିଖରେ ଗିରଫ କରିଥିଲା । ସରୋଜକୁ ପଚରାଉଚରା ପରେ ଗୋଟି ଗୋଟି କରି କହିଥିଲା ପରୀ ହତ୍ୟାର କାହାଣୀ । ଆଉ ହତ୍ୟା ଘଟଣାର ଗୁମର ଖୋଲିଥିଲା ଅଭିଯୁକ୍ତ ସରୋଜ ସେଠୀ ।

ତେବେ ସମୃକ୍ତ ସତ୍ୟ ଘଟଣା ସାମ୍ନାକୁ ଆସିବା ପରେ ଦୋଷୀକୁ ଗତକାଲି ୨୦ ବର୍ଷ ର ଜେଲଦଣ୍ଡାଦେଶ କରାଯାଇଛି । ଅନ୍ୟପଟେ ଏସବୁ ଘଟଣା ପରେ ଧମେନ୍ଦ୍ରକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ବବି । ପୂର୍ବରୁ ବିଜେପି ବିଜେଡି ଉପରେ ପରୀରର ହତ୍ୟା ମାମଲାକୁ ନେଇ ଯେଉଁ ଦୋଷଅରୋପ କରୁଥିଲା ଆଉ ପୋଲିସର ତଦନ୍ତକୁ ଦିଗହରା କରାଯଅଉଥିବା ନେଇ ବିଜେପି ଯେଉଁ ଆରୋପ ଲଗାଇଥିଲା ତାହା ଭିର୍ତ୍ତୀହିନ ବୋଲି ବବି ଦାସ କହିଛନ୍ତି ।

Leave a Reply

Your email address will not be published. Required fields are marked *