Pratidin TV

Odisha's Digital News Platform

(ଭିଡିଓ)ପିଣ୍ଟୁଙ୍କ ପ୍ରିୟ ଚଷମା : ଶେଷ ସମୟରେ ପିଣ୍ଟୁଙ୍କୁ ଚଷମା ପିନ୍ଧାଇଲେ ବବି ମିଶ୍ର , କହିଲେ ପିଣ୍ଟୁଙ୍କୁ ଭାରି ..

ପୁରୀ : ଆଜି ପଞ୍ଚଭୂତରେ ଲିନ ହୋଇଯିବା ପିଣ୍ଟୁଙ୍କ ପାର୍ଥିବ ଶରୀର । ସବୁଦିନ ପାଇଁ ଚାଲିଯିବେ ପିଣ୍ଟୁ କିନ୍ତୁ ଛାଡିଦେଇଥିବା ସ୍ମୃତିକୁ ନେଇ ବଞ୍ଚିବେ ପରିବାର, ବନ୍ଧୁବାନ୍ଧବ ଓ ପ୍ରିୟଜନ । ଆଜି ପୁରୀ ସ୍ୱର୍ଗଦ୍ୱାରେ ହେବ ଶେଷ କୃତ୍ୟ । ବଡ ପୁଅ ସାଇ ଦେବ ମୁଖାଗ୍ନି ,ଅନାଥ ହୋଇଯିବେ ପିଣ୍ଟୁଙ୍କ ପରିବାର । ପିଣ୍ଟୁ ସିନା ଶାନ୍ତିରେ ଆରପାରିକି ଚାଲିଗଲେ କିନ୍ତୁ କଷ୍ଟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ବନ୍ଧୁ, ପରିବାର ଓ ପ୍ରିୟଜନ ।
ଆଜି ପିଣ୍ଟୁଙ୍କ ଶେଷ କୃତ୍ୟ ପୂର୍ବରୁ ତାଙ୍କ ପ୍ରିୟ ଜିନିଷ ଉପହାର ସ୍ୱରୂପ ଆଣିଦେଇଛନ୍ତି ବଡ ଭାଇ ବା ପିଣ୍ଟୁଙ୍କ ଅତି ପ୍ରିୟ ସାଙ୍ଗ ବବି ମିଶ୍ର । ଆଉ ବଖାଣିଛନ୍ତି କିଭଳି ପିଣ୍ଟୁ ୧ ମିନିଟ୍ ବି ନିଜ ଚଷମା ପାଖରୁ ଦୁରେଇ ପାରେନି । ପିଣ୍ଟୁଙ୍କ ଅତି ପ୍ରିୟ ଜିନିଷ ତାଙ୍କ ଚଷମା । ସବୁବେଳେ ତାଙ୍କ ମୁହଁରେ ଚଷମା ଥାଏ । ଥରେ ସୁଟିଂ ସେଟ୍‌ରେ ପିଣ୍ଟୁଙ୍କ ଚଷମା ହଜିଯାଇଥିଲା । ଯାହାକୁ ପାଗଳ ଭଳି ଖୋଜିଥିଲେ ପିଣ୍ଟୁ । ଆମ ସମସ୍ତଙ୍କର ଏମିତି କିଛି ଛୋଟ ଛୋଟ ଜିନିଷ ସହ ଖୁବ୍ ଲଗାବ୍ ଥାଏ । ଯାହା ଆମ ଆଖିସାମ୍ନାରୁ ଦୂରେଇଲେ ବା ନମିଳିଲେ ମଣିଷ ଅସ୍ଥିର ହୋଇଯାଏ । ସେହିଭଳି ପିଣ୍ଟୁଙ୍କ ପ୍ରିୟ ଜିନିଷ ଥିଲା ଚଷମା ।

Leave a Reply

Your email address will not be published. Required fields are marked *