Pratidin TV

Odisha's Digital News Platform

ନଭେମ୍ବରରୁ ଜିଲ୍ଲା ବୁଲିବେ ନବୀନ , ବିଜେପି ପଚାରିଲା ୨୪ ବର୍ଷ ହେଲା କେଉଁଠି ଥିଲ ?

ଗଣେଶ ପୂଜାରେ ଏଥର ନବୀନଙ୍କୁ ଏକାମ୍ର ସହ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ଦେଖରବାକୁ ମିଳିଥିଲା । ଆଉ ରାଜ୍ୟ ବାସି ମାଧୟ ନବୀନଙ୍କୁ ଭବ୍ୟ ସ୍ୱାଗତ କରି ଅନେକ ସମର୍ଥନ ଜଣାଇଥିଲେ । ତେବେ ନବୀନ ଭିନ୍ନ ଭିନ୍ନ ପୂଜା ମଣ୍ଡପ ବୁଲିବା ସମୟରେ ପୋଲିସକୁ ଅନେକ ଅସୁବିଧା ହୋଇଥରଲା ଭିଡ ସମ୍ଭାଳିବାକୁ । ନବୀନଙ୍କୁ ଦେଖିବା ଲାଗି ଜନ ସମୁଦ୍ର ଦେଖିବାକୁ ମିଳିଥିଲା ।

ରାସ୍ତାର ଉଭୟ ପାର୍ଶ୍ବରେ ନବୀନଙ୍କ ଗୋଟିଏ ଝଲକ ପାଇଁ ଅପେକ୍ଷା କରି ରହିଥିଲେ ଲୋକେ । ଏଥିରୁ ଜଣାପଡ଼ୁଥିଲା ଯେ, ସରକାରରୁ ଯିବା ପରେ ବି ନବୀନଙ୍କ କ୍ରେଜ୍ କମିନାହିଁ । ବିଜେଡି ନେତା କହିଛନ୍ତି ନବୀନ ପଟ୍ଟନାୟକ ଲୋକଙ୍କ ସହ ଅଛନ୍ତି । ଆଗକୁ ନଭେମ୍ବରରେ ବିଭିନ୍ନ ଜିଲ୍ଲାଗସ୍ତ କରି ଲୋକଙ୍କୁ ଭେଟିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ଅନ୍ୟପଟେ ବିଜେଡିର ଏପରି ବୟାନରେ ସିଧା ଆର୍ଟାକ୍ କରିଛନ୍ତି ଏକାମ୍ର ବିଜେପି ବିଧାୟକ ବାବୁ ସିଂହ । ସେ କହିଛନ୍ତି ଯେ ଦୁଃଖ ଆଉ ପରିତାପର ବିଷୟ ଓଡ଼ିଶାବାସୀ ୨୪ ବର୍ଷ ଆପଣଙ୍କୁ ଭୋଟ ଦେଲେ। ସେତେବେଳେ ଆପଣଙ୍କର ଲୋକଙ୍କ କଥା ମନେ ପଡିଲା ନାହିଁ। ଯେତେବେଳେ ପଟ ପରିବର୍ତ୍ତନ ହୋଇଛି । ସେତେବେଳ ବାହାରିଲେ ଶ୍ରୀଗଣେଶ କରିବା ପାଇଁ । କାହିଁକି ୨୪ ବର୍ଷ ଧରି ସାଧାରଣ ଲୋକଙ୍କ କାମରେ ନିଜକୁ ନିୟୋଜିତ କଲେ ନାହିଁ ।

ବିଜେପି ଆହୁରୀ ର୍ଟାଗେଟ୍ କରି କହିଛି ଯେ ସେତେବେଳେ ସାଧାରଣ ଲୋକଟେ ପ୍ରଶ୍ନ କରିବା ଚାହୁଁଥିଲେ ବି ସେତେବେଳେ ଆପଣଙ୍କ ପାଖରେ ସମୟ ନ ଥିଲା । ଓଡ଼ିଶାବାସୀ ଯେତେବେଳେ ବିରୋଧୀ ଆସନରେ ବସାଇଲେ । ସେତେବେଳେ ଆପଣଙ୍କର ଲୋକଙ୍କ କଥା ମନେ ପଡ଼ୁଛି ।

Leave a Reply

Your email address will not be published. Required fields are marked *