Pratidin TV

Odisha's Digital News Platform

କୋରାଇ ର ଉନ୍ନତୀ ଗ୍ୟାରେଣ୍ଟି ଦେଲେ ବବି ଦାସ , ଗୀତ ଗାଇଲେ ବାବୁସାନ .

1 min read

ବ୍ୟାସନଗର ଚୋରଦା ସ୍ଥିତ କାଳୀପଡ଼ିଆଠାରେ ବିଜୁ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଯାଇଛି l ବିରାଟ ପଟୁଆର ରେ ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଷ୍ଟାର କ୍ୟlମ୍ପନର ବାବୁ ସାନ ମହାନ୍ତି ଙ୍କ ସହ ଯୋଗଦେଇ କୋରେଇ ବିକାଶ ଦାୟିତ୍ଵ ମୋର ବୋଲି କହିଥିଲେ। ରାଜ୍ୟରେ କୋରେଇ ନିର୍ବାଚନମଣ୍ଡଳୀର ବିକାଶର ଶୀର୍ଷରେ ପହଞ୍ଚିବ ଏଥି ପାଇଁ ମୁଁ ଗ୍ୟାରେଣ୍ଟି ଦେଇଛି l

୨୦ ବର୍ଷ ତଳେ ସେ ବ୍ୟାସନଗର କଲେଜ ଛାତ୍ର ସଂସଦ ନିର୍ବାଚନରୁ ରାଜନୀତି ଆରମ୍ଭ କରିଥିଲେ ବୋଲି କହିଥିଲେ। ତେବେ ଏହି ସମାବେଶ ପ୍ରଣବ ପ୍ରକାଶ ଦାସଙ୍କ ମାଆ ଏବଂ ତାଙ୍କ ସହିତ ବଲିଉଡ ର ସୁପରଷ୍ଟାର ବାବୁସାନ ମହାନ୍ତି ଥିଲେ l ବାବୁସାନ ମଧ୍ୟ ବବି ଙ୍କ ପାଇଁ ମଞ୍ଚ ଉପରେ ଗୀତ ଗାଉଥିବା ଦେଖିବାକୁ ମିଳିଥିଲା l

Leave a Reply

Your email address will not be published. Required fields are marked *