Pratidin TV

Odisha's Digital News Platform

ମୁମ୍ବାଇରେ ହେବ ‘ଦମନ’ର ହିନ୍ଦୀ ଡବିଂ , ଏଥର ବାବୁସାନଙ୍କ ସହ ଅଛନ୍ତି ସ୍ତ୍ରୀ ତୃପ୍ତି..

1 min read

ଭୁବନେଶ୍ୱର : ପୁଣି ଏକା ସାଙ୍ଗରେ ନଜର ଆସିଲେ ପତୀପତ୍ନୀ । ସ୍ତ୍ରୀ ତୃପ୍ତିକୁ ସାଙ୍ଗରେ ନେଇ ଏଥର ମୁମ୍ବାଇ ଗଲେ ଓଡିଆ ସୁପରଷ୍ଟାର ବାବୁସାନ । ତେବେ ଦୁହିଁଙ୍କୁ ଗତକାଲି ଭୁବନେଶ୍ୱର ବିମାନବନ୍ଦରରେ ଦେଖିବାକୁ ମିଳିଥିଲା।
ଦମନ ଫିଲ୍ମର ହିନ୍ଦି ଡବିଂ ପାଇଁ ଦୁହେଂ ମୁମ୍ବାଇ ଯାଉଥିବା ଜଣାପଡିଛି ।

bhubaneswar airport

ପୂର୍ବରୁ ଗତ ଜୁଲାଇ ମାସରେ ସେହି ଦମନ ଫିଲ୍ମର ପ୍ରମୋସନ ପାଇଁ ଚେନ୍ନାଇ ଯିବାବେଳେ ବାବୁସାନଙ୍କ ସହ ଥିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ବାବୁସାନଙ୍କ ସହ ପ୍ରକୃତି ମିଶ୍ରଙ୍କୁ ଦେଖି ଉତ୍କ୍ଷିପ୍ତ ହୋଇଥିଲେ ତୃପ୍ତି। ପରେ ବାବୁସାନ- ପ୍ରକୃତିଙ୍କୁ ଚେନ୍ନାଇରେ ବି ଦେଖିବାକୁ ମିଳିଥିଲା। ଯାହାକୁ ନେଇ ବାବୁସାନ ଓ ତୃପ୍ତିଙ୍କ ଦାଂପତ୍ୟ ଜୀବନରେ ଉଠିଥିଲା ପ୍ରକୃତି ନାମକ ଝଡ଼। ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା ।

ନିକଟରେ ବାବୁସାନଙ୍କ ଅସୁସ୍ଥତା ସମୟରେ ପତ୍ନୀ ତୃପ୍ତିଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏବେ ଏହି ଝଡ଼ ଧିରେ ଧିରେ ପ୍ରଶମିତ ହେଉଥିବା ଭଳି ମନେ ହେଉଥିଲା । କାରଣ ତୃପ୍ତି ନିଜେ ହସ୍ପିଟାଲ ଆସି ବାବୁସାନ ଡିସ୍ଚାର୍ଜ ହେବା ପରେ ସାଥିରେ ଧରି ଘରକୁ ଫେରିଥିଲେ । ଏହାପରେ ଦମନ ଫିଲ୍ମକୁ ଦେଖିବା ପାଇଂ ମଧ୍ୟ ସପରିବାରେ ବାବୁସାନ,ସ୍ତ୍ରୀ ତୃପ୍ତି ଏବଂ ମା ଅପରାଜିତା ଯାଇଥିଲେ । ଏବେ ପୁଣି ଦମନକୁ ନେଇ ଏକ ବଡ ଖୁସିଖବର ସାମ୍ନାକୁ ଆସୁଛି । ଦମନ ଫିଲ୍ମର କାହାଣୀକୁ ବିଭିନ୍ନ ଯେତ୍ରରୁ ପ୍ରଶଂସା ମିଳୁଥିବାବେଳେ । ଏହାକୁ ହିନ୍ଦିରେ ଡବିଂ କରିବାପାଇଁ କାର୍ଯ୍ୟ ଆରମ୍ଭ କରାଯାଇଛି । ଏନେଇ ବାବୁସାନ ପୁଣି ମୁମ୍ବାଇ ଯାଉଥିବା ବେଳେ ଏଥର କିନ୍ତୁ ସାଙ୍ଗରେ ନାହାନ୍ତି ପ୍ରକୃତି । ବରଂ ଏଥର ବାବୁଙ୍କ ସହ ଅଛନ୍ତି ପତ୍ନୀ ତୃପ୍ତି।ଏୟାରପୋର୍ଟରୁ ଦୁହିଁଙ୍କ ଫଟୋ ଭାଇରାଲ ହେବା ପରେ ବାବୁସାନଙ୍କ ପ୍ରସଂସକମାନେ ଦୁହିଁଙ୍କୁ ଏକତ୍ର ଦେଖି ବେସ୍ ଖୁସି ଅଛନ୍ତି ।

Leave a Reply

Your email address will not be published. Required fields are marked *