କାହିଁକି ଭୁଲ୍ ମାଗିଲେ ବାବୁସାନ,ଭାଇରାଲ ହେଲା ଭିଡିଓ
1 min readଭୁବନେଶ୍ୱର : ପୁଣି ଚର୍ଚ୍ଚାରେ ଲୋକପ୍ରିୟ ଓଡିଆ କଳାକାର ବାବୁସାନ୍ । ନିକଟରେ ପତୀ-ପତ୍ନୀ-ପ୍ରକୃତି ବିବାଦଟି ଖୁବ୍ ଜୋଇ ଧରିଥିଲା । ସ୍ତ୍ରୀ ତୃପ୍ତି ବିଚ୍ ରୋଡ୍ରେ ପ୍ରକୃତି ଓ ବାବୁସାନଙ୍କୁ ଏକତ୍ର ଧରା ପକାଇଥିଲେ । ଏହା ପରେ ବାବୁସାନ ଓ ପ୍ରକୃତି ନିଜ ନିଜ ସପକ୍ଷରେ ପ୍ରତିକ୍ରିୟା ରଖି ସୋସିଆଲ ମିଡିଆରେ ଭିଡିଓ ଗୁଡିକୁ ଛାଡିଥିଲେ ।
ତେବେ ଦୀର୍ଘଦିନ ପରେ ବାବୁସାନଙ୍କୁ ପୋଲିସ୍ ଜେରା କରିବା ପରେ ଏହି ଘଟଣାଟିର ସମାଧାନ ହୋଇଥିଲେ । ଏହାସହ ପ୍ରକୃତି ମିଶ୍ର ମଧ୍ୟ ନିଜ କାର୍ଯ୍ୟକ୍ଷେତ୍ର ମୁମ୍ବାଇକୁ ଫେରିଯାଇଥିଲେ । କିନ୍ତୁ ବାବୁସାନଙ୍କୁ କ୍ଷମା କରି ଶାଶୁଘରକୁ ଫେରିନଥିଲେ ତୃପ୍ତି । ଏସବୁ ପରେ ଆଜି ବାବୁସାନ ନିଜର ଏକ ଭିଡିଓଟିକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଅନୁତାପ କରି କହିଛନ୍ତି ଯେ ଏପରି ଭୁଲ ଆଉ କେବେ ହବନି ।ମୋ ତୃପ୍ତି,ଏବଂ ଶ୍ୱଶୁରଙ୍କ ନାଁରେ ଗୋଟିଏ କେସ୍ ହୋଇଛି ।ଏନେଇ ତାଙ୍କ ପରିବାର ବହୁତ କଷ୍ଟ ପାଇଛନ୍ତି,ମୁ ପ୍ରମିସ୍ କରୁଛି ଏଭଳି ଭୁଲ୍ ଆଉ କେବେ ହେବନି । ଏହା ସହ ସମଗ୍ର ଓଡିଶା ବାସୀଙ୍କୁ ମଧ୍ୟ ଭୁଲ ମାଗିଛନ୍ତି ବାବୁସାନ ।